ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ (ଏସ୍‌ସିଓ) ଦାଶରଥି ତ୍ରିପାଠୀଙ୍କ ପାଇଁ ପୁଣି ଅଡ଼ୁଆ ବଢ଼ିଛି। ଦାଶରଥିଙ୍କ ୧ କୋଟି ୭ ଲକ୍ଷ ୬୬ ହଜାର ୩୪୦ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟର ବିଚାରପତି ଆଶାପୂର୍ଣ୍ଣା ମହାପାତ୍ର ସୋମବାର ବାଜ୍ୟାପ୍ତି କରିଛନ୍ତି। ଏହି ସମ୍ପତ୍ତି ମଧ୍ୟରେ ପୁରୀ ଜିଲା ବାଟମଙ୍ଗଳାଠାରେ ଏକ ଜମି, ଭୁବନେଶ୍ୱର ଯାଁଳା ମୌଜାରେ ଆଉ ଏକ ପ୍ଲଟ୍‌ , ଭରତପୁର ମୌଜାରେ ଥିବା ଜିଏ ପ୍ଲଟ୍‌ ସମେତ ବ୍ୟାଙ୍କ ଜମା, ପୋଷ୍ଟାଲ ଜମା ଓ ଏଲ୍‌ଆଇସି ଜମା ଆଦି ରହିଛି। ଦାଶରଥି ମାଲକାନଗିରିରେ ଏସ୍‌ସିଓ ଭାବେ କାର୍ଯ୍ୟ କରୁଥିବାବେଳେ ବହୁ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ୨୦୦୫ରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ସମ୍ପତ୍ତି ଠାବ ହୋଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏସଂକ୍ରାନ୍ତରେ ଏକ ମାମଲା (ନଂ.୫/୨୦୦୫) ରୁଜୁ କରାଯାଇ ଦାଶରଥିଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫ ହେବାର ବର୍ଷେ ପରେ ଅର୍ଥାତ୍‌ ୨୦୦୬ରେ ଦାଶରଥି ଅବସର ଗ୍ରହଣ କରିଥିଲେ। ଏହି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ୨୦୧୯ ଜୁଲାଇ ୨୪ରେ ରାୟ ପ୍ରକାଶ କରିଥିଲେ। ଦାଶରଥିଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଥିଲା। ଗତ ୨୦୨୩ ଜାନୁଆରୀ ୪ରେ ରାଜ୍ୟ ସରକାର ମଧ୍ୟ ଦାଶରଥିଙ୍କ ପେନସନ୍‌ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର: ୨୧ରେ ଖୋଲିବ ସ୍କୁଲ

ସମ୍ବଲପୁର,୧୭।୬ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଆସନ୍ତା ୨୧ ତାରିଖରେ ସ୍କୁଲ ଖୋଲିବା ନେଇ ଭାରପ୍ରାପ୍ତ ଜିଲାପାଳ ସୁଚାରୁ ବଳ ସୂଚନା ଦେଇଛନ୍ତି ।...

କୃଷି ବିଭାଗ ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ ସିଂଦେଓ

ଭୁବନେଶ୍ୱର, ୧୭।୬(ଅସମାପିକା ସାହୁ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୋମବାର ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...

ସରିଲା ଖରା ଛୁଟି: କଳାହାଣ୍ଡିରେ ଖୋଲିବ ସ୍କୁଲ

ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ): ସରିଲା ଖରା ଛୁଟି। ମଙ୍ଗଳବାରଠାରୁ କଳାହାଣ୍ଡି ଜିଲାରେ ଖୋଲିବ ସ୍କୁଲ। ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲୁ ରହିବ ପାଠ ପଢା।...

ଏହି ସବୁ ଜିଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୭।୬: ଖରାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ଜିଲାପାଳ...

ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍‌ପିଙ୍କୁ ପାଛୋଟିନେଲେ

ରାଇକିଆ,୧୭।୬(ପ୍ରଦୀପ ବେହେରା): କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ବେରେଡାକିଆ ଛକଠାରୁ ପାରମ୍ପରିକ ବାଦ୍ୟ...

କେନ୍ଦୁଝରରେ ସକାଳୁଆ ସ୍କୁଲ: ଜିଲାପାଳ

କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର କେନ୍ଦୁଝର ଜିଲାରେ ସମସ୍ତ ସ୍କୁଲ ଖୋଲିବ। ଖରା ଦିନ ଛୁଟି ପରେ ସ୍କୁଲ ଖୋଲୁ ଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ...

ବରଗଡ଼ରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ)): ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଥିବା ଯୋଗୁ ବରଗଡ ଜିଲା ସ୍କୁଲଗୁଡ଼ିକରେ ଖରାଛୁଟିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।...

କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର,୧୭।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଯୁଗ୍ମ ସଚିବ ଭାବେ ତ୍ରିଲୋଚନ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri