Posted inଫୁରସତ

ମେକ୍‌ଅପ ଇଲ୍ୟୁଜନ

ମିମି ଚୋଇ ପେସାରେ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ। ତେବେ ଏବେ ସେ ତାଙ୍କର ଥ୍ରୀ ଡି ମେକ୍‌ଅପ୍‌ ଇଫେକ୍ଟ ପାଇଁ ବେଶ୍‌ ପରିଚିତ। ଏଭଳି ମେକ୍‌ଅପ୍‌ ମାଧ୍ୟମରେ ସେ ଏମିତି ଇଲ୍ୟୁଜନ ବା ଭ୍ରମ ସୃଷ୍ଟି କରିପାରନ୍ତି ଯେ, ସମସ୍ତେ ଚକିତ ହୋଇଯାଆନ୍ତି। ସେ ନିଜ ଚେହେରାକୁ କାନ୍‌ଭାସ୍‌ କରି ବିଭିନ୍ନ ଭ୍ରମ ସୃଷ୍ଟିକାରୀ ଥ୍ରୀ ଡି ମେକ୍‌ଅପ୍‌ କରନ୍ତି। କେବେ ସେ ନିଜ ଚେହେରାକୁ ଖଣ୍ଡ ଖଣ୍ଡ କରିବା ଭଳି ଭ୍ରମ ସୃଷ୍ଟି କରନ୍ତି ତ କେବେ ଚେହେରାରେ କରନ୍ତି ଅନେକ ଆଖିର ପେଣ୍ଟିଂ। ତାହା ଏତେ ବାସ୍ତବ ହୋଇଥାଏ ଯେ, ଜାଣି ହୁଏନା କେଉଁଟି ବାସ୍ତବ ଓ କେଉଁଟି ଭ୍ରମ। ଏମିତି ଅନେକ ଭ୍ରମ ସୃଷ୍ଟିକାରୀ ମେକ୍‌ଅପ୍‌ କରନ୍ତି ସେ ନିଜ ଚେହେରାରେ। ସବୁବେଳେ କିଛି ନୂଆ ଭିନ୍ନ ଧରଣର ଚକିତ କରିଦେଲା ଭଳି ମେକ୍‌ଅପ୍‌ ଇଲ୍ୟୁଜନ ସେ କରନ୍ତି। ଆଉ ଏଭଳି ଇଲ୍ୟୁଜନ୍‌ କରିବାର ଯୋଜନା ସେ ନିଜ ସ୍ବପ୍ନରୁ ପାଆନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri