Posted inଜାତୀୟ

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ତର୍କବିତର୍କ ଦେଖିବାକୁ ମିଳିଛି । ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଉତ୍ତରାଖଣ୍ଡର ହଲ୍‌ଦୱାନୀଠାରେ ତାଙ୍କ ରାଲି ପରେ ମଞ୍ଚ ‘ଶୁଦ୍ଧିକରଣ’ କରାଯାଇଥିବା ପ୍ରସଙ୍ଗ ଉଠାଇଥିଲେ । ଏହାକୁ ନେଇ ସଦନରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସଭାରେ ନିଜର ମତ ରଖି ମଲ୍ଲିକାର୍ଜୁନ ଖର୍ଗେ କହିଥିଲେ ଯେ, ସେ ୮ ଅଗଷ୍ଟରେ ହଲ୍‌ଦୱାନୀର ରାମଲୀଳା ମଇଦାନରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ, ଯେଉଁଥିରେ ଲକ୍ଷାଧିକ ଲୋକ ଉପସ୍ଥିତ ଥିଲେ।

ସେ ସେଠାରେ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟ ବିରୋଧରେ କିଛି କହି ନଥିଲେ, ବରଂ କେବଳ ଜନସାଧାରଣଙ୍କ ସମସ୍ୟା ଏବଂ ସରକାରୀ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କିନ୍ତୁ ତାଙ୍କ ଭାଷଣ ପରେ, ଭାଜପା ସହ ଜଡିତ କିଛି ବ୍ୟକ୍ତି ସେହି ମଞ୍ଚରେ ଗଙ୍ଗାଜଳ ଛିଞ୍ଚି ଏବଂ ହୋମ କରି ‘ଶୁଦ୍ଧିକରଣ’ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଏହାକୁ ଏକ ଅଛୂତ ଭାବନା ଏବଂ ଦଳିତ ସମୁଦାୟ ପ୍ରତି ଅପମାନ ବୋଲି ଦର୍ଶାଇ ଖର୍ଗେ କହିଥିଲେ ଯେ, ଗଣତନ୍ତ୍ରରେ ଏଭଳି ଆଚରଣ କଦାପି ଗ୍ରହଣୀୟ ନୁହେଁ । ଖାର୍ଗେଙ୍କ ଏହି ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଚିନ୍ତାଜନକ ଅଟେ । ତେବେ ଏଥିରେ ଭାଜପାର ସମ୍ପୃକ୍ତିକୁ ଅସ୍ୱୀକାର କରି ନଡ୍ଡା ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏଭଳି କୌଣସି କାର୍ଯ୍ୟକଳାପକୁ ସମର୍ଥନ କରେ ନାହିଁ ।

ତଥାପି, ଏହି ବିଷୟରେ ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଏବଂ ସତ୍ୟ ସାମ୍ନାକୁ ଆଣିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମଗ୍ର ବିବାଦ ମଧ୍ୟରେ ରାଜ୍ୟ ସଭା ଅଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ, ଅସ୍ପୃଶ୍ୟତା କିମ୍ବା ଏହିପରି ଭେଦଭାବକୁ କୌଣସି ବିଚାରଧାରା କିମ୍ବା ଦଳର ସ୍ତରରେ ବରଦାଷ୍ଟ କରାଯିବ ନାହିଁ । ସେ ସରକାରଙ୍କୁ ଏହି ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଶସ୍ତା ହେଲା ସୁନା-ରୂପା: ୧.୨୫ ଲକ୍ଷ ତଳକୁ ଖସିଲା ସୁନା, ୧.୫୦ ଲକ୍ଷ ତଳେ କାରବାର କରୁଛି…

ନୂଆଦିଲ୍ଲୀ,୨୪।୧୧: ସୁନା ଏବଂ ରୂପା ଦରରେ ପୁଣି ଥରେ ବିକ୍ରି ଚାପ ଦେଖିବାକୁ ମିଳିଛି। ଦେଶର ପ୍ରମୁଖ ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା…

ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡରଙ୍କ ପାଇଁ ନିୟମ ଭାଙ୍ଗିଲା ବିସିସିଆଇ! ଆଇପିଏଲ୍ ୨୦୨୭ ନିଲାମୀରେ ଏଣ୍ଟ୍ରି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୪।୧୧: ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ପାଇଁ ମିନି ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ…

ମାତ୍ର ୧୪.୨ ଓଭରରେ ୨୫୦ ରନ୍‌ ଚେଜ କରି ଇତିହାସ ରଚିଲା ଭାରତ; ଭାଙ୍ଗିଲା ୨୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୪।୧୧: ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ ର ମୁକାବିଲା ୟୁଏଇ-ଏ (UAE-A) ସହିତ ହୋଇଥିଲା। ଏହି ମୁକାବିଲାରେ ୟୁଏଇ ପ୍ରଥମେ…

ରାହୁଲଙ୍କୁ ବଡ଼ ଝଟ୍‌କା! ସିଟ୍‌ ସେୟାରିଂ ନ ହେଉଣୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଏସପି, କଂଗ୍ରେସର ବଢିଲା ଟେନଶନ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫ ଜଣ ପ୍ରାର୍ଥୀଙ୍କ ନାମ ସାମିଲ…

ଅତାବିରାକୁ ପଶିଲା ମହାବଳ: ଅତାବିରା ଜାଙ୍ଗେଡ଼ ଅଞ୍ଚଳରେ କୋକୁଆ ଭୟ, ରାତିରେ ଘରୁ ନବାହାରିବାକୁ…

ଅତାବିରା, ୨୪।୧୧ (ଯୁଧିଷ୍ଠିର ମହାପାତ୍ର): ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ମହାବଳ ବାଘ ମଙ୍ଗଳବାର ଭୋରରୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ଅଞ୍ଚଳକୁ ପଶିଆସିଥିବା…

ୟୁପି ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବଡ଼ ବୟାନ ଦେଲା ଭାଜପା

ନୂଆଦିଲ୍ଲୀ,୨୪।୧୧: ୟୁପି ବିଧାନସଭା ନିର୍ୱାଚନ ୨୦୨୭: ‘କୌଣସି ବ୍ୟକ୍ତି ନୁହେଁ, ପଦ୍ମ ଫୁଲ ହେବ ମୁଖ୍ୟମନ୍ତ୍ରୀ ଚେହେରା’; ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ର୍ମୌଯ୍ୟ…

ଥାନାଧିକାରୀ ବଦଳୁଛନ୍ତି, କିନ୍ତୁ ଧରାପଡ଼ୁନାହାନ୍ତି ଅଭିଯୁକ୍ତ: ୫ କୋଟିର ଜାଲି ଗ୍ୟାରେଣ୍ଟି ଦେଇ ଚମ୍ପଟ ମାରିଛନ୍ତି ଲିଜଧାରୀ

ହାଟଡିହୀ, ୨୪।୧୧ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ଗିରିଗାଁ ବୈତରଣୀ ବାଲି ଘାଟ ନିଲାମରେ ୫.୧୫ କୋଟି ଟଙ୍କାର ଜାଲି ବ୍ୟାଙ୍କ ଗ୍ୟାରେଣ୍ଟି…

କାର୍ତ୍ତିକ ପୂର୍ଣ୍ଣିମାରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ବିଶ୍ୱପ୍ରସିଦ୍ଧ ଡେରାବେଶ ମୋହିଲା ଦର୍ଶକଙ୍କ ମନ

ବଡ଼କୋଦଣ୍ଡା, ୨୪/୧୧ (ବାବୁଲା ପ୍ରଧାନ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଘୁମୁସର ମାଟିର ପ୍ରସିଦ୍ଧ ଲୋକକଳା ଓ ପରମ୍ପରାର ପ୍ରତୀକ ବଡ଼କୋଦଣ୍ଡାର ବିଶ୍ୱପ୍ରସିଦ୍ଧ ଡେରାବେଶ ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?