Posted inଖେଳ

ରିଜିଜୁଙ୍କୁ ଅନୁରୋଧ କଲେ ମାଲହୋତ୍ରା

ନୂଆଦିଲ୍ଲୀ, ୨୮ା୬ (ପି.ଟି.): ଦେଶର ୫୪ଟି ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଉପରୁ ବର୍ଷକ ପାଇଁ ସ୍ବୀକୃତି ପ୍ରତ୍ୟାହାର କରାଯାଇଥିବାରୁ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଅଫ୍‌ ସ୍ପୋଟର୍‌ସ ସଭାପତି ଭି.କେ. ମାଲହୋତ୍ରା ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନ ଲାଗି ଜଣେ ଆଟର୍ନି ଜେନେରାଲ (ଏଜି)ଙ୍କୁ ନିଯୁକ୍ତି ଦେବା ପାଇଁ ସେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ୫୪ଟି ଜାତୀୟ କ୍ରୀଡ଼ା ମହାସଂଘ ଉପରୁ ସାମୟିକ ବାର୍ଷିକ ସ୍ବୀକୃତି ପ୍ରତ୍ୟାହାର କରିଛି। ପୁନଃ ନିର୍ଦ୍ଦେଶ ନ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ଏଥିରେ କୁହାଯାଇଥିଲା। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ନିକଟକୁ ମାଲହୋତ୍ରା ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱ କ୍ରୀଡ଼ା ସଂଘର୍ଷ ଚଳାଇଛି। ସ୍ବୀକୃତି ପ୍ରତ୍ୟାହାର ଦ୍ୱାରା ଆସନ୍ତାବର୍ଷ ଅଲିମ୍ପିକ ଗେମ୍ସ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଆଥଲେଟଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଭେଟେରାନ ସ୍ପୋଟର୍‌ସ ପ୍ରଶାସକ ଦର୍ଶାଇଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଅବା ଅନ୍ତର୍ଜାତୀୟ ମହାସଂଘଗୁଡ଼ିକ ସେମାନଙ୍କ ଉପରୁ ସ୍ବୀକୃତି ପ୍ରତ୍ୟାହାର କରି ନାହାନ୍ତି। ତେଣୁ ମନ୍ତ୍ରୀ ତୁରନ୍ତ ଜଣେ ଆଟର୍ନି ଜେନେରାଲ/ ସଲିସିଟର ଜେନେରାଲଙ୍କ ନିଯୁକ୍ତିର ବ୍ୟବସ୍ଥା କରି ତାଙ୍କ ଜରିଆରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ରଦ୍ଦ କରିବା ଲାଗି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନର ବ୍ୟବସ୍ଥା କରନ୍ତୁ। ବାର୍ଷିକ ସ୍ବୀକୃତି ପାଇବା ଦ୍ୱାରା ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ଟ୍ରେନିଂ ଓ ପ୍ରତିଯୋଗିତା ପାଇଁ ସରକାରଙ୍କଠାରୁ ଆର୍ଥିକ ଅନୁଦାନ ଏବଂ ସହାୟତା ପାଇଥାନ୍ତି। କରୋନା ମହାମାରୀ ବ୍ୟାପିବା ପରେ ମାର୍ଚ୍ଚ ମାସଠାରୁ ସମଗ୍ର ଦେଶରେ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। ଖେଳ ଆରମ୍ଭ ହେବାମାତ୍ରେ ଅଲିମ୍ପିକ୍ସ ପ୍ରସ୍ତୁତି କାର୍ଯ୍ୟ ଆଗେଇବ। ହେଲେ ସ୍ବୀକୃତି ପ୍ରତ୍ୟାହାରଜନିତ ପରିସ୍ଥିତି ଯୋଗୁ ପ୍ରଶାସନିକ ନିଷ୍ପତ୍ତିରେ ବିଳମ୍ବ ଘଟିପାରେ। ଆଥଲେଟ୍‌ମାନଙ୍କ ଟ୍ରେନିଂ କାର୍ଯ୍ୟରେ ଏହା ବାଧା ଉପୁଜାଇପାରେ ବୋଲି ମାଲହୋତ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

୫୦୦ ୱିକେଟ ନେଇଥିବା ୩୨ ବର୍ଷୀୟ କ୍ରିକେଟର ଅବସର ଘୋଷଣା କରି ଚମକାଇ ଦେଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୫।୧୦: ଜଣେ ଇଂଲଣ୍ଡ କ୍ରିକେଟର ଏକ ଅସାଧାରଣ କାରଣ ପାଇଁ ଅବସର ଗ୍ରହଣ କରିଛନ୍ତି। ନିଜ କ୍ୟାରିୟରରେ ୫୦୦ରୁ ଅଧିକ ୱିକେଟ ନେଇଥିବା କ୍ରେଗ ମାଇଲ୍ସ ମାତ୍ର…

ଅବସର ପୂର୍ବରୁ ରୋହିତ ଶର୍ମାଙ୍କୁ ଟାର୍ଗେଟ ଦେଲେ ସୁନୀଲ ଗାଭାସ୍କର! ‘ହିଟମ୍ୟାନ’ଙ୍କୁ କହିଲେ…

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମାଙ୍କ ନିକଟରେ ଏକ ସ୍ବତନ୍ତ୍ର ଅନୁରୋଧ ରଖିଛନ୍ତି। ଗାଭାସ୍କର ଆଶା ବ୍ୟକ୍ତ କରିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?