୧୨ କିଲୋମିଟର ମରଣଯନ୍ତା

ବଅଁରପାଳ,୧୫ା୯(ଡି.ଏନ.ଏ.) – ପ୍ରତିବର୍ଷ ସୃଷ୍ଟି ହେଉଛି ସମାନ ସମସ୍ୟା। ଜାତୀୟ ରାଜପଥରେ ହେଉଥିବା ବଡ଼ ବଡ଼ ଖାଲ ଅସୁବିଧାରେ ପକାଉଛି ଗାଡ଼ି ଚାଳକଙ୍କୁ। ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କିମ୍ବା ଅନୁଗୋଳ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଉନାହିଁ। ଫଳରେ ବଅଁରପାଳଠାରୁ ୧୨ କିଲୋମିଟର ରାସ୍ତା ଏକପ୍ରକାର ମରଣଯନ୍ତାରେ ପରିଣତ ହେଉଛି।
ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ବଅଁରପାଳ ଠାରୁ ତୁରଙ୍ଗ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ବିଶେଷକରି ବଅଁରପାଳ ଛକ, ସିପିପି ଛକ, କୁଲାଡ଼ ଛକ, ଏଫ୍‌ସିଆଇ ଛକ, ଟାଉନଶିପି, କାଣ୍ଡସର ଓ ତୁରଙ୍ଗ ଛକ ନିକଟରେ ଜାତୀୟ ରାଜପଥର ଅବସ୍ଥା ଦୟନୀୟ ହୋଇପଡିଛି। ସୃଷ୍ଟି ହୋଇଥିବା ଖାଲରେ ପାଣି ଭରି ରହୁଥିବାରୁ ଗାଡ଼ି ଚାଳକମାନେ ତାହା ଜାଣି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଚାରି ଚକିଆଠାରୁ ଆରମ୍ଭ କରି ବସ୍‌, ଟ୍ରକ୍‌ ଯାଏ ଏହି ଖାଲରେ ପଡ଼ି ଖରାପ ହେଉଥିବା ବେଳେ ବାଇକ୍‌ ଚାଳକମାନେ ପଡ଼ି ଯାଇ ଖଣ୍ଡିଆଖାବରା ହେଉଛନ୍ତି। ଦୁର୍ଘଟଣାରେ ନାଲ୍‌କୋର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ମାସକ ମଧ୍ୟରେ ପ୍ରାୟ ୨୦ ଜଣ ଏଠାରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହେଉଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଯେଉଁ ମରାମତି କାର୍ଯ୍ୟ କରୁଛନ୍ତି, ତାହା ଅଧିକ ଦିନ ତିଷ୍ଠୁନାହିଁ। ଅତିବେଶିରେ ୧୫ ଦିନ ପରେ ରାସ୍ତାରେ ପୁଣି ଗର୍ତ୍ତ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏହି ରାସ୍ତା ଦେଇ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାମାନେ ଯାତାୟାତ କରୁଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଉନ୍ନତି ପ୍ରତି ଦୃଷ୍ଟି ଦିଅନ୍ତୁ
ଅନୁଗୋଳ ଏକ ଶିଳ୍ପ ସମୃଦ୍ଧ ଜିଲା। କେନ୍ଦ୍ର ଓ ରାଜ୍ୟ ସରକାର ଏଠାରୁ ବହୁ ପରିମାଣର ରାଜସ୍ବ ନେଉଛନ୍ତି। ହେଲେ ଅନୁଗୋଳକୁ ସଂଯୋଗ କରୁଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତି ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
-ବିଭବ ଜେନା, ଶ୍ରମିକ ନେତା
ହଇରାଣ ହେଉଛନ୍ତି ଗାଡ଼ି ଚାଳକ
୫୫ନଂ. ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ବିଶେଷକରି ଭୂଷଣ ଠାରୁ ତୁରଙ୍ଗ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବଡ଼ ବଡ଼ ଖାଲମାନ ସୃଷ୍ଟି ହୋଇଛି। ଏଥିଯୋଗୁ ଗାଡ଼ି ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ବନମାଳୀ ସେଠୀ, କାର୍ଯ୍ୟକାରୀ ସଭାପତି, ନାଲ୍‌କୋ ଅଫିସର ଆସୋସିଏଶନ
ଦୁର୍ଘଟଣାର କାରଣ ସାଜୁଛି
ପ୍ରତିବର୍ଷ ବର୍ଷା ଦିନେ ଏହି ଜାତୀୟ ରାଜପଥ ଅବସ୍ଥା ଅତି କଦର୍ଯ୍ୟ ହୋଇପଡୁଛି। ସୃଷ୍ଟି ହୋଇଥିବା ଖାଲଖମା ଯୋଗୁ ବହୁ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛି। ମରାମତି କାମ ଠିକ୍‌ ଭାବେ କରାଯାଉ ନ ଥିବାରୁ ବାରମ୍ବାର ଏପରି ଅବସ୍ଥା ହେଉଛି।
-ଶୁଭ୍ର ରଞ୍ଜନ ଦାସ, ଅନୁଗୋଳ
ଶିଳ୍ପ ସଂସ୍ଥା ପଦକ୍ଷେପ ନିଅନ୍ତୁ
୫୫ ନଂ. ଜାତୀୟ ରାଜପଥର ଅବସ୍ଥା ସୁଧାରିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେପରି ଉଦ୍ୟମ କରାଯାଉ ନାହିଁ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ତାଗିଦ କରାଯିବା ଆବଶ୍ୟକ। ଶିଳ୍ପସଂସ୍ଥାଗୁଡ଼କ ମଧ୍ୟ କିଛି ପଦକ୍ଷେପ ନିଅନ୍ତୁ।
-ଅଞ୍ଜଳି ଭୋଇ, ବ୍ଲକ ଅଧ୍ୟକ୍ଷା, ବଅଁରପାଳ


Enter your email to get our daily news in your inbox.

All Right Reserved By Dharitri.Com

ନବକିଶୋରଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବନ୍ତ, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡ଼ା ଗ୍ରାମର ନରେନ୍ଦ୍ର ସାମଲଙ୍କ ପୁଅ ନବକିଶୋର(୧୬)ଙ୍କୁ ବ୍ଲକ ପ୍ରଶାସନ ସହାୟତାର ହାତ ବଢ଼ାଇଛି।...

ଏବିଭିପି ପକ୍ଷରୁ ଭିସୁଟରେ ର଼୍ୟାଗିଂର ପ୍ରତିବାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.) ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ର଼୍ୟାଗିଂକୁ ଏବିଭିପି ପକ୍ଷରୁ ଶନିବାର ପ୍ରତିବାଦ କରାଯାଇଛି। ଭବାନୀପାଟଣାସ୍ଥିତ ସ୍ଥାନୀୟ କଲେଜ ଛକ ଏବଂ...

ବସ୍‌ ଚକାତଳେ ବୃଦ୍ଧଙ୍କ ଜୀବନ ଗଲା, ଡ୍ରାଇଭର ଅଟକ

ବୁଗୁଡ଼ା,୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ମୁଖ୍ୟସଡ଼କରେ ସୋମବାର ଭୋର୍‌ ସମୟରେ ଏକ ଘରୋଇ ବସ୍‌ ଚକା ଚଳେ ଜଣେ ବୃଦ୍ଧଙ୍କ ଜୀବନ...

ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲାପାଳ: ସାଇକେଲରେ ବୁଲି ତଦାରଖ କରୁଛନ୍ତି ସଫେଇ କାର୍ଯ୍ୟ, ବାହାରେ ପ୍ଲାଷ୍ଟିକ୍‌ ପକାଇଥିବାରୁ ମଦଦୋକାନକୁ ୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୧୨ା୩-ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଜିରୋ ସ୍ବିପିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାର୍ଚ୍ଚ ୧ରୁ...

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆଉ ୩୩୦ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୧ ଜଣ ସ୍ଥାନୀୟ...

ପୁରୀରୁ ୭ ନୂଆ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୫

ପୁରୀ ଅଫିସ, ୧୦।୬: ପୁରୀ ଜିଲାରୁ ପୁଣି ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ...

ସହାୟତା ଅର୍ଥରୁ ନେଉଥିଲେ ଲାଞ୍ଚ: ପାରାଓ୍ବାଚର ବହିଷ୍କୃତ, ବନପାଳ ନିଲମ୍ବିତ

ମାଲକାନଗିରି,୪ା୨: ଭାଲୁ ଆକ୍ରମଣ ସହାୟତା ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଜାଣି ଚୁପ୍‌ ରହିବା ଅଭିଯୋଗରେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ କୁଡୁମୁଲୁଗୁମ୍ମା ବନପାଳ ରାଜେନ୍ଦ୍ର...

ବର୍ଷା ପବନରେ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର, ୧୪।୬ (ଡି.ଏନ.ଏ)- ଭଞ୍ଜନଗର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏଥିରେ ଏକାଧିକ ବିଦ୍ୟୁତ୍‌୍‌ ଖୁଣ୍ଟ ଭାଙ୍ଗିଯାଇଥିବାରୁ ଭଞ୍ଜନଗର...

Advertisement
Archives

Model This Week