୧୨ କିଲୋମିଟର ମରଣଯନ୍ତା

ବଅଁରପାଳ,୧୫ା୯(ଡି.ଏନ.ଏ.) – ପ୍ରତିବର୍ଷ ସୃଷ୍ଟି ହେଉଛି ସମାନ ସମସ୍ୟା। ଜାତୀୟ ରାଜପଥରେ ହେଉଥିବା ବଡ଼ ବଡ଼ ଖାଲ ଅସୁବିଧାରେ ପକାଉଛି ଗାଡ଼ି ଚାଳକଙ୍କୁ। ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ ଦିଗରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କିମ୍ବା ଅନୁଗୋଳ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଉନାହିଁ। ଫଳରେ ବଅଁରପାଳଠାରୁ ୧୨ କିଲୋମିଟର ରାସ୍ତା ଏକପ୍ରକାର ମରଣଯନ୍ତାରେ ପରିଣତ ହେଉଛି।
ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ବଅଁରପାଳ ଠାରୁ ତୁରଙ୍ଗ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ବିଶେଷକରି ବଅଁରପାଳ ଛକ, ସିପିପି ଛକ, କୁଲାଡ଼ ଛକ, ଏଫ୍‌ସିଆଇ ଛକ, ଟାଉନଶିପି, କାଣ୍ଡସର ଓ ତୁରଙ୍ଗ ଛକ ନିକଟରେ ଜାତୀୟ ରାଜପଥର ଅବସ୍ଥା ଦୟନୀୟ ହୋଇପଡିଛି। ସୃଷ୍ଟି ହୋଇଥିବା ଖାଲରେ ପାଣି ଭରି ରହୁଥିବାରୁ ଗାଡ଼ି ଚାଳକମାନେ ତାହା ଜାଣି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଚାରି ଚକିଆଠାରୁ ଆରମ୍ଭ କରି ବସ୍‌, ଟ୍ରକ୍‌ ଯାଏ ଏହି ଖାଲରେ ପଡ଼ି ଖରାପ ହେଉଥିବା ବେଳେ ବାଇକ୍‌ ଚାଳକମାନେ ପଡ଼ି ଯାଇ ଖଣ୍ଡିଆଖାବରା ହେଉଛନ୍ତି। ଦୁର୍ଘଟଣାରେ ନାଲ୍‌କୋର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ମାସକ ମଧ୍ୟରେ ପ୍ରାୟ ୨୦ ଜଣ ଏଠାରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହେଉଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଯେଉଁ ମରାମତି କାର୍ଯ୍ୟ କରୁଛନ୍ତି, ତାହା ଅଧିକ ଦିନ ତିଷ୍ଠୁନାହିଁ। ଅତିବେଶିରେ ୧୫ ଦିନ ପରେ ରାସ୍ତାରେ ପୁଣି ଗର୍ତ୍ତ ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏହି ରାସ୍ତା ଦେଇ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାମାନେ ଯାତାୟାତ କରୁଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଉନ୍ନତି ପ୍ରତି ଦୃଷ୍ଟି ଦିଅନ୍ତୁ
ଅନୁଗୋଳ ଏକ ଶିଳ୍ପ ସମୃଦ୍ଧ ଜିଲା। କେନ୍ଦ୍ର ଓ ରାଜ୍ୟ ସରକାର ଏଠାରୁ ବହୁ ପରିମାଣର ରାଜସ୍ବ ନେଉଛନ୍ତି। ହେଲେ ଅନୁଗୋଳକୁ ସଂଯୋଗ କରୁଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତି ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।
-ବିଭବ ଜେନା, ଶ୍ରମିକ ନେତା
ହଇରାଣ ହେଉଛନ୍ତି ଗାଡ଼ି ଚାଳକ
୫୫ନଂ. ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ବିଶେଷକରି ଭୂଷଣ ଠାରୁ ତୁରଙ୍ଗ ପର୍ଯ୍ୟନ୍ତ ଅନେକ ସ୍ଥାନରେ ବଡ଼ ବଡ଼ ଖାଲମାନ ସୃଷ୍ଟି ହୋଇଛି। ଏଥିଯୋଗୁ ଗାଡ଼ି ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ବନମାଳୀ ସେଠୀ, କାର୍ଯ୍ୟକାରୀ ସଭାପତି, ନାଲ୍‌କୋ ଅଫିସର ଆସୋସିଏଶନ
ଦୁର୍ଘଟଣାର କାରଣ ସାଜୁଛି
ପ୍ରତିବର୍ଷ ବର୍ଷା ଦିନେ ଏହି ଜାତୀୟ ରାଜପଥ ଅବସ୍ଥା ଅତି କଦର୍ଯ୍ୟ ହୋଇପଡୁଛି। ସୃଷ୍ଟି ହୋଇଥିବା ଖାଲଖମା ଯୋଗୁ ବହୁ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛି। ମରାମତି କାମ ଠିକ୍‌ ଭାବେ କରାଯାଉ ନ ଥିବାରୁ ବାରମ୍ବାର ଏପରି ଅବସ୍ଥା ହେଉଛି।
-ଶୁଭ୍ର ରଞ୍ଜନ ଦାସ, ଅନୁଗୋଳ
ଶିଳ୍ପ ସଂସ୍ଥା ପଦକ୍ଷେପ ନିଅନ୍ତୁ
୫୫ ନଂ. ଜାତୀୟ ରାଜପଥର ଅବସ୍ଥା ସୁଧାରିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେପରି ଉଦ୍ୟମ କରାଯାଉ ନାହିଁ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ତାଗିଦ କରାଯିବା ଆବଶ୍ୟକ। ଶିଳ୍ପସଂସ୍ଥାଗୁଡ଼କ ମଧ୍ୟ କିଛି ପଦକ୍ଷେପ ନିଅନ୍ତୁ।
-ଅଞ୍ଜଳି ଭୋଇ, ବ୍ଲକ ଅଧ୍ୟକ୍ଷା, ବଅଁରପାଳ


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?