Posted inଜାତୀୟ

ରାସ୍ତାକଡ଼ରେ ଚା’ ତିଆରି କଲେ ମହୁଆ ମୋଇତ୍ର, ଭିଡ଼ିଓ ଭାଇରାଲ…

କୋଲକାତା,୧୨।୧ : ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ର ତାଙ୍କର ଅନନ୍ୟ ଶୈଳୀ ପାଇଁ ଜଣାଶୁଣା। ଭାଜପାକୁ କଡ଼ା ସମାଲୋଚନା ଜାରି ରଖିଥିବା ମହୁଆ ପୁଣି ଥରେ ଭିନ୍ନ ଢ଼ଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ବର୍ତ୍ତମାନ ଚା’ ତିଆରି କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓ ସହିତ ସେ ଲେଖିଛନ୍ତି ଚା’ ତିଆରି କରିବାକୁ ଏବେ ଚେଷ୍ଟା କରୁଛି, କିଏ ଜାଣେ ମୋତେ ଏହା କେଉଁଠିକୁ ନେଇଯିବ?’ ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପିଲାଦିନରେ ଚା’ ବିକ୍ରି କରୁଥିବାର କୁହାଯାଉଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ମହୁଆଙ୍କର କୃଷ୍ଣାନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ଆସିଛି। ଭିଡିଓରେ, ମହୁଆ କ ରାସ୍ତା କଡରେ ଥିବା ଚା’ ଷ୍ଟଲରେ ଅଛନ୍ତି ଏବଂ ଫୁଟୁଥିବା ଚା’ରେ ଚିନି ପକାଉଥିବାର ନଜର ଆସିଛନ୍ତି। ୟୁଜରମାନେ ଏହି ଭିଡିଓ ଉପରେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ପୂର୍ବତନ ଭାଜପା ନେତା ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ କହିଛନ୍ତି, ମୁଁ ନିଶ୍ଚିତ ଯେ ଏହା ଆପଣଙ୍କୁ କେଉଁଠିକୁ ନେଇଯିବ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଦେଶ ପାଇଁ କେବଳ ଜଣେ ଚାୱାଲା ଯଥେଷ୍ଟ ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri