ଦେଶରୁ ସେନା ଅପସାରଣ କରିବାକୁ ଭାରତକୁ କହିଲା ମାଳଦ୍ଵୀପ

ନୂଆଦିଲ୍ଲୀ,୧୮ା୧୧: ଶପଥ ନେବାର ଗୋଟିଏ ଦିନ ପରେ ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଫିସରୁ ଭାରତ ସରକାରଙ୍କୁ ଦେଶରୁ ସେନା ଅପସାରଣ କରିନେବାକୁ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ମାଳଦ୍ଵୀପରେ ପହଞ୍ଚିଥିବା କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କୁ ମହମ୍ମଦ ମୁଇଜୁଙ୍କୁ ଭେଟିବା ସମୟରେ ଏହି ଅନୁରୋଧ କରିଥିଲେ।

ଦେଶରୁ ବିଦେଶୀ ସେନାକୁ ପ୍ରତ୍ୟାହାର କରାଇବା ମୁଇଜୁଙ୍କ ନିର୍ବାଚନୀ ଏଜେଣ୍ଡା ଗୁଡିକ ମଧ୍ୟରୁ ଏକ ମୁଖ୍ୟ ପ୍ରତିଶ୍ରୁତି ଥିଲା ଏବଂ ସେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିବା ପରେ ଦେଶକୁ ଦେଇଥିବା ପ୍ରଥମ ଭାଷଣରେ ଏଥିପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ।

ଶପଥ ଗ୍ରହଣ ସମାବେଶରେ ମୁଇଜୁ ଭାରତର ନାଁ, ନ ନେଇ କହିଥିଲେ ଯେ, ମାଳଦ୍ଵୀପ ଏହାର ଭୂମିରେ କୌଣସି ଦେଶର ସେନା ଉପସ୍ଥିତି ଚାହୁଁନାହିଁ। ତେବେ ସୁରକ୍ଷା ଦିଗ ଦେଖିଲେ, ମୁଁ ଏଥିପାଇଁ ଏକ ନାଲି ଗାଁର ଟାଣିବି। ଆଉ ମାଳଦ୍ଵୀପ ଏହି ନାଲି ରେଖାକୁ ସମ୍ମାନ କରେ, ଅନ୍ୟ ଦେଶମାନେ ମଧ୍ୟ ଏହା କରିବା ଉଚିତ ବୋଲି ସେ କହିଥିଲେ।

ମହମ୍ମଦ ମୁଇଜୁଙ୍କୁ ଚାଇନା ସପକ୍ଷବାଦୀ ଭାବରେ ବିବେଚନା କରାଯାଏ। ତେବେ ନିର୍ବାଚିତ ହେବା ପରେ ସେ କହିଥିଲେ ଯେ, ମାଳଦ୍ଵୀପ ଏକ ଛୋଟ ଦେଶ ତେଣୁ ଏହା ଭାରତ ଏବଂ ଚାଇନା ମଧ୍ୟରେ କାହାପ୍ରତି ଢାଳିବାକୁ ଚାହୁନାହିଁ ଏବଂ କୂଟନୈତିକ ରାଜନୀତିରେ ଫସିବାକୁ ଚାହୁଁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?