Posted inଜାତୀୟ

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା ମଧ୍ୟରେ ମମତା ବାନାର୍ଜୀଙ୍କ ଗୋଷ୍ଠୀ ନିଜର ଜବାବ ଦାଖଲ କରିଛି। PTI ସୂତ୍ର ଅନୁସାରେ, ଗୁରୁବାର ରାତି ୧୧ଟା ୩୬ ମିନିଟରେ ମମତାଙ୍କ ପକ୍ଷରୁ ଆୟୋଗଙ୍କୁ ଜବାବ ପଠାଯାଇଥିଲା। ଏଥିରେ ଅନ୍ତରୀଣ ଆଦେଶକୁ ତୀବ୍ର ବିରୋଧ କରି ୩ଟି ପସନ୍ଦର ଦଳୀୟ ନାମ ଓ ନିର୍ବାଚନୀ ଚିହ୍ନ ପ୍ରସ୍ତାବ ଦିଆଯାଇଛି।

ଗୁରୁବାର ନିର୍ବାଚନ ଆୟୋଗ ଟିଏମ୍‌ସିର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ ନେଇ ଅନ୍ତରୀଣ ଆଦେଶ ଜାରି କରିଥିଲେ। ଆଗାମୀ ପଶ୍ଚିମବଙ୍ଗ ଉପନିର୍ବାଚନରେ ଉଭୟ ଗୋଷ୍ଠୀ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଓ ସଂରକ୍ଷିତ ‘ଫୁଲ ଓ ଘାସ’ ଚିହ୍ନ ବ୍ୟବହାର କରିପାରିବେ ନାହିଁ ବୋଲି ଆୟୋଗ କହିଥିଲେ।
ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନର ଉପନିର୍ବାଚନ ଅକ୍ଟୋବର ୬ରେ ହେବାକୁ ଥିବାରୁ, ଉଭୟ ଗୋଷ୍ଠୀକୁ ନୂଆ ନାମ ଓ ନିର୍ବାଚନୀ ଚିହ୍ନ ପାଇଁ ୩ଟି ଲେଖାଏଁ ବିକଳ୍ପ ଦେବାକୁ କୁହାଯାଇଛି।

ଟିଏମ୍‌ସିର ପାରମ୍ପରିକ ‘ଫୁଲ ଓ ଘାସ’ ଚିହ୍ନ ଦଳର ଦୀର୍ଘଦିନର ପରିଚୟ। ୧୯୯୮ରେ ଦଳ ଗଠନ ପରଠାରୁ ଏହି ଚିହ୍ନ ଟିଏମ୍‌ସି ସହ ଜଡ଼ିତ ରହିଛି। ଏବେ ଦୁଇ ଗୋଷ୍ଠୀ ଦଳର ନାମ ଓ ଚିହ୍ନ ଉପରେ ଦାବି କରୁଥିବାରୁ ଆୟୋଗ ଅନ୍ତରୀଣ ଭାବେ ଏହାକୁ ଫ୍ରିଜ କରିଛନ୍ତି।

ଆୟୋଗଙ୍କ ମତରେ ଟିଏମ୍‌ସିରେ ଦୁଇଟି ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ରହିଛି ଏବଂ ଉଭୟ ନିଜକୁ ପ୍ରକୃତ ଦଳ ବୋଲି ଦାବି କରୁଛନ୍ତି। ତେଣୁ ନିର୍ବାଚନୀ ଚିହ୍ନ ସଂରକ୍ଷଣ ଓ ଆବଣ୍ଟନ ଆଦେଶ, ୧୯୬୮ର ପାରାଗ୍ରାଫ ୧୫ ଅନୁସାରେ ଏହି ବିବାଦରେ ଏକ ବିସ୍ତୃତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଆୟୋଗ କହିଛନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଉପନିର୍ବାଚନ ପାଇଁ ଏହି ଅନ୍ତରୀଣ ବ୍ୟବସ୍ଥା ଲାଗୁ ରହିବ।

ଅନ୍ୟପଟେ ବିଦ୍ରୋହୀ ଗୋଷ୍ଠୀ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତିକୁ ସ୍ବାଗତ କରିଛି। ଉଭୟ ପକ୍ଷକୁ ସମାନ ସୁଯୋଗ ଦେବା ଉଦ୍ଦେଶ୍ୟରେ ଆୟୋଗ ଏହି ପଦକ୍ଷେପ ନେଇଥିବା କହିଛନ୍ତି।
ଏବେ ଉପନିର୍ବାଚନ ପୂର୍ବରୁ ଟିଏମ୍‌ସିର ଦୁଇ ଗୋଷ୍ଠୀ କେଉଁ ନାମ ଓ କେଉଁ ଚିହ୍ନରେ ମଇଦାନକୁ ଓହ୍ଲାଇବେ, ତାହା ଉପରେ ନଜର ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?