ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦ ଶଟ୍‌ଡାଉନ୍‌ ଘୋଷଣା

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ପୌର ପରିଷଦରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦକୁ ଶଟଡାଉନ୍‌ ଘୋଷଣା କରା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ସମସ୍ତ ତେଜରାତି ଓ ପନିପରିବା ଦୋକାନ ମଧ୍ୟ ବନ୍ଦ ରହିଥିବା ବେଳେ ପ୍ରତ୍ୟେକ ଓ୍ବାର୍ଡରେ କେତେଜଣଙ୍କୁ ସଉଦା ଓ ପନିପରିବା ବିକ୍ରୟ କରିବା ନିମନ୍ତେ ମଧ୍ୟ ଆଦେଶ ଦିଆଯାଇଛ। ପ୍ରତ୍ୟେକ ଓ୍ବାର୍ଡରେ ଦୁଇରୁ ତିନିଜଣ କିରାଣୀ ଜିନିଷ ବିକ୍ରୟ କରିପାରିବେ ଏବଂ ସେହିପରି ପନିପରିବା ମଧ୍ୟ ପ୍ରତି ଦୁଇରୁ ତିନୋଟି ଓ୍ବାର୍ଡକୁ ଦୁଇଜଣ ଲେଖାଏଁ ବିକ୍ରୟ କରିପାରିବେ। ଏମାନଙ୍କୁ ସହ ଯୋଗ କରିବା ନିମନ୍ତେ ମଧ୍ୟ ଜଣ ଜଣଙ୍କୁ ଭଲ୍ୟୁଣ୍ଟର ଭାବେ ରଖାଯାଇଛି। ସେହିପରି ପ୍ରତ୍ୟେକ ଓ୍ବାର୍ଡକୁ ଜଣେ ଲେଖାଏଁ ଶିକ୍ଷକ ଓ ଓ୍ବାର୍ଡ ଅଧିକାରୀଙ୍କୁ ଏହାର ଦେଖାରେଖା କରିବା ନିମନ୍ତେ ଦାୟିତ୍ୱ ଦିଆ ଯାଇଛି। ଏଥିସହ ସମସ୍ତ ସଉଦା ଦୋକାନ, ପନିପରିବା ଦୋକାନ ଓ ଓ୍ବାର୍ଡ ଅଧିକାରୀମାନଙ୍କ ଫୋନ ନଂ ମଧ୍ୟ ଦିଆଯାଇଛି। ଅତ୍ୟାବଶ୍ୟକ ପରିସ୍ଥିତିରେ ଓ୍ବାର୍ଡ ଅଧତକାରୀ ମାନଙ୍କ ସହ ଯୋଗାଯୋଗ କରି ପାରିବୋ ଯଦି ଜନସାଧାରଣ ଏହି ଦୋକାନ ମାନଙ୍କୁ ନିଜର ସୌଦା ଆଣିବା ନିମନ୍ତେ ଯିବାକୁ ହେଲେ କେବଳ ଚାଲି ଚାଲି ଯାଇ ଆଣିବେ ଏବଂ ଏଥିସହ ମୁହଁରେ ମାସ୍କ ଲଗାଇ, ସାମାଜିକ ଦୂରତା ରକ୍ଷା କରି ଜିନିଷ କ୍ରୟ କରିବେ। କୋବିଡ-୧୯ର ସମସ୍ତ ନିୟମକୁ ପାଳନ କରିବା ନିମନ୍ତେ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛିା


Enter your email to get our daily news in your inbox.

All Right Reserved By Dharitri.Com

ବାଙ୍ଗିରିପୋଷିରେ ଅନ୍ତର୍ଜାତୀୟ ଯୋଗ ଦିବସ

ବାଙ୍ଗିରିପୋଷି,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିସ୍ଥିତ ପତଞ୍ଜଳି ଯୋଗ ପୀଠ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ପ୍ରଶିକ୍ଷକ ମନୋରଞ୍ଜନ ବେହରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ...

ଶିକ୍ଷୟିତ୍ରୀଙ୍କୁ ରାସ୍ତା ମଝିରେ ଗୋଡାଇ ହାଣିଲେ ଦୁର୍ବୁତ୍ତ

ଯାଜପୁର ଅଫିସ, ୯।୭- ଯାଜପୁର ରୋଡ ଥାନା ଅନ୍ତର୍ଗତ ଖଣ୍ଡହତା ଛକ ନିକଟରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ରାସ୍ତା ମଝିରେ ଗୋଡାଇ...

ବିଜେପୁର ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ ଭାଜପା ପ୍ରାର୍ଥୀ

ବରଗଡ଼ ଅଫିସ/ପଦ୍ମପୁର,୩୦।୯(ଡି.ଏନ୍‌.ଏ.): ଭାଜପା ପ୍ରାର୍ଥୀ ସନତ ଗଡ଼ତିଆ ପଦ୍ମପୁର ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହିତ ଭାଜପାର ବସନ୍ତ ପଣ୍ଡା,...

ସୁରକ୍ଷିତ ହେଲେ ବଢ଼ିବ ସୁନାମ

ଢେଙ୍କାନାଳ ଅଫିସ, ୯।୬ ଗୌରବମୟ ଇତିହାସର ମୂକସାକ୍ଷୀ ବୀରାଶାଳ ଏୟାରଷ୍ଟ୍ରିପ୍‌। ସତୁରି ଦଶକରେ ପରିକଳ୍ପନା କରାଯାଇଥିବା ଏହି ଏୟାରଷ୍ଟ୍ରିପ୍‌ ପୂର୍ଣ୍ଣାଙ୍ଗ ରୂପ ପାଇଥିଲା ୨୦୧୯ରେ। ସୋମବାର...

ସୁଧ ଟଙ୍କା ଆଦାୟକୁ ନେଇ ଯୁବକଙ୍କୁ କଟୁରିରେ ଆକ୍ରମଣ

ବାରଙ୍ଗ,୨୭।୧୨(ଡି.ଏନ୍‌.ଏ.): ସୁଧ ଟଙ୍କା ଆଦାୟକୁ କେନ୍ଦ୍ରକରି ନନ୍ଦନକାନନ ଛକରେ ଗୁରୁବାର ପିଇସୀ ପୁଅ କଟୁରି ଚୋଟରେ ମାମୁ ପୁଅ ଗୁରୁତର ହୋଇଛି। ନନ୍ଦନକାନନ ପୋଲିସ ଘଟଣାସ୍ଥଳରେ...

ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର

ବାସୁଦେବପୁର, ୨୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଭିଣୋଇଙ୍କ...

ଜେଲ୍‌ରୁ ପ୍ରେମିକଙ୍କୁ ମୁକୁଳାଇବାକୁ ପ୍ରେମିକାଙ୍କ ନିଷ୍ପତ୍ତି: ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପଡିଲା ହାତଗଣ୍ଠି

ବାଲେଶ୍ୱର ଅଫିସ,୨।୨-ପ୍ରତାରଣା ଅଭିଯୋଗରେ ବାଲେଶ୍ୱର ଜିଲା କାରାଗାରରେ ଦଣ୍ଡ ଭୋଗୁଥିବା ପ୍ରେମିକଙ୍କୁ ମୁକୁଳାଇବା ପାଇଁ ପ୍ରେମିକା ବିବାହ ନିଷ୍ପତ୍ତି ନେଇଥିଲେ। ଉଭୟ ପରିବାରଙ୍କ ସମ୍ମତି ଏବଂ...

ସିର୍ଜାପାଲି ସମିତି ସଭ୍ୟ ଉପନିର୍ବାଚନ: ଚୌଧୁରୀ ଭୁଏ ବିଜୟୀ

କେସିଙ୍ଗା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ପଞ୍ଚାୟତରେ ହୋଇଥିବା ସମିତି ସଭ୍ୟ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଆଜି ସକାଳେ ଭୋଟ ଗଣତି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *