Posted inଖେଳ

ମେଜର ଲିଗ କ୍ରିକେଟ: ‘ଫଟାଫଟ କ୍ରିକେଟ’ରେ ଦେଖିବାକୁ ମିଳିବେ, ରସେଲ, ଶାଦବ, ରସିଦଙ୍କ ପରି ବହୁ ପ୍ରସିଦ୍ଧ ଖେଳାଳି…

ଓ୍ବାଶିଂଟନ,୧୨।୭ : ‘ଫଟାଫଟ କ୍ରିକେଟ’ର ସମ୍ପ୍ରତି ଲୋକପ୍ରିୟ ହେବାରେ ଲାଜିଛି। ଏହି ମର୍ମରେ ଅନ୍ୟ ଏକ ଲିଗ କ୍ରିକେଟ ପ୍ରେମୀଙ୍କୁ ରୋମାଞ୍ଚିତ କରିବାକୁ ପ୍ରସ୍ତୁତ। ଆମେରିକାରେ ମେଜର ଲିଗ କ୍ରିକେଟ ଗୁରୁବାର, ଜୁଲାଇ ୧୩ (ଭାରତୀୟ ସମୟ ଅନୁସାରେ ଜୁଲାଇ ୧୪) ରୁ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ୬ ଟି ଦଳ ପରସ୍ପରକୁ ଭେଟିବେ। ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଥିବା ଏହି ଲିଗର ଉଦଘାଟନୀ ମ୍ୟାଚରେ ଟେକ୍ସାସ ସୁପର କିଙ୍ଗ୍ସ ଲସ ଆଞ୍ଜେଲସ ନାଇଟ ରାଇଡର୍ସ ସହିତ ମୁହାଁମୁହିଁ ହେବେ। ଫାଇନାଲ ୩୦ ଜୁଲାଇରେ ଖେଳାଯିବ ।

ପ୍ରଥମ ସିଜନରେ ଲସ ଆଞ୍ଜେଲସ ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ ନ୍ୟୁୟର୍କ, ସାନ ଫ୍ରାନ୍ସିସ୍କୋ ୟୁନିକର୍ଣ୍ଣସ, ସିଆଟେଲ, ଅର୍କାସ, ଟେକ୍ସାସ ସୁପର କିଙ୍ଗ୍ସ ଏବଂ ୱାଶିଂଟନ ଫ୍ରିଡମ ଦଳ ଅଂଶଗ୍ରହଣ କରିବେ। ଏହି ଦଳଗୁଡିକରେ, ଅନେକ ଭାରତୀୟଙ୍କ ସମେତ ବିଶ୍ୱର ଭେଟେରାନ କ୍ରିକେଟରମାନେ ଯୋଗଦେବେ । ଟୁର୍ନାମେଣ୍ଟରେ ୧୫ ଟି ଗ୍ରୁପ ସ୍ତରୀୟ ମ୍ୟାଚ ପରେ, ଏଲିମିନେଟର, ଦୁଇଟି କ୍ୱାଲିଫାଏର ଏବଂ ତା’ପରେ ଫାଇନାଲ ମ୍ୟାଚ ଖେଳାଯିବ ।

ରାଉଣ୍ଡ ରୋବିନ ଫର୍ମାଟର ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ଖେଳାଳିଙ୍କ ମଧ୍ୟରେ ଉମୁକଟ ଚାନ୍ଦ, ମାର୍ଟିନ ଗୁପିଲ, ଜେସନ ରଏ, ସୁନୀଲ ନାରିନ, ଆଣ୍ଡ୍ରେ ରସେଲ, ଲକି ଫର୍ଗୁସନ, ଆଡାମ ଜାମ୍ପା, ଟିମ ଡେଭିଡସ, ନିକୋଲାସ ପୁରାନ, କିରେନ ପୋଲାର୍ଡ, ଟ୍ରେଣ୍ଟ ବୋଲ୍ଟ ଏବଂ ରସିଦ ଖାନ ଇତ୍ୟାଦି ଅଛନ୍ତି। ପାକିସ୍ତାନୀ ଖେଳାଳିଙ୍କ ମଧ୍ୟରେ ଅଲରାଉଣ୍ଡର ଶାଦବ ଖାନ, ଇମାଦ ୱାସିମ, ସାମି ଅସଲମଙ୍କ ଭଳି ଖେଳାଳି ମଧ୍ୟ ଏହି ଟୁର୍ନାମେଣ୍ଟରେ ଉତ୍ସାହ ଯୋଗାଉଥିବା ଦେଖିବାକୁ ମିଳିବ। ଟୁର୍ନାମେଣ୍ଟର ମ୍ୟାଚ ଭାରତୀୟ ସମୟ ସକାଳ ୬ ଟାରୁ ଆରମ୍ଭ ହେବ ।

ଟୁର୍ନାମେଣ୍ଟର  ଟେକ୍ସାସର ଗ୍ରାଣ୍ଡ ପେରି ଷ୍ଟାଡିୟମ ଏବଂ ମୋରିସଭିଲର ଚର୍ଚ୍ଚ ଷ୍ଟ୍ରିଟ ପାର୍କ ଷ୍ଟାଡିୟମ ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ ।

 


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri