ମ୍ୟାଲେରିଆ ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଏଣିକି ମ୍ୟାଲେରିଆ ସଂକ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଆସନ୍ତା ମୌସୁମୀରୁ ମ୍ୟାଲେରିଆଜନିତ ପୂର୍ବାନୁମାନ କରାଯିବ ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପାଣିପାଗର ପ୍ରଭାବ ମଣିଷର ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ପାଣିପାଗ ଦ୍ୱାରା ମ୍ୟାଲେରିଆ ସଂକ୍ରମଣ ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ବିଶ୍ଳେଷଣରୁ ଜଣାପଡିଛି ଯେ, ମ୍ୟାଲେରିଆ ବ୍ୟାପିବା ତାପମାତ୍ରା ଉପରେ ନିର୍ଭର କରିଥାଏ। ଗୋଟିଏ ଦିନର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଅନୁସାରେ ସଂକ୍ରମଣ ବଢ଼ିଥାଏ ବା କମିଥାଏ। ମ୍ୟାଲେରିଆ ପାଇଁ କେଉଁ ତାପମାତ୍ରା ଅଧିକ ଅନୁକୂଳ ହୋଇଥାଏ, ତାହା ଜଣାପଡ଼ିଲେ ହିଁ ଏଥିପ୍ରତି ସତର୍କ ହୋଇପାରିବା। ଏଥିସହ ମ୍ୟାଲେରିଆ କେବେ ହେବାର ଅଛି ବା ମଶାଙ୍କ ସଂଖ୍ୟା କେବେ ବଢ଼ିବ, ତା’ର ପୂର୍ବାନୁମାନ କରିହେବ। ସର୍ବାଧିକ ତାପମାତ୍ରା ୩୩ରୁ ୩୯ ଡିଗ୍ରୀ ଓ ସର୍ବନିମ୍ନ ୧୪ରୁ ୧୯ ଡିଗ୍ରୀ ମଧ୍ୟରେ ମ୍ୟାଲେରିଆ ବ୍ୟାପିଥାଏ। ଏହି ତାପମାତ୍ର ଆଧାରରେ ମ୍ୟାଲେରିଆ ବ୍ୟାପିବା ଜଣାପଡ଼ିବ। ଏ ସମ୍ପର୍କିତ ତଥ୍ୟ ଆମେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଉଛୁ ଓ ତାହା ଉପରେ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହାଦ୍ୱାରା ମ୍ୟାଲେରିଆଜନିତ ମୃତ୍ୟୁ କମ୍‌ କରିପାରିବା। ମ୍ୟାଲେରିଆ ସମ୍ପର୍କିତ ବୁଲେଟିନ୍‌ ପ୍ରତି ଗୁରୁବାର ଭାରତୀୟ ପାଣିପାଗ ବିଭାଗର ୱେବ୍‌ସାଇଟ୍‌ରେ ପ୍ରସାରଣ କରାଯାଉଛି। ଆସନ୍ତା ବର୍ଷଠାରୁ ଏହାକୁ ନିୟମିତ କରାଯିବାର ବ୍ୟବସ୍ଥା ହେବ ବୋଲି ସେ ସୂଚନା ଦେଇଛନ୍ତି।
ୱାଲର୍‌ଡ ମ୍ୟାଲେରିଆ ରିପୋର୍ଟ ୨୦୧୯ ଅନୁଯାୟୀ, ୧୯ ଆଫ୍ରିକୀୟ ଦେଶ ସମେତ ଭାରତ ପ୍ରାୟ ୮୫% ମ୍ୟାଲେରିଆ ବହନ କରନ୍ତି। ଜାତୀୟ ସ୍ବାସ୍ଥ୍ୟ ପୋର୍ଟାଲ(ଏନ୍‌ଏଚ୍‌ପି) ତଥ୍ୟରୁ ଜଣାପଡିଛି ଯେ, ଅଧିକାଂଶ ମ୍ୟାଲେରିଆ ରୋଗ ଦେଶର ପୂର୍ବ ଓ ମଧ୍ୟ ଭାଗ ଏବଂ ଜଙ୍ଗଲ, ପାହାଡ଼ ଘେରା ଆଦିବାସୀ ଅଞ୍ଚଳରେ ବ୍ୟାପିଥାଏ। ତେବେ ମ୍ୟାଲେରିଆ ଆକ୍ରାନ୍ତ ଦେଶଗୁଡ଼ିକ ମଧ୍ୟରୁ କେବଳ ଭାରତ ଏହାର ରୋଗ ଭାର ହ୍ରାସ କରିବାରେ ଅଗ୍ରଗତି କରିଛି ବୋଲି ଏନ୍‌ଏଚ୍‌ପି କହିଛି। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ମ୍ୟାଲେରିଆ ପ୍ରବଣ ରାଜ୍ୟ ଭାବେ ପରିଗଣିତ ହୋଇଥିବାବେଳେ ଏବେ ମହାରାଷ୍ଟ୍ର, ତ୍ରିପୁରା, ମେଘାଳୟ ଓ ମିଜୋରାମକୁ ମଧ୍ୟ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ…

‘ଯୁଦ୍ଧରେ ମୃତ ଭାରତୀୟଙ୍କ ପରିବାରକୁ କେନ୍ଦ୍ର ସାହାଯ୍ୟ କରିବା ଉଚିତ’: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୭: ସୁପ୍ରିମକୋର୍ଟ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶୁକ୍ରବାର ଆହତ ହୋଇଥିବା ଭାରତୀୟଙ୍କ ପରିବାରକୁ ସହାୟତା କରିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର; ଜୈଶ ଆତଙ୍କବାଦୀ ଗିରଫ

କୋଲକାତା,୩୧।୭: ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କୁ ହମିମ ମଣ୍ଡଳ ଭାବରେ…

ସ୍ତ୍ରୀଙ୍କୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଓମାର ଅବଦୁଲ୍ଲା: ଆଗକୁ…

ଶ୍ରୀନଗର,୩୧।୭: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଖୁବଶୀଘ୍ର ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ଏନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…

ଭାରତ ସହ ମିଶି ବାଂଲାଦେଶ-ରୁଷିଆ ନେଲା ବଡ଼ ନିଷ୍ପତ୍ତି, ଆମେରିକା ହୋଇଗଲା କାବା!

ନୂଆଦିଲ୍ଲୀ,୩୧।୭: ରୁଷ୍‌ର ପୁଟିନ୍ ସରକାର ବାଂଲାଦେଶକୁ ଭାରତୀୟ ଟଙ୍କା (INR)ରେ ବ୍ୟାପାରିକ ନେଣଦେଣ ଏବଂ ଋଣ ପରିଶୋଧ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଅଧୀନରେ ବାଂଲାଦେଶରେ…

Odisha Floods: ବନ୍ୟାଜଳ ହ୍ରାସ ପରେ ଶହ ଶହ ଏକର ଜମିରେ ବାଲିଚର, କ୍ଷତିପୂରଣ ଦାବି କଲେ ଚାଷୀ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଲଗାଣ ଲଘୁଚାପଜନିତ ବର୍ଷାରେ ଶହ ଶହ ଏକର ଜମିରେ ଜଳମଗ୍ନ ହୋଇଥିଲା। ଗତ ରାତ୍ରିରୁ ପାଣି କମି ଯିବାରୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

odisha floods: ପାଣି ଘେରରେ କେନ୍ଦ୍ରାପଡ଼ାର ୭ ବ୍ଲକ

କେନ୍ଦ୍ରାପଡ଼ା,୩୧।୭: କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ଜିଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri