ମାର୍ଚ୍ଚ ୧୫ ସୁଦ୍ଧା ସେନା ହଟାଇବାକୁ କହିଲା ମାଳଦ୍ଵୀପ, ଜବାବ ଦେଲା ଭାରତ

ନୂଆଦିଲ୍ଲୀ ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରବିବାର ଭାରତ ପକ୍ଷରୁ ନିୟୋଜିତ ସମସ୍ତ ସାମରିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ କହିଛି। ଏଥିପାଇଁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛି ଦ୍ବୀପଦେଶ। ଭାରତ ସରକାର କହିଛନ୍ତି ଯେ ଉଭୟ ପକ୍ଷ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ମୁଇଜୁଙ୍କ ସରକାର ଏହି ଦାବି ଏଭଳି ସମୟରେ କରିଛି ଯେତେବେଳେ ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ଗଠନ କରିଥିବା ଏକ ଉଚ୍ଚ ସ୍ତରୀୟ କୋର କମିଟିର ବୈଠକ ମାଲେରେ ଅନୁଷ୍ଠିତ ହଇଛି।

ରାଷ୍ଟ୍ରପତି ମୁଇଜୁଙ୍କ ସଚିବ ଅବଦୁଲ୍ଲା ନାଜିମ ଇବ୍ରାହିମ ମାଲେରେ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମାର୍ଚ୍ଚ ମଧ୍ୟଭାଗରେ ସୈନ୍ୟ ପ୍ରତ୍ୟାହାର କରିବାକୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମୁଇଜୁ ଏହି ସଭାରେ ଯୋଗ ଦେଇଥିବା ମାଲଦ୍ୱୀପ ପ୍ରତିନିଧୀଙ୍କୁ କହିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ଇବ୍ରାହିମଙ୍କ ସୂତ୍ରରୁ କହିଛନ୍ତି ଯେ ମାଳଦ୍ଵୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାରକୁ ନେଇ ଏହା ହେଉଛି ଦ୍ୱାଦଶ ବୈଠକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଚାଲିଛି। ଭାରତୀୟ ସୈନିକମାନେ ମାଳଦ୍ଵୀପରେ ରହିପାରିବେ ନାହିଁ। ଏହା ହେଉଛି ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ତାଙ୍କ ପ୍ରଶାସନର ନୀତି ଅଟେ।

ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମାଲଦ୍ୱୀପବାସୀଙ୍କୁ ମାନବିକ ତଥା ଚିକିତ୍ସା ସେବା ଯୋଗାଉଥିବା ଭାରତୀୟ ବିମାନ ଚଳାଚଳ ପ୍ଲାଟଫର୍ମର ନିରନ୍ତର କାର୍ଯ୍ୟ ପାଇଁ ସମାଧାନ ଖୋଜିବା ପାଇଁ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଦୁଇଟି ହେଲିକପ୍ଟର ଏବଂ ଗୋଟିଏ ବିମାନ ଚଳାଇବା ପାଇଁ ମାଲଦ୍ୱୀପରେ ପ୍ରାୟ ୭୭ ଭାରତୀୟ ସାମରିକ କର୍ମଚାରୀ ଉପସ୍ଥିତ ଅଛନ୍ତି।

ଜାରି ରହିଥିବା ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ସହିତ ପାରସ୍ପରିକ ସହଭାଗିତାକୁ ବୁଝାମଣା ପାଇଁ ଦ୍ୱିପାକ୍ଷିକ ସହଯୋଗ ସହ ଜଡିତ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଯେତେବେଳେ ଡିସେମ୍ବରରେ ମୁଇଜୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଓପି୨୮ ର ବୈଠକରେ ସାକ୍ଷାତ ହୋଇଥିଲେ, ସେତେବେଳେ ଭାରତ ଏବଂ ମାଲଦ୍ୱୀପ ଏକ ଉଚ୍ଚ ସ୍ତରୀୟ କୋର ଗ୍ରୁପ୍ ଗଠନ କରିବାକୁ ରାଜି ହୋଇଥିଲେ।

ଚାଇନା ଗସ୍ତରୁ ଫେରିବା ପରେ ରାଷ୍ଟ୍ରପତି ମୁଇଜୁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି, ଯାହାର ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ ସେବା ତଥା ଖାଦ୍ୟ ନିରାପତ୍ତା ଭଳି ପ୍ରସଙ୍ଗରେ ଭାରତ ଉପରେ ମାଲଦ୍ୱୀପର ନିର୍ଭରଶୀଳତାକୁ ହ୍ରାସ କରିବା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲାଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?