ଓଏଏସ୍‌ ଅଫିସର ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୨୬।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ବତନ୍ତ୍ର ସଚିବ ଥିବା ଓଏଏସ୍‌ ଅଫିସର ବବିତା ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି। ସେହିପରି ଲୋକାୟୁକ୍ତ ଅତିରିକ୍ତ ସଚିବ ଥିବା ହିଂମାଶୁ ଶେଖର ବେହେରା ଗୃହ ବିଭାଗର ସ୍ବତନ୍ତ୍ର ସଚିବ ହୋଇଛନ୍ତି। କଟକ ମହାନଗର ନିଗମ ଅତିରିକ୍ତ କମିଶନର ଥିବା କଳ୍ପତରୁ ବେହେରାଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଏକ୍ସ ଅଫିସିଓ ଏବଂ ଇଷ୍ଟେଟ୍‌ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ବାସ୍ଥ୍ୟ ବିଜ୍ଞାନର ରେଜିଷ୍ଟ୍ରାର ଥିବା ସନ୍ତୋଷୀ ସାହୁଙ୍କୁ ଏସ୍‌ଡି ଆଣ୍ଡ ଟିଇ ସ୍ବତନ୍ତ୍ର ସଚିବ, ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ଥିବା ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଓୟୁଏସ୍‌ଏସ୍‌ଏସ୍‌ସିର ସମ୍ପାଦକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ମନସ୍ବିନୀ ସାହୁଙ୍କୁ ଓଏଲ୍‌ଏଲ୍‌ ଆଣ୍ଡ ସି ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ସେହିଭଳି ଓଏଏସ୍‌ ଅଫିସର ଦେବବ୍ରତ ମଲ୍ଲିକଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ, ଜୟଶ୍ରୀ ସେନାପତିଙ୍କୁ ଓୟୁଏସ୍‌ଏସ୍‌ଏସ୍‌ସିର ଯୁଗ୍ମ ସମ୍ପାଦକ, ପରେଶ କୁମାର ନାଏକଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଏବଂ ସ୍ବରୂପାନନ୍ଦ ସାହୁଙ୍କୁ ଓୟୁଏସ୍‌ଏସ୍‌ଏସ୍‌ସିର ଉପ ସମ୍ପାଦକ ଭାବେ ବଦଳି କରାଯାଇଛି। ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଥିବା ଅଫିସରମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ ନଚେତ୍‌ ଆସନ୍ତା ୧ ତାରିଖରେ ସମସ୍ତ ଅଫିସରଙ୍କ ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

ସର୍ବୋଚ୍ଚ ସ୍ତରରେ ସମୁଦ୍ରର ଉଷ୍ମତା

ପୃଥିବୀ ଏବେ ଏକ ବଡ଼ ଜଳବାୟୁ ସଙ୍କଟ ଦେଇ ଗତି କରୁଛି। ୟୁରୋପୀୟ ଜଳବାୟୁ ସଂସ୍ଥା ‘କୋପରନିକସ’ର ସୂଚନା ଅନୁଯାୟୀ, ସମୁଦ୍ରଗୁଡ଼ିକର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।…

ସଞ୍ଜୟ ବିଶ୍ୱାଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬ା୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଆଇଏଏସ୍‌ ଅଧିକାରୀ ସ୍ତରରେ ମଙ୍ଗଳବାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ…

ଆଳୁ ମିଶନ: ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ଭୁବନେଶ୍ୱର,୨୬।୮ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ଆଳୁ ଚାହିଦା ମେଣ୍ଟାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୪-୧୫ରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା।…

ପୋର୍ଟାଲ ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୮: ଅନ୍‌-ସ୍କ୍ରିନ୍‌ ମାର୍କିଂ (ଓଏସ୍‌ଏମ୍‌) ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍‌ଇ ପୋର୍ଟାଲ ପୁଣିଥରେ ଖୋଲିବା ନିମନ୍ତେ…

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିପାରନ୍ତି ଶି ଜିନ୍‌ପିଙ୍ଗ୍‌

ନୂଆଦିଲ୍ଲୀ,୨୬।୮: ନୂଆଦିଲ୍ଲୀରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଏକ ବଡ଼ ପ୍ରତିନିଧିମଣ୍ଡଳୀ ସହ ଭାରତ…

୨୨ରୁ ବିଧାନସଭା ଅଧିବେଶନ: ୯ ଦିନ ଚାଲିବ ଗୃହ

ଭୁବନେଶ୍ୱର,୨୬ା୮(ରବିନାରାୟଣ ଜେନା): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ଯାଏ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ସମସ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri