ପ୍ରଶଂସକଙ୍କୁ ଖୁସିଖବର ଦେଲେ ମଲାଇକା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ। ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ଖୁସି ଖବର ପ୍ରଶସଂକଙ୍କ ସହ ଶେୟାର କରି ମଲାଇକା କହିଛନ୍ତି ମୁଁ ଅନେକ ଦିନ ପରେ ରୁମରୁ ବାହାରିଲି। ମୁଁ କୃତଜ୍ଞ ଯେ, କମ ଯନ୍ତ୍ରଣାରେ ଏହି ଜୀବାଣୁକୁ ପରାସ୍ତ କରିଛି। ଡାକ୍ତରଙ୍କଠାରୁ ମିଳିଥିବା ମାର୍ଗଦର୍ଶନ ପାଇଁ ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ। ବିଏମ୍‌ସିକୁ ମଧ୍ୟ ଧନ୍ୟବାଦ। ମୋର ପରିବାର, ପଡ଼ୋଶୀ ଏବଂ ବନ୍ଧୁ ଏବଂ ଯେଉଁମାନେ ମୋତେ ବହୁତ ସାହାଯ୍ୟ କରିଛନ୍ତି ସେମାନଙ୍କୁ ମଧ୍ୟ ଦନ୍ୟବାଦ। ସମସ୍ତେ ନିରାପଦରେ ରୁହନ୍ତୁ ଏବଂ ନିଜ ଯତ୍ନ ନିଅନ୍ତୁ। ମଲାଇକା କ୍ୱାରାଣ୍ଟାଇନ୍‌ବେଳେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି କହିଥିଲେ କ୍ୱାରାଣ୍ଟାଇନ୍‌ ସମୟରେ ପୁଅକୁ ନ ଭେଟିବା ମୋ ପାଇଁ ବହୁତ କଷ୍ଟସାଧ୍ୟ। ମଲାଇକା ଆରୋରାଙ୍କ ବ୍ୟତୀତ ତାଙ୍କ ପ୍ରେମିକ ଅର୍ଜୁନ କପୁର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ସେ ହୋମ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।]


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କୁ ନିଜ ମା’ ବୋଲି କହିଥିଲେ ୨୯ ବର୍ଷର ଯୁବକ, ସତ ସାମ୍ନାକୁ ଆସିବା ପରେ…

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଏକଦା ଜଣେ ଯୁବକ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ...

ୟାମିଙ୍କ ଅବସ୍ଥା ଦେଖି ପ୍ରଶଂସକ ଚକିତ

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଲୁଚିଛପି ବିବାହ ଏବଂ ଏବଂ ନିଜ ଫିଲ୍ମ ‘ଭୂତ ପୋଲିସ’କୁ ୟାମି...

ଏହି ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଅମୀରଙ୍କ ଝିଅ ଇରା

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ଅମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିବା ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ତେବେ ଏହି...

ଜାଣନ୍ତୁ ବଲିଉଡ଼କୁ ନେଇ କ’ଣ କହିଲେ ଅଭିନେତା

ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କ ଅଭିନୟ ପାଇଁ ସବୁଠି ଚର୍ଚ୍ଚାରେ। ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ନେଇ ଖୁବ ଚର୍ଚ୍ଚାରେ...

ଭଗବତ ଗୀତା ପଢୁଛନ୍ତି ଉର୍ଫି ଜାଭେଦ

ବିଗ ବସ ଓଟିଟି ଫେମ୍‌ ଉର୍ଫି ଜାଭେଦଙ୍କୁ ଏବେ ବିବାହ ଚିନ୍ତା ପଡିଛି। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିବାହ ପାଇଁ ସେ କିଛି...

‘ବିଗ୍‌ ବସ୍‌-୧୩’ରେ ହୋଷ୍ଟ ପାଇଁ ସଲମାନ୍‌ ନେବେ ୪୦୩ କୋଟି

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ସିଜିନ୍‌ ୧୩କୁ ନେଇ ବିଗତ କିଛି ଦିନ ହେବ ଭିନ୍ନ ଭିନ୍ନ ଖବର ଶୁଣିବାକୁ ମିଳୁଛି।...

ସଞ୍ଜୟ ସବୁବେଳେ ନିଜ ରୁମ୍‌ରେ ରହୁଥିବାରୁ, ନର୍ଗିସ କହିଥିଲେ ଏଭଳି

ମୁମ୍ବାଇ: ହିନ୍ଦି ସିନେମା ଚଳଚ୍ଚିତ୍ର ଜଗତରେ ଅଭିନେତ୍ରୀ ନର୍ଗିସ ଦତ୍ତ ହେଉଛନ୍ତି ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ଖୁବ୍‌ କମ୍‌ ବୟସରେ ସେ ଶିଶୁ କଳାକାର...

‘ଆମକୁ ବଳାତ୍କାର ବନ୍ଦ କର’; କାନ୍ସ ରେଡ୍‌ କାର୍ପେଟରେ ଟପ୍‌ଲେସ୍‌ ହୋଇ ପ୍ରତିବାଦ କଲେ ମହିଳା

କାନ୍ସ,୨୧।୫: କାନ୍ସ ଫିଲ୍ମ ଫେଷ୍ଟିଭାଲ ରେଡ୍‌ କାର୍ପେଟରେ ଜଣେ ଅଚିହ୍ନା ଯୁବତୀ ଟପ୍‌ଲେସ୍‌ ଅବସ୍ଥାରେ ବଳାତ୍କାର ବନ୍ଦ କର ନାରା ଦେଇ ଚର୍ଚ୍ଚାରେ। ଯୁଦ୍ଧ ପ୍ରଭାବିତ...

Advertisement
Archives

Model This Week