Posted inଫୁରସତ

ସୁପରମାର୍କେଟରେ ୮ ଫୁଟ ଲମ୍ବ ଝିଟିପିଟିର ଆତଙ୍କରାଜ; ଭିଡିଓ ଦେଖିଲେ ଡରିଯିବେ

ବ୍ୟାଙ୍କକ୍‌: ଥାଇଲାଣ୍ଡର ସୁପରମାର୍କେଟର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। କାରଣ ଏଥିରେ ଏକ ୮ ଫୁଟ ଲମ୍ବର ଝିଟିପିଟିକୁ ଦେଖିବାକୁ ମିଳିଛି।

ଘଟଣାଟି ଥାଇଲ୍ୟାଣ୍ଡର ୭ ଇଲେଭେନ୍‌ ଷ୍ଟୋରର। ଥାଇ ଟ୍ରାଭେଲ ଏଜେନ୍ସି ମୁଣ୍ଡୋ ନୋମାଡା ଦ୍ୱାରା ଭିଡିଓଟିକୁ ପୋଷ୍ଟ କରାଯାଇଥିଲା। ଏଜେନ୍ସି ଏହାକୁ ଶେୟାର କରି ଏଭଳି ଝିଟିପିଟି ବ୍ୟାଙ୍କକ୍‌ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଦେଖିବାକୁ ମିଳିଥାଏ। ହେଲେ ସୁପରମାର୍କେଟ ଭିତରେ ଏମାନଙ୍କୁ ବିଚରଣ କରୁଥିବା ଦେଖିବା ବିରଳ ଘଟଣା ବୋଲି କୁହାଯାଇଛି।
ଭିଡିଓରେ ବିଶାଳକାୟ ଝିଟିପିଟିଟି ବ୍ୟବହାର୍ଯ୍ୟ ଜିନିଷରେ ପରିପୂର୍ଣ୍ଣ ର଼୍ୟାକ୍‌ ଉପରକୁ ଚଢ଼ୁଥିବା ଦେଖାଯାଉଛି। ଏହି ସମୟରେ ଅନେକ ଜିନିଷ ଥାକରୁ ଖସି ଯାଉଛି। ଜିଭ ବାହାରକୁ ଏବଂ ଭିତରକୁ କରିବା ସମୟରେ ଜନ୍ତୁଟି ବେଶ ଭୟଙ୍କର ଲାଗୁଛି। ଶେଷରେ ସେ ଥାକ ଉପରେ ଆରାମରେ ଶୋଇ ଯାଉଛି। ତେବେ ଅତ୍ୟଧିକ ଗରମ କାରଣରୁ ଝିଟିପିଟିଟି ଆଶ୍ରୟ ନେଉଥାଇପାରେ ବୋଲିି ଅନୁମାନ କରାଯାଉଛି।

ପ୍ରଥମେ ଏହି ଭିଡିଓକୁ ଟୁଇଟରରେ ଶେୟାର କରାଯିବା ପରେ କାଟି ଦିଆଯାଇଥିଲା। ଏବେ ଏହା ଅନ୍ୟାନ୍ୟ ପ୍ଲାଟଫର୍ମ ଯେପରିକି ଫେସବୁକ୍‌ ଏବଂ ୟୁଟ୍ୟୁବରେ ଘୁରି ବୁଲୁଛି। କେହି କେହି ଏହାକୁ ନେଇ ଭୟଭୀତ ହୋଇଯାଉଥିବା ବେଳେ କେହି ଅବିଶ୍ୱସନୀୟ ଏବଂ ଫିଲ୍ମ ଗର୍ଜିଲାର ଦୃଶ୍ୟ ପରି ଲାଗୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି।…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri