ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ପ୍ରସଙ୍ଗ ‘ଭାରତ’

ମାଲେ,୮।୯: ହିନ୍ଦ୍‌ ମହାସାଗରସ୍ଥିତ ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ପ୍ରଚାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ପ୍ରାର୍ଥୀ ଭୋଟରଙ୍କୁ ଆପର୍ଷିତ କରିବା ପାଇଁ ଯଥାସମ୍ଭ ଚେଷ୍ଟା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୮ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ବର୍ତ୍ତମାନର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଏବଂ ବିରୋଧୀ ଦଳର ନେତା ଡକ୍ଟର ମହମ୍ମଦ ମୁଇଜୋଙ୍କ ମଧ୍ୟରେ ରାଷ୍ଟ୍ରପତି ପଦ ପାଇଁ କଡା ମୁକାବିଲା ହେବାକୁ ଯାଉଛି। ଚାଇନା ସମର୍ଥକ ତଥା ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ଜେଲରେ ଥିବାରୁ ଏଥର ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ରାଷ୍ଟ୍ରପତି ଇବ୍ରାହିମ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି। ତାଙ୍କର ‘ଇଣ୍ଡିଆ ଫାଷ୍ଟ’ ଅର୍ଥାତ୍‌ ସେ ଭାରତକୁ ସବୁ କ୍ଷେତ୍ରରେ ଏପରିକି ଆଭ୍ୟନ୍ତରୀଣ ମାମଲାରେ ସମର୍ଥନ କରୁଥିବାରୁ ଦେଶର ରାଜନୈତିକ ଆଲୋଚନାରେ ସେ ସମାଲୋଚିତ ହେଉଛନ୍ତି।

ଶାସକ ମାଳଦ୍ୱୀପ ଡେମୋକ୍ରାଟିକ ପାର୍ଟି (ଏମଡିପି)ର ନେତା ଇବ୍ରାହିମ ମହମ୍ମଦ ସୋଲିହ ୨୦୧୮ର ମାଳଦ୍ୱୀପର ରାଷ୍ଟ୍ରପତି ହୋଇଥିଲେ। ସେବେଠାରୁ ତାଙ୍କ ପାର୍ଟି ତାଙ୍କୁ ଦୃଢ ସମର୍ଥନ କରି ଆସୁଛି। ଏହି କାରଣରୁ ତାଙ୍କର ଘନିଷ୍ଠ ବନ୍ଧୁ ତଥା ବିଶ୍ୱାସୀ ମହମ୍ମଦ ନାସିଦ ମଧ୍ୟ ଦଳ ଛାଡିଛନ୍ତି। ମାଳଦ୍ୱୀପ ନିର୍ବାଚନକୁ ନେଇ ଭାରତ ସାର୍ବଜନିକ ଭାବେ ନିରବ ରହିବାର ରାସ୍ତା ଆପଣେଇଛି । ତେବେ ଦେଶରେ କିଛି ମେଗା କନେକ୍ଟିଭିଟି ପ୍ରୋଜେକ୍ଟର ବିକାଶରେ ଅନୁଦାନ ଏବଂ ସହାୟତା ଯୋଗାଇଛି ଭାରତ। କେବଳ ଏତିକି ନୁହେଁ, ମାଲଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ନଜର ରଖିବା ପାଇଁ ଭାରତ ଡର୍ନିୟର ବିମାନ ସହିତ ହେଲିକପ୍ଟର ମଧ୍ୟ ଯୋଗାଇଛି।

ଇବ୍ରାହିମ ପ୍ରୋଗେସିଭ ପାର୍ଟି ଅଫ୍‌ ମାଳଦ୍ୱୀପକୁ(ପିପିଏମ) ର ନେତା ଅବଦୁଲ୍ଲା ୟାମିନଙ୍କୁ ନିର୍ବାଚନରେ ପରାସ୍ତ କରି କ୍ଷମତାକୁ ଆସିଥିଲେ। ଦୁର୍ନୀତି ଏବଂ ଅର୍ଥ ହଡପ ଅଭିଯୋଗରେ ୟାମିନ ଜେଲ ଦଣ୍ଡ ଭୋଗୁଛନ୍ତି। କେତେକ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପରେ ଚାଇନାକୁ ଅନୁମତି ଦେବାରେ ନିୟମ ପାଳନ କରି ନ ଥିଲେ। କେବଳ ଏତିକି ନୁହେଁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି। ଏହି କାରଣରୁ ମାଳଦ୍ୱୀପ କରଜରେ ବୁଡିଗଲା। ଏଭଳି ପରିସ୍ଥିତିରେ ୟାମିନଙ୍କ ପ୍ରୋଗେସିଭ ପାର୍ଟି ଅଫ୍‌ ମାଳଦ୍ୱୀପ, ପ୍ରୋଗେସିଭ ନାଶନାଲ କଂଗେସ ସହ ହାତ ମିଳାଇଛି। ବିରୋଧୀ ମେଣ୍ଟ ମହମ୍ମଦ ମୁଇଜୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?