Odisha Elections 2024
Posted inଜାତୀୟ

ଅଧିକାଂଶ ମୁସଲମାନ ଭାଜପାକୁ ଦେବେ ଭୋଟ, କଂଗ୍ରେସ ତ…ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟି,୪।୪: ଉତ୍ତର-ପୂର୍ବ ଆସାମର ୧୪ଟି ଲୋକ ସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ ରେ ୫ଟି ଆସନରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଯଥାକ୍ରମେ ୨୬ ଏପ୍ରିଲ ଏବଂ ୬ମେ’ରେ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ମୁସଲମାନମାନେ ରାଜ୍ୟରେ ଭାଜପା ପାଇଁ ସର୍ବାଧିକ ଭୋଟ ଦେବେ।

ଦରାଙ୍ଗ-ଉଦଲଗୁରୀ ଲୋକ ସଭା ନିର୍ବାଚନମଣ୍ଡଳୀରେ ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥାବାର୍ତ୍ତା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି ଯେ ଆସାମବାସୀଙ୍କଠାରୁ ସେ କି ପ୍ରକାର ପ୍ରତିକ୍ରିୟା ଗ୍ରହଣ କରୁଛନ୍ତି ସେ କଳ୍ପନା କରିପାରିବେ ନାହିଁ। ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମ୍ପୂର୍ଣ୍ଣ ଦବଦବା ରହିଛି। ଆଗାମୀ ସମୟରେ ଆପଣ ଦେଖିବେ ଯେ ଆସାମରେ ମୁସଲିମ ଭୋଟରମାନେ ଭାଜପାକୁ ସର୍ବାଧିକ ଭୋଟ ଦେଇଛନ୍ତି। ସେ ମଧ୍ୟ କଂଗ୍ରେସ ଉପରେ କଡ଼ା ଟାର୍ଗେଟ କରିଥିଲେ। ନିକଟରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଆସାମ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରି ଏକ ଚିଠି ଲେଖିଥିଲେ।
ଆସାମର ଦରାଙ୍ଗ-ଉଦଲଗୁରି ସଂସଦୀୟ ଆସନ ପାଇଁ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟରେ ୨୬ ଏପ୍ରିଲରେ ଅନୁଷ୍ଠିତ ହେବ। ଏହି ଆସନ ସହିତ ଦିଫୁ, କରିମଗଞ୍ଜ, ସିଲଚର ଏବଂ ନାଗାଓଁ ଲୋକ ସଭା ଆସନରେ ମଧ୍ୟ ଭୋଟ ଗ୍ରହଣ କରାଯିବ। ଦାରଙ୍ଗ-ଉଦଲଗୁରୀ ଲୋକ ସଭା ଆସନ ବିଷୟରେ କହିବାକୁ ଗଲେ ଏଠାରେ ମୁସଲମାନ ଭୋଟରଙ୍କ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ। ଏଥି ସହିତ ସିଲଚର ଆସନରେ ମୁସଲମାନ ଭୋଟରଙ୍କ ସଂଖ୍ୟା ପ୍ରାୟ ୪୦ ପ୍ରତିଶତ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଧକ୍କାରେ ୪୦ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ

ମୁମ୍ବାଇ, ୨୨।୫: ଏମିରେଟ୍‌ସ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ହୋଇ ୪୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର...

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri