Posted inଖେଳ

ରିଜିଜୁଙ୍କୁ ଅନୁରୋଧ କଲେ ମାଲହୋତ୍ରା

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ଦେଶର ୫୪ଟି ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଉପରୁ ବର୍ଷକ ପାଇଁ ସ୍ବୀକୃତି ପ୍ରତ୍ୟାହାର କରାଯାଇଥିବାରୁ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଅଫ୍‌ ସ୍ପୋଟର୍‌ସ ସଭାପତି ଭି.କେ. ମାଲହୋତ୍ରା ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନ ଲାଗି ଜଣେ ଆଟର୍ନି ଜେନେରାଲ (ଏଜି)ଙ୍କୁ ନିଯୁକ୍ତି ଦେବା ପାଇଁ ସେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ୫୪ଟି ଜାତୀୟ କ୍ରୀଡ଼ା ମହାସଂଘ ଉପରୁ ସାମୟିକ ବାର୍ଷିକ ସ୍ବୀକୃତି ପ୍ରତ୍ୟାହାର କରିଛି। ପୁନଃ ନିର୍ଦ୍ଦେଶ ନ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ଏଥିରେ କୁହାଯାଇଥିଲା। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ମାଲହୋତ୍ରା ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱ କ୍ରୀଡ଼ା ସଂଘର୍ଷ ଚଳାଇଛି। ସ୍ବୀକୃତି ପ୍ରତ୍ୟାହାର ଦ୍ୱାରା ଆସନ୍ତାବର୍ଷ ଅଲିମ୍ପିକ ଗେମ୍ସ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଆଥଲେଟଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଭେଟେରାନ ସ୍ପୋଟର୍‌ସ ପ୍ରଶାସକ ଦର୍ଶାଇଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଅବା ଅନ୍ତର୍ଜାତୀୟ ମହାସଂଘଗୁଡ଼ିକ ସେମାନଙ୍କ ଉପରୁ ସ୍ବୀକୃତି ପ୍ରତ୍ୟାହାର କରି ନାହାନ୍ତି। ତେଣୁ ମନ୍ତ୍ରୀ ତୁରନ୍ତ ଜଣେ ଆଟର୍ନି ଜେନେରାଲ/ ସଲିସିଟର ଜେନେରାଲଙ୍କ ନିଯୁକ୍ତିର ବ୍ୟବସ୍ଥା କରି ତାଙ୍କ ଜରିଆରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ରଦ୍ଦ କରିବା ଲାଗି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନର ବ୍ୟବସ୍ଥା କରନ୍ତୁ। ବାର୍ଷିକ ସ୍ବୀକୃତି ପାଇବା ଦ୍ୱାରା ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଟ୍ରେନିଂ ଓ ପ୍ରତିଯୋଗିତା ପାଇଁ ସରକାରଙ୍କଠାରୁ ଆର୍ଥିକ ଅନୁଦାନ ଏବଂ ସହାୟତା ପାଇଥାନ୍ତି। କରୋନା ମହାମାରୀ ବ୍ୟାପିବା ପରେ ମାର୍ଚ୍ଚ ମାସଠାରୁ ସମଗ୍ର ଦେଶରେ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। ଖେଳ ଆରମ୍ଭ ହେବାମାତ୍ରେ ଅଲିମ୍ପିକ୍ସ ପ୍ରସ୍ତୁତି କାର୍ଯ୍ୟ ଆଗେଇବ। ହେଲେ ସ୍ବୀକୃତି ପ୍ରତ୍ୟାହାରଜନିତ ପରିସ୍ଥିତି ଯୋଗୁ ପ୍ରଶାସନିକ ନିଷ୍ପତ୍ତିରେ ବିଳମ୍ବ ଘଟିପାରେ। ଆଥଲେଟ୍‌ମାନଙ୍କ ଟ୍ରେନିଂ କାର୍ଯ୍ୟରେ ଏହା ବାଧା ଉପୁଜାଇପାରେ ବୋଲି ମାଲହୋତ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ଚାଲିଥିବାବେଳେ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହି ବିଦେଶୀ କ୍ରିକେଟର

ଶୋଏବ ମଲିକ, ହାସନ ଅଲି, ଗ୍ଲେନ ଟର୍ନର ଏବଂ ମୋହସିନ ଖାନ ଭଳି ଖେଳାଳିମାନେ ସେମାନଙ୍କ ଜୀବନସାଥୀ ଭାରତରୁ ବାଛିଛନ୍ତି। ସେହି ତାଲିକାରେ ଅଷ୍ଟ୍ରେଲୀୟ କ୍ରିକେଟର...

କୋହଲିଙ୍କୁ ମିଳୁନାହିଁ ଛୁଟି

ନୂଆଦିଲ୍ଲୀ,୧୯।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଫିଟ୍‌ କ୍ରିକେଟର। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ...

ଟୋକିଓ ଉପରେ ଶ୍ରାବଣୀଙ୍କ ନଜର

ନୂଆଦିଲ୍ଲୀ, ୨୭।୭(ପି.ଟି.)- ସମ୍ପ୍ରତି ଜାମାଇକାରେ ଟ୍ରେନିଂ ଜାରି ରଖିଥିବା ତାରକା ଆଥଲେଟ୍‌ ଓଡ଼ିଶାର ଶ୍ରାବଣୀ ନନ୍ଦ କ୍ରମାଗତ ଦ୍ୱିତୀୟ ଥରପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ ଲକ୍ଷ୍ୟରେ ରହିଛନ୍ତି।...

ଜାଭେଲିନ୍‌ ଥ୍ରୋୟର ଅମିତ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୧୮ା୨ (ପି.ଟି.)-ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା)ର ଆଣ୍ଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ (ଏଡିଡିପି) ହରିୟାଣା ଜାଭେଲିନ୍‌ ଥ୍ରୋୟର ଅମିତ୍‌ ଦାହିୟାଙ୍କୁ ଦୃଷ୍ଟାନ୍ତମୂଳକ ୪...

ପାକିସ୍ତାନ ଦଳରେ କାଦିରଙ୍କ ପୁଅ ଉସ୍‌ମାନ

କରାଚୀ, ୨୧ା୧୦ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ ଏବଂ ଟେଷ୍ଟ ସିରିଜ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳ ଘୋଷଣା କରାଯାଇଛି। ଟି୨୦ ଦଳରେ...

୧୧୨ ରନରେ ସିଏସକେର ବୃହତ ବିଜୟ …

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ବିପକ୍ଷରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୧୧୨ ରନରେ ବିଜୟ ହାସଲ କରିଛି। ଧାର୍ଯ୍ୟ...

ପିବିକେଏସ୍‌ ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ...

ଭାଜପାରେ ସାମିଲ ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକତା,୨୫।୨: ପୂର୍ବତନ କ୍ରିକେଟର ମନୋଜ ତିୱାରୀଙ୍କ ପରେ ଅଶୋକ ଡିିଣ୍ଡା ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ର...

Advertisement
Archives

Model This Week