Posted inଫୁରସତ

ସୁପରମାର୍କେଟରେ ୮ ଫୁଟ ଲମ୍ବ ଝିଟିପିଟିର ଆତଙ୍କରାଜ; ଭିଡିଓ ଦେଖିଲେ ଡରିଯିବେ

ବ୍ୟାଙ୍କକ୍‌: ଥାଇଲାଣ୍ଡର ସୁପରମାର୍କେଟର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। କାରଣ ଏଥିରେ ଏକ ୮ ଫୁଟ ଲମ୍ବର ଝିଟିପିଟିକୁ ଦେଖିବାକୁ ମିଳିଛି।

ଘଟଣାଟି ଥାଇଲ୍ୟାଣ୍ଡର ୭ ଇଲେଭେନ୍‌ ଷ୍ଟୋରର। ଥାଇ ଟ୍ରାଭେଲ ଏଜେନ୍ସି ମୁଣ୍ଡୋ ନୋମାଡା ଦ୍ୱାରା ଭିଡିଓଟିକୁ ପୋଷ୍ଟ କରାଯାଇଥିଲା। ଏଜେନ୍ସି ଏହାକୁ ଶେୟାର କରି ଏଭଳି ଝିଟିପିଟି ବ୍ୟାଙ୍କକ୍‌ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଦେଖିବାକୁ ମିଳିଥାଏ। ହେଲେ ସୁପରମାର୍କେଟ ଭିତରେ ଏମାନଙ୍କୁ ବିଚରଣ କରୁଥିବା ଦେଖିବା ବିରଳ ଘଟଣା ବୋଲି କୁହାଯାଇଛି।
ଭିଡିଓରେ ବିଶାଳକାୟ ଝିଟିପିଟିଟି ବ୍ୟବହାର୍ଯ୍ୟ ଜିନିଷରେ ପରିପୂର୍ଣ୍ଣ ର଼୍ୟାକ୍‌ ଉପରକୁ ଚଢ଼ୁଥିବା ଦେଖାଯାଉଛି। ଏହି ସମୟରେ ଅନେକ ଜିନିଷ ଥାକରୁ ଖସି ଯାଉଛି। ଜିଭ ବାହାରକୁ ଏବଂ ଭିତରକୁ କରିବା ସମୟରେ ଜନ୍ତୁଟି ବେଶ ଭୟଙ୍କର ଲାଗୁଛି। ଶେଷରେ ସେ ଥାକ ଉପରେ ଆରାମରେ ଶୋଇ ଯାଉଛି। ତେବେ ଅତ୍ୟଧିକ ଗରମ କାରଣରୁ ଝିଟିପିଟିଟି ଆଶ୍ରୟ ନେଉଥାଇପାରେ ବୋଲିି ଅନୁମାନ କରାଯାଉଛି।

ପ୍ରଥମେ ଏହି ଭିଡିଓକୁ ଟୁଇଟରରେ ଶେୟାର କରାଯିବା ପରେ କାଟି ଦିଆଯାଇଥିଲା। ଏବେ ଏହା ଅନ୍ୟାନ୍ୟ ପ୍ଲାଟଫର୍ମ ଯେପରିକି ଫେସବୁକ୍‌ ଏବଂ ୟୁଟ୍ୟୁବରେ ଘୁରି ବୁଲୁଛି। କେହି କେହି ଏହାକୁ ନେଇ ଭୟଭୀତ ହୋଇଯାଉଥିବା ବେଳେ କେହି ଅବିଶ୍ୱସନୀୟ ଏବଂ ଫିଲ୍ମ ଗର୍ଜିଲାର ଦୃଶ୍ୟ ପରି ଲାଗୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri