ମ୍ୟାଲେରିଆ : ଲକ୍ଷଣ, ଉପଚାର

ବର୍ଷାଋତୁର ଆଗମନରେ ଧରଣୀ ଶସ୍ୟଶ୍ୟାମଳା ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ପ୍ରସାର ଘଟିଥାଏ। ସେଥିପାଇଁ ସାଧାରଣ ଲୋକ ଏହାକୁ ବର୍ଷାଦିନିଆ ଜ୍ୱର/ରୋଗ ବୋଲି କହିଥାଆନ୍ତି। ତେବେ ବର୍ଷାଦିନରେ ମ୍ୟାଲେରିଆ, ଡେଙ୍ଗୁ, ଓ ଡାଇରିଆ ଭଳି ସଂକ୍ରମଣର ଆଶଙ୍କା ରହିଛି। ସାମାନ୍ୟ ସଚେତନତା ପ୍ରତିଷେଧକ ଅଭାବରୁ ଆମେ ଏହି ରୋଗଗୁଡିକରେ ଆକ୍ରାନ୍ତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତା’ହେଲେ ଆସନ୍ତୁ, ଏହି ରୋଗର କାରଣ, ନିରାକରଣ ଓ ଆମର ଦାୟିତ୍ୱ ବିଷୟରେ ଆଲୋଚନା କରିବା।
ମ୍ୟାଲେରିଆ: ଭାରତବର୍ଷରେ ତଥା ଆମ ରାଜ୍ୟରେ ଏହା ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ଆମେ ସମସ୍ତେ ଜାଣୁ ଯେ କେବଳ ସଂକ୍ରମିତ ମାଈ ଏନୋଫିଲିସ ମଶା କାମୁଡ଼ିବା ଦ୍ୱାରା ଜଣେ ସୁସ୍ଥ ଲୋକକୁ ମ୍ୟାଲେରିଆ ହୋଇଥାଏ। ମଶା କାମୁଡ଼ିବାର ୧୦-୧୪ଦିନ ପରେ ରୋଗୀ ଦେହରେ ମ୍ୟାଲେରିଆର ବିଭିନ୍ନ ଲକ୍ଷଣମାନ ପ୍ରକାଶ ପାଇଥାଏ।
ଲକ୍ଷଣ (ସାଧାରଣ)
-ଜ୍ୱର ହେବା, ମୁଣ୍ଡ ବିନ୍ଧା ସହିତ ଶୀତ ଓ କମ୍ପ ହୁଏ।
-ଜ୍ୱର ଦିନେ ବା ଦୁଇ ଦିନ ବ୍ୟବଧାନରେ ହୋଇପାରେ।
-ଦେହ, ହାତ, ଗୋଡ ବିନ୍ଧା ଛିଟିକା ହୋଇପାରେ।
ବିପଦପୂର୍ଣ୍ଣ ମ୍ୟାଲେରିଆର ଲକ୍ଷଣ: ସାଧାରଣତଃ ଫାଲସିପାରସ ମ୍ୟାଲେରିଆ କ୍ଷେତ୍ରରେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ନ କଲେ ଏହା ବିପଦ ଆଡକୁ ଗତି କରେ। ଏହି ସମୟରେ ତୁରନ୍ତ ଚିକିତ୍ସା ନ କଲେ ରୋଗୀ ମୃତ୍ୟୁମୁଖରେ ପଡିପାରେ। ବିପଜ୍ଜନକ ମ୍ୟାଲେରିଆ ରୋଗୀର ମସ୍ତିଷ୍କ, କିଡନୀ ତଥା ଅନ୍ୟାନ୍ୟ ଅଙ୍ଗକୁ ଆକ୍ରାନ୍ତ କରିବା ସହ ଅକାମୀ କରିଦିଏ। ଫଳରେ ରୋଗୀ ମୃତ୍ୟୁମୁଖରେ ପଡିବାର ଆଶଙ୍କା ରହିଛି। ତେବେ ନିମ୍ନଲିଖିତ ଲକ୍ଷଣଗୁଡିକ ଦେଖାଗଲେ ଆମେ ବିପଜ୍ଜନକ ମ୍ୟାଲେରିଆ ହୋଇଛି ବୋଲି ସନ୍ଦେହ କରିବା।
-ରୋଗୀ ଅସ୍ବାଭାବିକ ଭାବେ ଶୋଇ ପଡିବା ଏବଂ ରୋଗୀକୁ ଉଠାଇବାକୁ କଷ୍ଟ ହେବା।
-ରୋଗୀକୁ ବାତ ମାରିବା ଲକ୍ଷଣ ଦେଖାଦେବା।
-ରୋଗୀ ଏତେ ଦୁର୍ବଳ ହୋଇଯିବ ଯେ ଉଠି ବସି ପାରୁ ନ ଥିବ।
-ଚେଷ୍ଟା କଲେ ବି ସାମାନ୍ୟ ପରିସ୍ରା ହେବା।
-ପରିସ୍ରାର ରଙ୍ଗ ନାଲି କିମ୍ବା କଳା ଦେଖାଯିବା।
-ଅଧିକ ବାନ୍ତି ହେବା ସହ ଔଷଧ ଖାଇଲେ ବି ବାନ୍ତି ହୋଇ ପେଟରୁ ବାହାରିଯିବା।
ଉପରୋକ୍ତ ଲକ୍ଷଣଗୁଡିକ ପ୍ରକାଶ ପାଇଲେ ରୋଗୀକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଯିବା ଆବଶ୍ୟକ। ହେଲେ ସେହି ଡାକ୍ତରଖାନାରେ ଏପରି ବିପଜ୍ଜନକ ମ୍ୟାଲେରିଆର ଚିକିତ୍ସା ସୁବିଧା ଉପଲବ୍ଧ ହେଉଥିବା ଦରକାର। ଚିକିତ୍ସାରେ ଅଯଥା ବିଳମ୍ବ ହେତୁ ରୋଗୀ ମୃତ୍ୟୁ ହୋଇପାରେ।
ଚିହ୍ନଟ: ଜଣଙ୍କୁ ମ୍ୟାଲେରିଆ ହୋଇଛି କି ନାହି: ତାହା ଜାଣିବା ପାଇଁ ରୋଗୀର ରକ୍ତ ପରୀକ୍ଷା କରିବା ଜରୁରୀ। ରକ୍ତ ପରୀକ୍ଷା ଦ୍ୱାରା ଆମେ ନିଶ୍ଚିତ ହୋଇପାରିବା ଯେ ଜଣଙ୍କର ମ୍ୟାଲେରିଆ ହୋଇଛି କି ନାହିଁ। ମ୍ୟାଲେରିଆ ଚିହ୍ନଟ ପାଇଁ ଦୁଇ ପ୍ରକାର ପଦ୍ଧତି ରହିଛି। ଗୋଟିଏ-ରକ୍ତ କାଚ ପରୀକ୍ଷା ଓ ଅନ୍ୟଟି ର଼୍ୟାପିଡ୍‌ ଡାଇଗ୍ନୋଷ୍ଟିକ ଟେଷ୍ଟ ବା ରକ୍ତ ପରୀକ୍ଷାପଟି ମାଧ୍ୟମରେ ଚିହ୍ନଟ। ରକ୍ତକାଚ ପରୀକ୍ଷା ସମୟରେ ଆଙ୍ଗୁଠିରୁ କିଛି ଟୋପା ରକ୍ତ କାଚ ମାଧ୍ୟମରେ ନେଇ ରକ୍ତ ନମୁନା ପ୍ରସ୍ତୁତ କରାଯାଏ। ଏହାପରେ ରକ୍ତକାଚକୁ ଯନ୍ତ୍ର ସାହାଯ୍ୟରେ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ୱାରା ପରୀକ୍ଷା କରାଯାଏ। ରକ୍ତକାଚ ଦ୍ୱାରା ପରୀକ୍ଷା ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ। କାରଣ ଏଥିରେ ରୋଗୀର ଜୀବାଣୁକୁ ଚିହ୍ନଟ କରାଯାଏ। ଅପରପକ୍ଷରେ ରକ୍ତପରୀକ୍ଷା ପଟି ବା ର଼୍ୟାପିଡ୍‌ ଡାଇଗ୍ନୋଷ୍ଟିକ ଟେଷ୍ଟକୁ ସଂକ୍ଷେପରେ ‘ଆର୍‌ଡିଟି’ କୁହାଯାଏ। ଏଥିରେ ରୋଗୀର ଆଙ୍ଗୁଠିରୁ ଗୋଟିଏ ବୁନ୍ଦା ରକ୍ତ ନେଇ ପ୍ରାୟ ୧୫ ମିନିଟରୁ ଅଧ ଘଣ୍ଟାଏ ମଧ୍ୟରେ ଚିହ୍ନଟ କରାଯାଇପାରେ।
ଯେ କୌଣସି ପଦ୍ଧତିରୁ ମ୍ୟାଲେରିଆ ହୋଇଥିବାର ଜଣାପଡିଲେ ରୋଗୀର ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ଫାଲସିପାରସ ମ୍ୟାଲେରିଆ ଗର୍ଭବତୀ ଓ ତାଙ୍କ ଗର୍ଭରେ ଥିବା ଶିଶୁ ପାଇଁ ବିପଦପୂର୍ଣ୍ଣ। ତେଣୁ ଗର୍ଭବତୀଙ୍କଠାରେ ଏପରି ମ୍ୟାଲେରିଆର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା କରାଇ ନେବା ଆବଶ୍ୟକ। ସେହିପରି ଭାଇରକ୍ସ ମ୍ୟାଲେରିଆ ହୋଇଥିଲେ ତାହାର ମଧ୍ୟ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ। ଏଥିପାଇଁ ପୁରୁଷ/ମହିଳା ସ୍ବାସ୍ଥ୍ୟକର୍ମୀ ତଥା ଗ୍ରାମାଞ୍ଚଳରେ କାର୍ଯ୍ୟରତ ଆଶାଦିଦିଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ତେବେ ମ୍ୟାଲେରିଆ ନ ହେବା ପାଇଁ ନିମ୍ନଲିଖିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ।
କୀଟନାଶକ ଔଷଧବୁଡା ମଶାରି ବ୍ୟବହାର : କୀଟନାଶକ ଔଷଧବୁଡା ମଶାରି ବ୍ୟବହାର କଲେ, ମଶା ଏହି ମଶାରି ପାଖକୁ ଆସନ୍ତି ନାହିଁ। ତା’ ସହ ଏହା ଭିତରକୁ ମଧ୍ୟ ପଶିପାରନ୍ତି ନାହିଁ। ଔଷଧବୁଡା ମଶାରି ଦୁଇ ପ୍ରକାର-ସାଧାରଣ ଔଷଧବୁଡା ମଶାରି ଏବଂ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରି। ସୂତା ବା ଲାଇଲନ୍‌ ମଶାରିରେ କୀଟନାଶକ ଉପଚାର କଲେ ଏହାର ପ୍ରଭାବ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ରହିଥାଏ। ପ୍ରତି ଛଅ ମାସରେ ଏହି ମଶାରୀକୁ କୀଟନାଶକ ଔଷଧ ଦ୍ୱାରା ଉପଚାର କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରିର ସୂତାକୁ କୀଟନାଶକ ଔଷଧ ଦ୍ୱାରା ଉପଚାର କରାଯାଏ। ତେଣୁ ଏଥିରେ କୀଟନାଶକର ପ୍ରଭାବ ବେଶି ଦିନ ରହିପାରେ। ପ୍ରାୟ ୩-୫ବର୍ଷ ପର୍ଯ୍ୟନ୍ତ ଏଥିରେ ଔଷଧୀୟ ପ୍ରଭାବ ରହେ।
ଆଭ୍ୟନ୍ତରୀଣ କୀଟନାଶକ ସିଞ୍ଚନ : ମଶାମାନେ ସାଧାରଣତଃ ଦିନ ବେଳା ଘରର ଭିତର କାନ୍ଥରେ ବିଶ୍ରାମ ନେଇଥାଆନ୍ତି। ଏଣୁ ଘରର ଭିତର କାନ୍ଥରେ କୀଟନାଶକ ସିଞ୍ଚନ କରାଯାଏ। ଏହାଦ୍ୱାରା ମଶାମାନଙ୍କୁ ମାରିବା କିମ୍ବା ଘଉଡାଇ ଦେବା ସମ୍ଭବ ହୁଏ। କୀଟନାଶକ ସିଞ୍ଚନ ସମୟରେ ଘରର ଭିତର କାନ୍ଥରେ, ଛାତରେ ନିଶ୍ଚୟ ସିଞ୍ଚନ କରିବା ଆବଶ୍ୟକ। ଗାଈ ଗୁହାଳ/ମେଣ୍ଢାଶାଳ ତଥା ଅନ୍ୟାନ୍ୟ ସ୍ଥାନରେ ସିଞ୍ଚନ କରିବା ଅନୁଚିତ। କାରଣ ଗୁହାଣରେ ସିଞ୍ଚନ କଲେ ମଶା ଘର ଭିତରକୁ ଚାଲି ଆସନ୍ତି। କାନ୍ଥରେ କୀଟନାଶକ ସିଞ୍ଚନ କରିବାର ତିନି ମାସ ପର୍ଯ୍ୟନ୍ତ କାନ୍ଥକୁ ଲିପାପୋଛା କରନ୍ତୁ ନାହିଁ। ତିନି ମାସ ପରେ ଲିପାପୋଛା କରିପାରିବେ।
ପରିବେଶ ଓ ପରିମଳ ବ୍ୟବସ୍ଥା : ନିଜ ଘରର ଚତୁଃପାର୍ଶ୍ୱକୁ ସଫାସୁତୁରା ରଖିବା ସହ ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ସାତ ଦିନ କିମ୍ବା ତହିଁରୁ ଅଧିକ ଦିନ ପାଣି ଜମି ରହୁଥିବା ସ୍ଥାନରେ ଗାମ୍ବୁସିଆ/ଗପି ମାଛ ଛାଡନ୍ତୁ। ଘରର ଚାରିପଟରେ ଥିବା ଅନାବନା ଗଛ/ଘାସ ଗାଲିଚା ଆଦିକୁ ସଫା ସୁତର କରିଦିଅନ୍ତୁ। ଘରର ଚାରିଆଡେ ତଥା ଆଖପାଖରେ ଥିବା ଖାଲଖମା ଆଦିକୁ ପୋତି ଦିଅନ୍ତୁ ଏବଂ ମାଟି ପକାଇ ସମାନ କରିଦିଅନ୍ତୁ।
ଅନ୍ୟାନ୍ୟ ମଶା
ଘଉଡାଇବା/ସୁରକ୍ଷା ବ୍ୟବସ୍ଥା
-ଘରେ ନିମ୍ବ ପତ୍ର/କରଞ୍ଜ ପତ୍ର/ଝୁଣା ଧୂଅଁା ଦେଇ ମଶା ଘଉଡାଇ ଦେବା।
-ଦେହରେ ମଶା ବିକର୍ଷଣକାରୀ ତେଲ/ମଲମ ଲଗାଇବା।
-ଦେହ, ହାତ, ଗୋଡ଼ ସମ୍ପୂର୍ଣ୍ଣ ଲୁଚୁଥିବା ଭଳିଆ ପୋଷାକ ପିନ୍ଧିବା।
-ଦେହରେ ନିମ୍ବ ତେଲ/କରଞ୍ଜ ତେଲ ଆଦି ଲଗାଇବା।

ବିରାଟରାଜା ପ୍ରଧାନ
-ବେଙ୍କମୁରା, ପଣ୍ଡରୀ, ବନହରପାଲି,ଝାରସୁଗୁଡା

ମୋ : ୯୯୩୭୨୭୧୬୨୩


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri