Posted inଜାତୀୟ

ଫୁଟ୍‌ବଲ୍‌ ଖେଳିଲେ ଦିଦି

କୋଲକତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଇନଡୋର ଷ୍ଟାଡିୟମରେ ‘ଖେଲାଶ୍ରୀ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କ ମଞ୍ଚ ଉପରେ ଫୁଟବଲ ଖେଳୁଥିବାର ନଜର ଆସିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ଖେଲା ହୋବେ ଦିବସ ପ୍ରତିବର୍ଷ ୧୬ ଅଗଷ୍ଟରେ ପାଳନ କରାଯିବ। ‘ଖେଲାଶ୍ରୀ ଯୋଜନା’ର ଆରମ୍ଭ ପରେ ସେ କହିଥିଲେ ଯେ, ଏହାକୁ ବିଶ୍ୱାସ କର ବା ନକର କିନ୍ତୁ ଖେଲା ହୋବେ ଦେଶରେ ବହୁତ ଲୋକପ୍ରିୟ ହୋଇପାରିଛି। ଏହା ଦେଶର ସଂସଦରୁ ବାହାରି ଏବେ ଧୀରେ ଧୀରେ ଏହା ପ୍ରତ୍ୟେକ ରାଜ୍ୟରେ ଲୋକପ୍ରିୟ ହୋଇଯାଇଛି।
୧୯୮୦ ମସିହାରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଦଳଚକଡାରେ ନିହତ ଫୁଟବଲ ପ୍ରଶଂସକଙ୍କ ସ୍ମୃତିରେ ୧୬ ଅଗଷ୍ଟରେ ଖେଲା ହୋବେ ଦିବସ ପାଳନ କରାଯିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି। ଏହା ମଧ୍ୟ ଲୋକଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି। ସରକାର ୨୫ ହଜାର କ୍ଲବକୁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବେ ଏବଂ ଏଥି ସହ ନୂତନ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ, ପୁରୁଣା ଷ୍ଟାଡିୟମର ନବୀକରଣ, ବିଭିନ୍ନ ମଲ୍ଟି ଜିମ ଏବଂ ଇନଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରାଙ୍କ ପରଲୋକ

ଡେରାଡୁନ୍‌,୧୩।୬: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି। ରବିବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି...

ରାହୁଲଙ୍କ ସଦସ୍ୟତା ରଦ୍ଦ ସହିତ ଆଦାନୀ ପ୍ରସଙ୍ଗର କିଛି ସମ୍ପର୍କ ନାହିଁ: ରବିଶଙ୍କର…

ନୂଆଦିଲ୍ଲୀ,୨୫।୩ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶନିବାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେ କଂଗ୍ରେସ...

୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି: ୧୩ ରାଜ୍ୟରେ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ,...

ସ୍କୁଲରେ ଆରମ୍ଭ ହେବ ପିଏମ୍‌-ପୋଷଣ ଯୋଜନା

ନୂଆଦିଲ୍ଲୀ,୨୯ ।୯: କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର କ୍ୟାବିନେଟରେ କେତେ ଗୁଡିଏ ବଡ ଘୋଷଣା କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟରୁ ମିଳିଥବା...

୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୨।୫: ଚିନ୍ତା ବଢାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ କରୋନା...

ନିୟନ୍ତ୍ରଣ ରେଖା ଲଞ୍ଚପ୍ୟାଡ୍‌ରେ ୪୦ରୁ ଅଧିକ ଜୈଶ୍‌ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର

ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୪୦ରୁ ଅଧିକ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଏକାଠି ହୋଇଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି...

ବିମାନବନ୍ଦରରେ ଦେଖାଇବାକୁ ପଡ଼ିବ ଆରଟି-ପିସିଆର ନେଗେଟିଭ ରିପୋର୍ଟ

କୋଲକାତା,୧୪।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ,୨୯।୮: ଆସାମର ବାରପେଟା ଜିଲାରୁ ସୋମବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ୨ ବ୍ୟକ୍ତି ହେଲେ ଆକବର ଅଲି ଏବଂ ଅବୁଲ କଲାମ...

Advertisement
Archives

Model This Week