‘ମର୍ଡର’ ସିନେମା ପରେ ମୋତେ ନଷ୍ଟ ଚରିତ୍ରର ମହିଳା ବୋଲି ଲୋକେ ଭାବୁଥିଲେ: ମଲ୍ଲିକା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କୁ ପରିଚୟ ଦେଇଥିଲା ୨୦୦୪ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ମର୍ଡର’। ଅଭିନେତା ଇମ୍ରାନ ହାସମୀଙ୍କ ସହ ଫିଲ୍ମରେ ଅନେକ ବୋଲ୍ଡ ସିନ୍‌ ଦେଇଥିଲେ ସେ। ଇତି ମଧ୍ୟରେ ଏହାକୁ ୧୭ ବର୍ଷ ବିତିଛି। ଏବେ ମଲ୍ଲିକା ଫିଲ୍ମରେ ବୋଲ୍ଡ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ଏକ ସାକ୍ଷାତକାରରେ ମଲ୍ଲିକା କହିଛନ୍ତି ଫିଲ୍ମରେ ବୋଲ୍ଡ ସିନ୍‌ କରିବା ପରେ ଲୋକମାନେ ତାଙ୍କର ନୈତିକ ଭାବେ ହତ୍ୟା କରିଦେଇଥିଲେ। ସବୁଆଡେ ମୋତେ ଖରାପ ଦୃଷ୍ଟିରେ ଦେଖାଯାଇଥିଲା। ବର୍ତ୍ତମାନ ସମୟକୁ ଦେଖିଲେ ମୁଁ ଯାହା କରିଥିଲି ତାହା ଏବେ ସାଧାରଣ ଘଟଣା ପାଲଟିଲାଣି। ଏବେ ଚଳଚ୍ଚିତ୍ର ଦେଖିବାକୁ ନେଇ ଲୋକଙ୍କ ଚିନ୍ତାଧାରା ବଦଳିଗଲାଣି। ସିନେମା ବି ବଦଳିଛି ବୋଲି ସେ କହିଛନ୍ତି।

ତେବେ ମର୍ଡର ସିନେମା କରିବା ପରେ ଇମ୍ରାନଙ୍କ ସହ ବିବାଦରେ ଫସିଥିଲେ ମଲ୍ଲିକା। କଫି ଉଇଥ୍‌ କରନ୍‌ ଶୋ’ରେ ମଲ୍ଲିକାଙ୍କୁ ଇମ୍ରାନ୍‌ ସବୁଠାରୁ ଖରାପ୍‌ କିସ୍‌ର ବୋଲି କହିଦେଇଥିଲେ। ଏହାକୁ ଜବାବ ଦେଇ ମଲ୍ଲିକା ‘ହିସ୍‌’ ଫିଲ୍ମରେ ସେ ଚୁମ୍ବନ ଦେଇଥିବା ସାପ ବି ଇମ୍ରାନ୍‌ଙ୍କଠାରୁ ଭଲ କିସ୍‌ର ଥିଲା ବୋଲି କହିଥିଲେ। ଏହାପରେ ଉଭୟ ଅନ୍ୟ ଫିଲ୍ମରେ କାମ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଲ୍ ସିଂ ଚଡ୍ଡାରେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ଏବେ ଶୁଟିଂ ଚାଲିଛି । ଏଥିରେ ମୁଖ୍ୟ ଭୂମିକାରେ...

ଗ୍ଲାମରସ ଲୁକ୍‌ରେ ରଶ୍ମିକା

ମୁମ୍ବାଇ: ସାଉଥ ସୁନ୍ଦରୀ ତଥା ଅଭିନେତ୍ରୀ ରଶ୍ମିକା ମନ୍ଦାନା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ତାଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଏବେ ରଶ୍ମିକା ତାଙ୍କ...

‘ମୁଁ ପୁରସ୍କାର ପାଇଁ ଯୋଗ୍ୟ ନୁହେଁ’

ନିକଟରେ ଅଭିନେତା ରଣବୀର କପୁରଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ‘ବ୍ରହ୍ମାସ୍ତ୍ର’ରେ ଅଭିନୟ ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। କିନ୍ତୁ ସେ...

ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ସହିତ କରାଇବାକୁ ଚାହୁଁଥିଲେ ଇନ୍ଦିରା ଗାନ୍ଧୀ: ରାହୁଲଙ୍କୁ ବି ପସନ୍ଦ କରୁଥିଲେ କରିନା

ମୁମ୍ବାଇ: ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି...

ବାପାଙ୍କ ମୃତ୍ୟୁ ପରେ ଯମଜ ସନ୍ତାନଙ୍କୁ ହରାଇଥିଲେ ଫର୍ଦ୍ଦିନ; ଏବେ ବଖାଣିଲେ ଦୁଃଖ

ବମ୍ବେ: ଦୀର୍ଘ ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ବଲିଉଡ୍‌କୁ ଫେରୁଛନ୍ତି ଅଭିନେତା ଫର୍ଦ୍ଦିନ ଖାନ୍‌। ଚଳଚ୍ଚିତ୍ର ‘ବିସ୍ଫୋଟ’ରେ ନଜର ଆସିବେ ସେ। ଫିଲ୍ମରେ ତାଙ୍କ...

ଛାଡପତ୍ର ପରେ ‘ଲଭ୍‌ ଲେଟର୍‌’ ଲେଖିଲେ ନାଗା ଚୈତନ୍ୟ

ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ହ୍ୟାସ ଟ୍ୟାଗ ବହୁତ...

ଚିରଞ୍ଜିବ କରୋନା ପଜିଟିଭ

ଚେନ୍ନାଇ,୯ ।୧୧: ସାଉଥ୍ ସୁପରଷ୍ଟାର ଚିରଞ୍ଜିବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।...

ଡ୍ରଗ୍ସ ମାମଲାରେ ଦୀପିକାଙ୍କୁ ପଚରାଉଚରା ପରେ ରଣଭୀରଙ୍କ ପ୍ରଥମ ଟୁଇଟ୍‌ : ଯାହା ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ତାରକା ବିବାଦ ଘେରକୁ ଆସିଛନ୍ତି। ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନ ଏବଂ ତାଙ୍କ ମ୍ୟାନେଜର କରିସ୍ମା...

Advertisement
Archives

Model This Week