ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ମମତା: ଧର୍ମେନ୍ଦ୍ର

ଭୁବନେଶ୍ୱର,୫।୪(ବ୍ୟୁରୋ): ଜୟ ଶ୍ରୀରାମ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ବୋଲି ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ନିର୍ବାଚନ ପ୍ରଚାର ଅବସରରେ ପଶ୍ଚିମବଙ୍ଗରେ ରହୁଥିବା ଓଡ଼ିଆମାନେ ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସକୁ ମୂଳମନ୍ତ୍ର କରିଛନ୍ତି। ଏହି ମନ୍ତ୍ରରେ ପ୍ରଧାନମନ୍ତ୍ରୀ ହିନ୍ଦୁ କିମ୍ବା ମୁସଲିମ ପାର୍ଥକ୍ୟ ନ ଦେଖି ପଶ୍ଚିମବଙ୍ଗବାସୀଙ୍କୁ ଆବାସ ଯୋଜନାରେ ଘର, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, କରୋନା ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫ କେଜି ଚାଉଳ, ପରିବାର ପିଛା ଡାଲି, ଗ୍ୟାସ, ଜନଧନ ଯୋଜନାରେ ମହିଳାଙ୍କୁ ଟଙ୍କା ତଥା ଅନ୍ୟାନ୍ୟ ଆର୍ଥିକ ଏବଂ ଆନୁଷଙ୍ଗିକ ସହଯୋଗ ବ୍ୟବସ୍ଥା କରିଛନ୍ତି। ଅପରପକ୍ଷରେ ମମତା ଦିଦି ଜୟ ଶ୍ରୀରାମ ନାରାକୁ ଗାଳି ଭାବୁଛନ୍ତି। ଦିଦି ସାମ୍ପ୍ରଦାୟିକତାବାଦକୁ କାହିଁକି ନୀତି କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗରେ ୧୦ ବର୍ଷର ଟିଏମ୍‌ସି ଶାସନରେ ଦୁର୍ନୀତି, ଲୁଟ୍‌, ଲାଞ୍ଚ ବୃଦ୍ଧି ପାଇଛି। ଏହି କାରଣରୁ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଭଳି ବିକାଶମୁଖୀ ସରକାର କରିବା ପାଇଁ ପଶ୍ଚିମବଙ୍ଗ ଜନତା ମନ ବଳାଇସାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ଦିଦି ହାରିବା ଭୟରେ ଭୟଭୀତ ହୋଇଯାଇଛନ୍ତି। ଆସନ୍ତା ମେ ୨ ତାରିଖରେ ତୃଣମୂଳ କଂଗ୍ରେସର ସଭାନେତ୍ରୀଙ୍କ ପରାଜୟ ସୁନିଶ୍ଚିତ ହେବ। ପଶ୍ଚିମବଙ୍ଗରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ଏଠାର ବାସିନ୍ଦା ପ୍ରତିବଦ୍ଧ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

ବଡ଼ ଖବର: ଗାଁରେ ବି ଚାଲିବ ଅଟୋ-ବାଇକ୍‌ର କ୍ୟାବ୍‌, ଜାଣନ୍ତୁ କେମିତି କରିବେ ବୁକ୍‌…

ନୂଆଦିଲ୍‌ଲୀ,୧୮।୯: ଭାରତ ଟ୍ୟାକ୍ସି (Bharat Taxi) ର ଅନେକ ସହରରେ ପାଇଲଟ ପ୍ରୋଜେକ୍ଟ ଚାଲୁ ରହିଛି। ବର୍ତ୍ତମାନ ଏହି ଭାରତ ଟ୍ୟାକ୍ସି ସେବା ଦିଲ୍ଲୀ-ଏନସିଆର (Delhi-NCR), ଗୁଜରାଟ,…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?