୪୭ ବର୍ଷ ପରେ ଆସିଲା ବିମାନ ଦୁର୍ଘଟଣାର କାରଣ, ଯେଉଁଥିରେ ପ୍ରାଣ ହରାଇଥିଲେ ଅନେକ ନେତା

କୁଆଲା ଲମପୁର,୧୪।୪: ମାଲେସିଆର ଏକ ଟପ ସିକ୍ରେଟ ଫାଇଲକୁ ୪୭ ବର୍ଷ ପରେ ସାର୍ବଜନିନ କରାଯାଇଛି। ସୂଚନାଯୋଗ୍ୟ, ୧୯୭୬ରେ ମାଲେସିଆରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଅନେକ ରାଜନେତା ଓ ମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିମାନ ଦୁର୍ଘଟଣା ପରଠାରୁ ମାଲେସିଆ ସରକାର ଏହାର ଫାଇଲକୁ ଗୁପ୍ତ ଭାବେ ରଖିଥିଲେ। ଏହି ଦୁର୍ଘଟଣାର କାରଣକୁ ସାର୍ବଜନିନ କରାଯାଇ ନ ଥିଲା। ଏବେ ଲୋକଙ୍କ ବହୁ ଦାବି ପରେ ମାଲେସିଆ ସରକାର ୧୯୭୬ରେ ହୋଇଥିବା ବିମାନ ଦୁର୍ଘଟଣା ଫାଇଲକୁ ସାର୍ବଜନିନ କରି ଦେଇଛନ୍ତି। ଫାଇଲରୁ ଜଣାପଡିଛି କି ବିମାନରେ ଜିନିଷପତ୍ର ଠିକ ଭାବେ ରଖାଯାଇ ନ ଥିଲା, ଯେଉଁଥିପାଇଁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ମାଲେସିଆ ସରକାର ୨୧ ପୃଷ୍ଠାର ତଥ୍ୟ ବୁଧବାର ସାର୍ବଜନିନ କରିଛନ୍ତି। ଏହା ଅନୁଯାୟୀ, ଯେଉଁ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା, ତାହା ଅଷ୍ଟ୍ରେଲିଆର ଏୟାର କ୍ରାପ୍ଟ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯାଇଥିଲା। ବିମାନଟି ସବାହ ରାଜ୍ୟର ରାଜଧାନୀ କୋଟା କେନାବାଲୁ ଯାଉଥିଲା। ସେତେବେଳେ ଏହା ସମୁଦ୍ରରେ ବୁଡି ଯାଇଥିଲା। ଏହି ବିମାନ ଦୁର୍ଘଟଣାରେ ସବାହ ରାଜ୍ୟର ତତକାଳୀନ ମୁଖ୍ୟମନ୍ତ୍ରୀ ତୁମ ଫୁଆଦ ଷ୍ଟିଫେନ୍ସ ଓ ରାଜ୍ୟର ଆବସ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ସଂଚାର ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟରେ କୁହାଯାଇଛି କି ଏମିତି କୌଣସି ପ୍ରମାଣ ମିଳିନାହିଁ ବିମାନରେ କୌଣସି ପ୍ରକାର ତ୍ରୁଟି ଅଥବା ନିଆଁ ଲାଗିବା ଅବା ବିସ୍ଫୋରଣ ହୋଇଥିଲା। ରିପୋର୍ଟରେ କୁହାଯାଇଛି କି ବିମାନରେ ଆବଶ୍ୟକତାଠାରୁ ଅଧିକ ଜିନିଷ ଭର୍ତ୍ତି କରାଯାଇଥିଲା ଓ ଏହାକୁ ଠିକଭାବେ ଭର୍ତ୍ତି କରାଯାଇ ନ ଥିଲା। ଫଳରେ ପବନରେ ବିମାନର ସନ୍ତୁଳନ ବିଗିଡି ଯାଇଥିଲା ଓ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri