Posted inଜାତୀୟ

‘ମୋଦି କହିଲେ ଠିକ, ରାହୁଲ କହିଲେ ଭୁଲ,’ ଖାର୍ଗେ କହିଲେ ଆମେ ବିକ୍ରମ ବେତାଳ ଭଳି…

ନୂଆଦିଲ୍ଲୀ,୧୩ ।୩: ରାଜ୍ୟ ସଭାରେ ବିରୋଧି ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାହୁଲ ଗାନ୍ଧୀଙ୍କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ପିୟୁଷ ଗୋଏଲ ଦେଇଥିବା ବୟାନକୁ ନେଇ ପାଲଟା ଆକ୍ରମଣ କରିଛନ୍ତି । ଖାର୍ଗେ କହିଛନ୍ତି ଆମେ କୌଣସି କଲେଜରେ ଡେମୋକ୍ରାସି କଥା କହିଲେ ଆମକୁ ଦେଶଦ୍ରୋହୀ କୁହାଯାଉଛି, ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଖାର୍ଗେ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିଦେଶରେ ଏମିତି କଥା କହୁଛନ୍ତି ତେବେ ଏହା ସତ, ଆଉ ଯଦି ରାହୁଲ ଗାନ୍ଧୀ କହୁଛନ୍ତି ତାହା ଭୁଲ । ଏହା ଓଲଟା ଚୋର କୋତୱାଲ ଉପରେ ବର୍ଷିବା ଭଳି ।

ପାର୍ଲାମେଣ୍ଟରେ କହିବାକୁ ଦେଉ ନ ଥିବା ଅଭିଯୋଗକୁ ନେଇ ଖାର୍ଗେ କହିଛନ୍ତି, ଆମେ ଅଦାନୀ ପ୍ରସଙ୍ଗରେ ଜେପିସି ଗଠନ କରିବାକୁ ଦାବି କରୁଛୁ । ମୋତେ ୨ ମିନିଟ ପାଇଁ ମଧ୍ୟ କହିବାକୁ ଦିଆଗଲା ନାହିଁ । ପୀୟୁଷ ଗୋୟଲଙ୍କୁ କହିବାକୁ ୧୦ ମିନିଟ ସମୟ ଦିଆଯାଇଥିଲା । ଆମର ମାଇକ ମଧ୍ୟ ସୁଇଚ୍ ଅଫ ହୋଇଗଲା ଓ ଗୃହରେ ପାଟିଗୋଳ ସୃଷ୍ଟି ହେଲା । ଆମେ ବିକ୍ରମ ବେତାଳ ପରି ଏହା ପଛରେ ପଡି ରହିବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଅନ୍ଦାଜରେ କମ୍ପାନୀରେ ହଙ୍ଗାମା କଲେ ଯୁବତୀ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜହାଁଗିରପୁରୀରେ ରହୁଥିବା ଜଣେ ଯୁବତୀଙ୍କୁ ନିଜ ଅଫିସରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ସେକ୍ଟର-୧୮ ସ୍ଥିତ ଥିବା ଏକ କନଷ୍ଟ୍ରକସନ୍‌ କମ୍ପାନୀ ଜିଆର...

ବିବାହ ବାର୍ଷିକୀରେ ପ୍ଲାଜମା ଦାନ କଲେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି

ନୂଆଦିଲ୍ଲୀ,୨୮।୪: ଏବେ କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ସାରା ବିଶ୍ୱ ଏକ ପ୍ରକାର ଅଦୃଶ୍ୟ ଯୁଦ୍ଧରେ ଲଢୁଥିବା ବେଳେ ବିଶେଷଜ୍ଞମାନେ ଏହାର ଚିକିତ୍ସା ଖୋଜି...

ମସ୍‌ଜିଦରେ ଶେଷନାଗ ଫଣା, ତ୍ରିଶୂଳ

ବାରାଣସୀ,୨୦।୫:ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ବିବାଦ ମାମଲାରେ ରାୟ ମନ୍ଦିର ସପକ୍ଷରେ ଯିବା ପରେ ଏବେ ଅନ୍ୟାନ୍ୟ ମନ୍ଦିର-ମସ୍‌ଜିଦ ବିବାଦ ଜୋର୍‌ଦାର ହୋଇଛି। ବାରାଣସୀର ପ୍ରସିଦ୍ଧ...

କଂଗ୍ରେସ ଛାଡିଲେ ପୁଣି ୩ ନେତା

ଶ୍ରୀନଗର,୨୯।୮: ସୋମବାର ଜମ୍ମୁକଶ୍ମୀର କଂଗ୍ରେସର ତିନିଜଣ ନେତା ଦଳ ଛାଡିଛନ୍ତି। ନିକଟରେ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପୂର୍ବତନ ଉପବାଚସ୍ପତି...

ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବା ଆଶଙ୍କା…

ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା...

ହରିଆଣାରେ ‘ମେକ୍‌ ଇଣ୍ଡିଆ ନମ୍ବର ଓ୍ବାନ’ ଅଭିଯାନ ଆରମ୍ଭ କରିବେ କେଜ୍‌ରିଓ୍ବାଲ

ଚଣ୍ଡିଗଡ଼,୬।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ବୁଧବାର ହରିଆଣାରୁ ‘ମେକ ଇଣ୍ଡିଆ ନମ୍ବର ୱାନ’ ଅଭିଯାନ ଆରମ୍ଭ କରିବେ। ଏହି ଅବସରରେ...

ପ୍ରାଣୀ ଜବତ ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ, ୫।୧(ପି.ଟି.): ପ୍ରାଣୀ ବ୍ୟବସାୟ କିମ୍ବା ପରିବହନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜୀବ ନିଷ୍ଠୁରତା ପ୍ରତିକାର ଆଇନରେ ମାମଲା ଚାଲିଲେ ସମ୍ପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇଥାଏ।...

ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ ବିଧାୟକ

ଇନ୍ଦୋର, ୨୬।୬: ଭାଜପା ମହାସଚିବ ତଥା ପଶ୍ଚିମବଙ୍ଗରେ ଦଳର ସଫଳାର ସୁତ୍ରଧର କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ସରକାରୀ ଅଧିକାରୀଙ୍କୁ ମାରପିଟ କରୁଥିବାର ଏକ...

Advertisement
Archives

Model This Week