ମକର ହାଟରେ ଭିଡ଼

ବାରିପଦା ଅଫିସ/ଉଦଳା/ସାରସକଣା,୧୪ା୧(ଡି.ଏନ.ଏ.): ମକର ପର୍ବ ଲାଗି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ଉତ୍ସବମୁଖର ହୋଇଉଠିଛି। ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଜିଲାର ଜନ ସାଧରଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଦୂର ଦୂରାନ୍ତରେ ରହୁଥିବା ଲୋକେ ଗାଁକୁ ଫେରି ଆସିଥିବା ଦେଖିବାକୁ ମିଳିଛି। ସାପ୍ତାହିକ ହାଟ ସାଙ୍ଗକୁ ଦୋକାନ ବଜାରରେ ଜନ ଗହଳି ଲାଗି ରହିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଉଦଳା ଥାନା ପକ୍ଷରୁ ଆରଏମସି ମାର୍କେଟ, ମସଜିଦ୍‌ ଛକ, ଚକାଡ଼ୋଳା ମାର୍କେଟ ଆଦି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା।
କୁଡୁମୀ ମହାନ୍ତ ସମ୍ପ୍ରଦାୟର ଲୋକେ ୩ ଦିନ ଧରି ଏହାକୁ ପାଳନ କରିଥାନ୍ତି। ମକର ସଂକ୍ରାନ୍ତି ଅବସରରେ ଟୁସୁ ଦେବୀଙ୍କ ଆକର୍ଷଣୀୟ ମୃଣ୍ମୟ ପ୍ରତିମା ପୂଜା କରାଯାଇଥାଏ। ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ପର୍ବରେ ମାଂସ, ଭାତ, ଦେଶୀ ପାନୀୟ ଇତ୍ୟାଦିରେ ମାତି ପାରମ୍ପାରିକ ନୃତ୍ୟ ଗୀତ କରିଥାନ୍ତି। କୁକୁଡା ଲଢେଇଠାରୁ ଆରମ୍ଭ କରି ବଣଭୋଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆବାଳ ବୃଦ୍ଧବନିତା ମସ୍‌ଗୁଲ ରହିଥାନ୍ତି। ସାରସକଣା ବ୍ଲକରେ ଧୁମଧାମରେ ମକର ପର୍ବ ପାଳନ ପାଇଁ ଲୋକେ ପ୍ରସ୍ତୁତି ଚଳାଇଛନ୍ତି। ଏହି ବ୍ଲକ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସୀମାରେ ଅବସ୍ଥିତ ହୋଇଥିବାରୁ ବହୋରାଗୋଡ଼ା ଓ ପଶ୍ଚିମବଙ୍ଗର ଗୋପୀବଲ୍ଲଭପୁର ଅଞ୍ଚଳରେ ମଧ୍ୟ ମକର ପର୍ବ ପାଳନ କରାଯାଇଥାଏ। ଶୁଖିଲା ତାଳ ବାହୁଙ୍ଗା, ଖଜୁରୀ ଡାଳକୁ ମକର ପୂର୍ବ ଦିନ ଧାଡ଼ିରେ ସଜାଇ ରଖାଯାଇଥାଏ। ଯାହାକୁ କୁମା କୁହାଯାଏ ଏବଂ ଏକ ଘର ଆକୃତି କରାଯାଇଥାଏ ଯାହାକୁ ବୁଢ଼ିକୁମା କୁହାଯାଏ। ମକର ରାତି ସାରା ବାଣ ଫୁଟାଇ ଉପଭୋଗ ଜାରି ରହିଥିଲା ବେଳେ ଭୋର ସମୟରେ ସମସ୍ତ କୁମାରେ ନିଆଁ ଲଗାଇ ଦିଆଯାଏ। ପରେ ନଦୀ, ପୋଖରୀରେ ବୁଡ଼ ଦେଇ ସମସ୍ତେ ନୂତନ ବସ୍ତ୍ର ପରିଧାନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri