Posted inଜାତୀୟ

ମମତାଙ୍କ ଉପରେ ବର୍ଷିଲେ ଶାହ, କରୋନା ପରେ ଲାଗୁ ହେବ ସିଏଏ

କୋଲକାତା,୫ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଅମିତ ଶାହ ପଶ୍ଚିମ ବଙ୍ଗ ଗସ୍ତରେ ଅଛନ୍ତି । ଗୁରୁବାର ସେ ସିଲିଗୁଡିର ରେଲୱେ ସ୍ପୋର୍ଟସ ପଡିଆରେ ଏକ ଜନସଭାକୁ ସମ୍ବାଧିତ କରିଛନ୍ତି । ଏହି ସମୟରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଶାହ କହିଛନ୍ତି ଆମେ ଲୋକତନ୍ତ୍ର ଉପରେ ଭରସା କରିଛୁ । ଆମେ ଭାବୁଥିଲୁ ମମତା ତୃତୀୟ ଥର ବଜୟୀ ହେବା ପରେ ସୁଧୁରି ଯାଇଥିବେ । ହେଲେ କିଛି ବଦଳି ନାହିଁ । ମମତା ଦିଦି ୩ ଥର ଜିତିବା ପରେ ବି ସୁଧୁରି ନାହାନ୍ତି । ଭାଜପା ଆପଣଙ୍କ ବିରୋଧରେ ଲଢେଇ ଜାରି ରଖିବ ।
ଶାହ ଆହୁରି ମଧ୍ୟ କହିଛନ୍ତି ଆମେ ମମତାଙ୍କୁ ସୁଧୁରିବାକୁ ଗୋଟିଏ ବର୍ଷ ଦେଇଥିଲୁ ହେଲେ ସେ ସୁଧୁରିଲେ ନାହିଁ । ଜନତା ଆଚ୍ଛା ଆଚ୍ଛା ଲୋକଙ୍କୁ ଠିକ୍ କରି ଦେଉଛନ୍ତି । ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଦେଇ ଶାହ କହିଛନ୍ତି, ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗବାସୀ ଭାଜପାର ସଂଖ୍ୟାକୁ ୩ରୁ ୭୭କୁ ବୃଦ୍ଧି କରିଥିବାରେ ସହଯୋଗ କରିଥିବାରୁ ଧନ୍ୟବାଦ । ମମତାଙ୍କୁ ଟାର୍ଗେଟ କରି ଶାହ ଆହୁରି କହିଛନ୍ତି, ସାରା ଦେଶରେ କିଛି ଘଟଣା ଘଟିଲେ କେନ୍ଦ୍ର ପ୍ରତିନିଧିମଣ୍ଡଳ ପଠାଉଛି । ହେଲେ ବୀରଭୂମିକୁ ଆପଣ କାହିଁକି ପ୍ରତିନିଧି ମଣ୍ଡଳ ପଠାଇଲେ ନାହିଁ ବୋଲି ଶାହ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ବୀରଭୂମିରେ ୮ ମହିଳା ଓ ଜଣେ ଶିଶୁଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା । ଏମାନେ ସବୁ କ’ଣ ଆପଣଙ୍କ ଲୋକ ନୁହନ୍ତି ବୋଲି ଶାହ ଦିଦିଙ୍କୁ ପ୍ରଶ୍ନ କରିଛନ୍ତି ।
ଆଗକୁ ଶାହା କହିଛନ୍ତି ତ୍ରୁଣମୂଳ କଂଗ୍ରେସ ପ୍ରଚାର କରୁଛି ରାଜ୍ୟରେ ସିଏଏ ଲାଗୁ କରାଇ ଦେବନି । କିନ୍ତୁ କରୋନା ଶେଷ ହେଲେ ସିଏଏ ଲାଗୁ କରାଯିବ ବୋଲି ଶାହ କହିଛନ୍ତି । ଏହାଦ୍ୱାରା ପଶ୍ଚିମବଙ୍ଗରେ ଅନୁପ୍ରବେଶକୁ ରୋକି ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri