Posted inଜାତୀୟ

ଚାଷୀ ଆନ୍ଦୋଳନରେ ସାମିଲ ହେବେ ମମତା

କୋଲକାତା, ୧୦।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବେ। ଏନେଇ ସେ ରାକେଶ ଟିକାଏତ୍‌, ୟୁଧଭୀର ସିଂ ପ୍ରମୁଖ କୃଷକ ନେତାଙ୍କୁ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ଚାଷୀନେତାମାନଙ୍କ ସହ ଏକ ବୈଠକରେ ଯୋଗଦେଇ ମମତା କହିଥିଲେ, ନୀତି ପ୍ରସଙ୍ଗରେ ରାଜ୍ୟଗୁଡ଼ିକ ପରସ୍ପର ଆଲୋଚନା ପାଇଁ ଏକ ପ୍ଲାଟ୍‌ଫର୍ମ ରହିବା ଆବଶ୍ୟକ। ରାଜ୍ୟଗୁଡ଼ିକୁ ଭୟଭୀତ କରାଇବା ସଂଘୀୟ ଢାଞ୍ଚା ପାଇଁ ଭଲ ନୁହେଁ ବୋଲି ସେ କହିଥିଲେ। ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗ ବାହାରେ ଏହାର ସଂଗଠନ ବଢ଼ାଇବ ବୋଲି ଘୋଷଣା କରିବା ପରେ ମମତା ଉତ୍ତର ଭାରତୀୟ କୃଷକ ସଂଗଠନଗୁଡ଼ିକୁ ସମର୍ଥନର ହାତ ବଢ଼ାଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଟିକାଏତ୍‌ଙ୍କ ଭାରତୀୟ କିଷାନ ୟୁନିୟନ (ବିକେୟୁ) ଭାଜପାକୁ ଭୋଟ ନ ଦେବା ପାଇଁ ପ୍ରଚାର କରିଥିଲା। ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ସେହି ନୀତି ଆପଣାଇବାକୁ ବିକେୟୁ ଯୋଜନା କରିଛି।

 

 

 

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ଜାରି କଲା ଏସ୍‌ଓପି

ନୂଆଦିଲ୍ଲୀ, ୧୭।୫(ପି.ଟି.): ବିଳମ୍ବରେ ହେଉ ପଛେ ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ଗାଇଡ୍‌ଲାଇନ ଜାରି କରିଛି କେନ୍ଦ୍ର। କରୋନା ଲକ୍ଷଣ ନ ଥିବା ବହୁବିଧ ରୋଗୀ କିମ୍ବା...

‘ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ ଶାହା

ନୂଆଦିଲ୍ଲୀ,୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପ୍ରଚାର ଯୋରସୋରରେ ଚାଲିଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ...

୨୨୫ ଜଳକ୍ଳିଷ୍ଟ ଜିଲାରେ କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୭ା୬(ପି.ଟି.): କେତେଜଣ ଅତିରିକ୍ତ ଓ ଯୁଗ୍ମ ସଚିବଙ୍କ ସମେତ ୨୨୫ ବରିଷ୍ଠ ଅଧିକାରୀଙ୍କୁ ଜଳାଭାବ ଦେଖାଦେଉଥିବା ଜିଲାଗୁଡ଼ିକର ଇନ୍‌-ଚାର୍ଜ (ପ୍ରଭାରୀ) ଭାବେ କେନ୍ଦ୍ର ସରକାର ନିଯୁକ୍ତି...

ଅନୁଚ୍ଛେଦ ୩୭୦ ହଟାଯିବା ପରେ କଶ୍ମୀରରେ ୮୪ଥର ହୋଇଛି ଅନୁପ୍ରବେଶ ଉଦ୍ୟମ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦।୧୨: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପ୍ରଥମ ଥର ସରକାର ସଂସଦରେ ଏହାର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ଅଗଷ୍ଟଠାରୁ ଏବେ ପର୍ଯ୍ୟନ୍ତ କଶ୍ମୀରରେ...

ସାବୁନ୍‌ରେ ଧୋଇ ଶୁଖାଇବା ପରେ ବ୍ୟବହାର ହେଉଛି ନୋଟ୍‌

ନୂଆଦିଲ୍ଲୀ,୧୦।୪: କରୋନା କବଳରେ ଏବେ ସାରା ଦୁନିଆ। ଏହି ଭାଇରସ୍‌ ସମ୍ପର୍କରେ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।...

ମେଡିକାଲ କମିଶନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଜାତୀୟ ମେଡିକାଲ କମିଶନ ବିଲ୍‌ ସୋମବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଭାରତର ମେଡିକାଲ କାଉନ୍‌ସିଲ (ଏମ୍‌ସିଆଇ) ବଦଳରେ ଏକ ନୂଆ ଅନୁଷ୍ଠାନ ଗଠନ ଲାଗି...

ସ୍ତ୍ରୀଙ୍କୁ ହତ୍ୟା କରି ଆଖି ତାଡ଼ିନେଲେ ସ୍ବାମୀ

ଭୋପାଳ,୯ା୧୨: ଜଣେ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ରରୂପ ଧାରଣ କଲା ଯେ,...

ଆତଙ୍କବାଦୀ ଆକ୍ରମଣ ଅପରେଶନ୍‌ ‘ଗ୍ରୀନ୍‌ ବାର୍ଡ’ର ପର୍ଦ୍ଦାଫାଶ୍‌: ରାଜଧାନୀ ଏକ୍ସପ୍ରେସ୍‌ରେ ଆଇଇଡି ବିସ୍ଫୋରଣ ପାଇଁ ଆଇଏସ୍‌ଆଇ ରଚିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୩।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଏହାକୁ ଅପରେଶନ ଗ୍ରୀନ୍‌ ବାର୍ଡ ଭାବେ...

Advertisement


Archives

Model This Week

Why Dharitri