ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର

ଯାଜପୁର/ଯାଜପୁର ରୋଡ୍‌ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି), ୧୪ା୧
ଯାଜପୁର ଜିଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାଜପୁର ରୋଡ ଥାନା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ କଟାମୁଣ୍ଡକୁ କୁକୁର ଧରି କୁଆଡ଼େ ନେଇଯାଇଛି। କଟାମୁଣ୍ଡକୁ କୁକୁର ଖାଇବାର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାର ପର୍ଦ୍ଦାଫାସ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିଶୁର ମୁଣ୍ଡ ଓ ଅବଶିଷ୍ଟ ଶରୀର କିମ୍ବା ଘଟଣା ସମ୍ପର୍କରେ ପୋଲିସ କୌଣସି ସୁରାକ ପାଇ ନ ଥିବା ଜଣାପଡିଛି।
ଶନିବାର ରାତି ପ୍ରାୟ ୮ଟାରେ ଉକ୍ତ ଗ୍ରାମର ବ୍ରଜସୁନ୍ଦର ପତ୍ରୀଙ୍କ ବାଡ଼ିରେ ଥିବା କୁଟାଗଦା ନିକଟରେ ଏକ ଶିଶୁର କଟାମୁଣ୍ଡକୁ କୁକୁର ଖାଉଥିବା ଲୋକେ ଦେଖିଥିଲେ। ରବିବାର ସକାଳେ ଘଟଣା ପ୍ରଘଟ ପରେ ଲକ୍ଷ୍ମୀନଗର ସରପଞ୍ଚ ସର୍ବେଶ୍ୱର ସାହୁ ଯାଜପୁରରୋଡ୍‌ ଥାନାକୁ ଖବର ଦେଇଥିଲେ। ପୂର୍ବାହ୍ନ ୧୦ଟାରେ ଯାଜପୁରରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସଦଳବଳେ ପହଞ୍ଚତ୍ ତଦନ୍ତ କରିଥିଲେ। ସେତେବେଳକୁ ବିଳମ୍ବ ହୋଇଯାଇଥିଲା। କଟାମୁଣ୍ଡକୁ କୁକୁର ଖାଇ ସାରିଥିଲା। ଫଳରେ ପୋଲିସକୁ ତାହା ମିଳି ନ ଥିଲା। ଘଟଣାସ୍ଥଳରେ ରକ୍ତ ପଡ଼ିଥିବା ଦେଖି ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଥିଲେ ମଧ୍ୟ କେହି କିଛି କହି ପାରି ନ ଥିଲେ। ପରେ ଯାଜପୁର ଡିଏସ୍‌ପି ପି. କେ. ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ବିତ କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। କଟାମୁଣ୍ଡକୁ କୁକୁର ଖାଉଥିବା ସମୟରେ କେତେଜଣ ଲୋକ ମୋବାଇଲ ଫୋନ୍‌ରେ ଫୋଟ ଉଠାଇଥିଲେ। ପୋଲିସକୁ ଉକ୍ତ ଫୋଟ ଓ ଭିଡିଓ ହସ୍ତଗତ ହୋଇଛି। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ପାଇଁ ୩ଟି ଟିମ୍‌ ଗଠନ କରିଛି। ଶିଶୁଟି ଏ ଅଞ୍ଚଳର ନୁହେଁ ଏବଂ ହତ୍ୟାକାରୀ ବାହାରେ କୌଣସି ସ୍ଥାନରେ ଘଟଣା ଘଟାଇ ଏଠାରେ ଫିଙ୍ଗିଦେଇ ଥାଇପାରେ କିମ୍ବା ବଳି ଉଦେଶ୍ୟରେ ଏଭଳି ଘଟଣା ଘଟିଥାଇପାରେ ବୋଲି ଥାନାଧିକାରୀ ପ୍ରଧାନ କହିଛନ୍ତି। ଖୁବ୍‌ଶୀଘ୍ର ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri