Posted inଖେଳ

ବୋଲିଂ କରିବା ପୂର୍ବରୁ ବଲ୍‌କୁ ‘ଚୁମ୍ବନ’ ଦେଉଥିଲେ ମାଲିଙ୍ଗା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଲମ୍ବୋ,୧୫।୯: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଭେଟେରାନ ଫାଷ୍ଟ ବୋଲର ଲାସିଥ ମାଲିଙ୍ଗା ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଲାସିଥ ମାଲିଙ୍ଗା ୨୦୨୧ ଟି-୨୦ ବିଶ୍ୱକପ ଖେଳିବାକୁ ଚାହୁଁଥିଲେ, କିନ୍ତୁ ଶ୍ରୀଲଙ୍କା ଚୟନକର୍ତ୍ତା ତାଙ୍କୁ ଟୁର୍ନାମେଣ୍ଟ ପାଇଁ ଚୟନ କରି ନ ଥିଲେ। ଏହାପରେ ମାଲିଙ୍ଗା ଅବସର ଘୋଷଣା କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ୨୦୧୪ରେ ଆଇସିସି ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଲାସିଥ ମାଲିଙ୍ଗା ସହିତ ଜଡିତ ଏକ ମଜାଦାର ତଥ୍ୟ ହେଉଛି ଯେ, ଯେତେବେଳେ ସେ ବୋଲିଂ କରୁଥିଲେ, ସେ ବଲକୁ ଚୁମ୍ବନ କରୁଥିଲେ, ଏହା ପଛର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ଥିଲା ଲାସିଥ ମାଲିଙ୍ଗାଙ୍କ କୌଶଳ। ମାଲିଙ୍ଗାର ଏହି କୌଶଳ ତାଙ୍କ କ୍ୟାରିୟର ଆରମ୍ଭରୁ ଥିଲା। ମାଲିଙ୍ଗା ବଲ ଫିଙ୍ଗିବା ପୂର୍ବରୁ ଚୁମ୍ବନ ଦେଉଥିଲେ। ଯେତେବେଳେ ମାଲିଙ୍ଗା ନିଜର ରନ ଅପ ଆରମ୍ଭ କରୁଥିଲେ, ସେ ଚୁମ୍ବନ ଦେବା ପରେ ହିଁ ବଲ ଫିଙ୍ଗିଥା’ନ୍ତି। ଏକ ସାକ୍ଷାତକାରରେ ମାଲିଙ୍ଗଙ୍କୁ ଏହାର କାରଣ ପଚରାଯାଇଥିଲା, ସେ କହିଥିଲେ ଯେ ସେ ପ୍ରକୃତରେ ବଲକୁ ସମ୍ମାନ କରନ୍ତି। ମାଲିଙ୍ଗା କହିଥିଲେ, କ୍ରିକେଟ ମୋର କାମ ଏବଂ ମୋ ଜୀବନ ଏଥିରେ ଚାଲିଥାଏ। ଜଣେ ବୋଲର ଭାବରେ ମୁଁ ବଲକୁ ସମ୍ମାନ କରେ। ବଲକୁ ଚୁମ୍ବନ ଦେବା ମୋର ଅଭ୍ୟାସ, ଯାହା ମୁଁ ମୋର କ୍ୟାରିୟର ଆରମ୍ଭରୁ କରିଆସୁଛି। ସୂଚନାଯୋଗ୍ୟ, ଲାସିଥ ମାଲିଙ୍ଗା ହେଉଛନ୍ତି ବିଶ୍ୱର ଏକମାତ୍ର ବୋଲର, ଯିଏ ବିଶ୍ୱକପରେ ଦୁଇଥର ହ୍ୟାଟ୍ରିକ ନେବାରେ ସଫଳତା ହାସଲ କରିଛନ୍ତି।

୨୦୦୭ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ୪ଟି ବଲରେ ମାଲିଙ୍ଗା ୪ ଉଇକେଟ ନେଇଥିଲେ। ଏହା ପରେ ମାଲିଙ୍ଗା ମଧ୍ୟ ୨୦୧୧ ବିଶ୍ୱକପରେ କେନିଆ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ। ମାଲିଙ୍ଗା ହେଉଛନ୍ତି ବିଶ୍ୱର ଏକମାତ୍ର ବୋଲର ଯିଏ ଦିନିକିଆ ରେ ତିନିଥର ହ୍ୟାଟ୍ରିକ ନେଇଛନ୍ତି। ୨୦୧୧ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମାଲିଙ୍ଗା ମଧ୍ୟ ୧୫୫.୭ କିଲୋମିଟର ବଲ୍‌ ପକାଇଥିଲେ।
ଲାସିଥ ମାଲିଙ୍ଗାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏହି ବୋଲର ତାନିଆ ମିନୋଲି ପେରେରାଙ୍କ ହସରେ ‘ବୋଲ୍ଡ’ ହୋଇଗଲେ।ଲାସିଥ ମାଲିଙ୍ଗା ଏକ ବିଜ୍ଞାପନ କରିବାକୁ ଆସିଥିଲେ, ସେହି ଇଭେଣ୍ଟର ମ୍ୟାନେଜର ତାନିଆ ଥିଲେ। ଏହି ସମୟରେ ଉଭୟଙ୍କର ପ୍ରେମ ଏବଂ ପରେ ବିବାହ ହୋଇଥିଲା। ଲାସିଥ ମାଲିଙ୍ଗା ଅଗଷ୍ଟ ୨୮, ୧୯୮୩ରେ ଗଲରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମାରାତ୍ମକ ବୋଲିଂ ହେତୁ ମାଲିଙ୍ଗାଙ୍କୁ ‘ସ୍ଲିଙ୍ଗା ମାଲିଙ୍ଗା’ ମଧ୍ୟ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri