ରାୟଗଡ଼ା,୬।୭(ଆଶିଷ ରଞ୍ଜନ ପଣ୍ଡା)ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଯେତେ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରୁନାହିଁ। ବରଂ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ରାୟଗଡ଼ା ଜିଲାରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାଲକାନଗିରି ଦ୍ୱିତୀୟ ସ୍ଥାନରେ ରହିଛି। ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ୨୦୨୧-୨୨ ଅପେକ୍ଷା ୨୦୨୨-୨୩ରେ ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଛି। ୨୦୨୨ ମେ ମାସ ପର୍ଯ୍ୟନ୍ତ ୮୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୩ ମେ ମାସ ମଧ୍ୟରେ ୨୧୬୮ ଜଣ ଚିହ୍ନଟ ହୋଇଛନ୍ତି। ମେଘାଳୟ ରାଜ୍ୟର ସାଉଥ୍ ଗାରୋ ହିଲସ୍ ଦେଶର ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ଜିଲା ହୋଇଥିବା ବେଳେ ଦି୍ବତୀୟରେ ଛତିଶଗଡର ବସ୍ତର ଓ ତୃତୀୟରେ ଝାଡଖଣ୍ଡର ପାକୁର ଜିଲା ରହିଛି। ତେବେ ରାୟଗଡ଼ା ଗତ ୫ବର୍ଷ ତୁଳନାରେ ଦି୍ବତୀୟରୁ ଚତୁର୍ଥ ସ୍ଥାନକୁ ଖସିଥିବା ଜଣାପଡିଛି। ତଥାପି ଦେଶର ପ୍ରଥମ ୫ଟି ଜିଲା ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି।
ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଚନ୍ଦ୍ରପୁର ଓ ଗୁଡାରୀ ବ୍ଲକରେ ସର୍ବାଧିକ ମ୍ୟାଲେରିଆ ଆକ୍ରାନ୍ତ ରହିଛନ୍ତି। ରାୟଗଡା ଜିଲା ଓ ମେଘାଳୟର ସାଉଥ୍ ଗାରୋ ହିଲସ୍ ଜିଲାରେ ମୁଖ୍ୟତଃ ଏନୋଫିଲିସ ମଶାଜନିତ ମ୍ୟାଲେରିଆ ଦେଖିବାକୁ ମିଳିଥାଏ। ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଅନୁସାରେ ଏହା ସର୍ବାଧିକ ବିପଦପୂର୍ଣ୍ଣ ବୋଲି ଜଣାପଡ଼ିଛି। ସରକାରୀ ଲାବରେ ମ୍ୟାଲେରିଆ ପରୀକ୍ଷଣ ପରେ ଏହିଭଳି ଉଦ୍ବେଗଜନକ ସ୍ଥିତି ନଜରକୁ ଆସିଛି। ତେବେ ଘରୋଇ ଲାବରେ ବିଭିନ୍ନ ସମୟରେ ହେଉଥିବା ପରୀକ୍ଷଣକୁ ଗଣତି କରାଗଲେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିଯିବ ବୋଲି ଚିକିତ୍ସକମାନେ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଜିଲାରେ ୧୧.୪୯ % ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝରଣା ପାଣିର ବ୍ୟବହାର ମ୍ୟାଲେରିଆର ମୁଖ୍ୟ କାରଣ ବୋଲି ଡାକ୍ତର କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଝରଣାର ଦୁଇ କୂଳରେ ରହୁଥିବା ପାଣି ଜମି ରହୁଥିବାରୁ ଏନୋଫିଲିସ ମଶାଙ୍କ ପ୍ରଜନନ ପାଇଁ ସୁବିଧା ହୋଇଥାଏ। ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏଲ.ଏନ ପୃଷ୍ଟି କହିଛନ୍ତି ଯେ, ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ସବୁବେଳେ ସଜାଗ ରହିବା ସହ ନିଜ ଦାୟିତ୍ୱ ନିର୍ବାହ କରୁଛି। ୨୦୨୦ ମସିହାରେ ଯେଉଁ ମଶାରି ବଣ୍ଟନ ହୋଇଥିଲା ତାହା ବର୍ତ୍ତମାନ ଲୋକଙ୍କ ପାଖରେ ନାହିଁ। ତେଣୁ ୭ଲକ୍ଷ ମଶାରି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛ ବୋଲି କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ରାୟଗଡା View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

