Posted inଜାତୀୟ

ମମତାଙ୍କ ଉପରେ ବର୍ଷିଲେ ଶାହ, କରୋନା ପରେ ଲାଗୁ ହେବ ସିଏଏ

କୋଲକାତା,୫ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଅମିତ ଶାହ ପଶ୍ଚିମ ବଙ୍ଗ ଗସ୍ତରେ ଅଛନ୍ତି । ଗୁରୁବାର ସେ ସିଲିଗୁଡିର ରେଲୱେ ସ୍ପୋର୍ଟସ ପଡିଆରେ ଏକ ଜନସଭାକୁ ସମ୍ବାଧିତ କରିଛନ୍ତି । ଏହି ସମୟରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଶାହ କହିଛନ୍ତି ଆମେ ଲୋକତନ୍ତ୍ର ଉପରେ ଭରସା କରିଛୁ । ଆମେ ଭାବୁଥିଲୁ ମମତା ତୃତୀୟ ଥର ବଜୟୀ ହେବା ପରେ ସୁଧୁରି ଯାଇଥିବେ । ହେଲେ କିଛି ବଦଳି ନାହିଁ । ମମତା ଦିଦି ୩ ଥର ଜିତିବା ପରେ ବି ସୁଧୁରି ନାହାନ୍ତି । ଭାଜପା ଆପଣଙ୍କ ବିରୋଧରେ ଲଢେଇ ଜାରି ରଖିବ ।
ଶାହ ଆହୁରି ମଧ୍ୟ କହିଛନ୍ତି ଆମେ ମମତାଙ୍କୁ ସୁଧୁରିବାକୁ ଗୋଟିଏ ବର୍ଷ ଦେଇଥିଲୁ ହେଲେ ସେ ସୁଧୁରିଲେ ନାହିଁ । ଜନତା ଆଚ୍ଛା ଆଚ୍ଛା ଲୋକଙ୍କୁ ଠିକ୍ କରି ଦେଉଛନ୍ତି । ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଦେଇ ଶାହ କହିଛନ୍ତି, ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗବାସୀ ଭାଜପାର ସଂଖ୍ୟାକୁ ୩ରୁ ୭୭କୁ ବୃଦ୍ଧି କରିଥିବାରେ ସହଯୋଗ କରିଥିବାରୁ ଧନ୍ୟବାଦ । ମମତାଙ୍କୁ ଟାର୍ଗେଟ କରି ଶାହ ଆହୁରି କହିଛନ୍ତି, ସାରା ଦେଶରେ କିଛି ଘଟଣା ଘଟିଲେ କେନ୍ଦ୍ର ପ୍ରତିନିଧିମଣ୍ଡଳ ପଠାଉଛି । ହେଲେ ବୀରଭୂମିକୁ ଆପଣ କାହିଁକି ପ୍ରତିନିଧି ମଣ୍ଡଳ ପଠାଇଲେ ନାହିଁ ବୋଲି ଶାହ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ବୀରଭୂମିରେ ୮ ମହିଳା ଓ ଜଣେ ଶିଶୁଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା । ଏମାନେ ସବୁ କ’ଣ ଆପଣଙ୍କ ଲୋକ ନୁହନ୍ତି ବୋଲି ଶାହ ଦିଦିଙ୍କୁ ପ୍ରଶ୍ନ କରିଛନ୍ତି ।
ଆଗକୁ ଶାହା କହିଛନ୍ତି ତ୍ରୁଣମୂଳ କଂଗ୍ରେସ ପ୍ରଚାର କରୁଛି ରାଜ୍ୟରେ ସିଏଏ ଲାଗୁ କରାଇ ଦେବନି । କିନ୍ତୁ କରୋନା ଶେଷ ହେଲେ ସିଏଏ ଲାଗୁ କରାଯିବ ବୋଲି ଶାହ କହିଛନ୍ତି । ଏହାଦ୍ୱାରା ପଶ୍ଚିମବଙ୍ଗରେ ଅନୁପ୍ରବେଶକୁ ରୋକି ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି , କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri