ମହୁଲ ମୂଲ୍ୟ ମିଳୁନି

ଗୋପବନ୍ଧୁନଗର,୨୯।୪ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଚାଷ ଏହି ଅଞ୍ଚଳ ଲୋକଙ୍କ ପ୍ରଧାନ ଜୀବିକା ହୋଇଥିଲେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ସେମାନେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ମହୁଲ, ଝୁଣା, ଲାଖ, ମହୁ, ଶାଳମଞ୍ଜି ପ୍ରଭୃତି ବନଜାତ ଦ୍ରବ୍ୟ ବର୍ଷ ସାରା ସ୍ଥାନୀୟ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି। ମାତ୍ର ପରିତାପର ବିଷୟ ସେମାନେ ଏହାର ଉଚିତ ମୂଲ୍ୟ ପାଇ ନ ପାରି ଦଲାଲମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଏବେ ଜଙ୍ଗଲରେ ମହୁଲ ଫୁଲ ଝଡ଼ିବା ସମୟ। ବଣ ଭିତରକୁ ପଶି ଗଲେ ମହ ମହ ହୋଇ ବାସୁଛି ମହୁଲ ଫୁଲ। ଚୈତ୍ର ମାସରେ ବିଶେଷ କରି ମହୁଲ ଭଳି ବନ୍ୟଜାତ ଦ୍ରବ୍ୟକୁ ସଂଗ୍ରହ କରିଥାନ୍ତି ଆଦିବାସୀମାନେ। ଜଙ୍ଗଲଗୁଡ଼ିକ ଗଁାକୁ ଲାଗିଥିବାରୁ ପ୍ରତି ପରିବାରର ଛୁଆପିଲାଙ୍କଠାରୁ ମହିଳାଙ୍କ ପର୍ଯ୍ୟନ୍ତ ଚାଲିଯାଆନ୍ତି ମହୁଲ ସାଉଁଟିବାକୁ। ପରିବାର ପିଛା ୫ରୁ ୧୦ କେଜି ପର୍ଯ୍ୟନ୍ତ ଦୈନିକ ସଂଗ୍ରହ କରିଥାନ୍ତି। ପରେ ଏହାକୁ ବିକ୍ରି କରି ପ୍ରତିବଦଳରେ ଖାଦ୍ୟ ସାମଗ୍ରୀ କିଣିଥାନ୍ତି। ଏହି ବ୍ଲକର ବଣ ପାହାଡ଼ ଘେରା ଆରପଟା, କୁଶଳଦା, ଜୟପୁର, ବରଡିହି, କୁଆମରା, ଶୀଳଘାଟି, ରାଣୀବନ୍ଧ, ଭଣ୍ଡଗାଁ ପ୍ରଭୃତି ପଞ୍ଚାୟତର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ପରେ ନିର୍ଭର କରନ୍ତି। ଉକ୍ତ ଅଞ୍ଚଳ ତଥା ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଦେଶୀ ମଦ କାରଖାନା ଗଢ଼ି ଉଠିଥିବାରୁ ପ୍ରାୟତଃ ମହୁଲର ଚାହିଦା ଅଧିକ। ତେବେ ମହୁଲ ସଂଗ୍ରହ କରି ରଖିଥିବା ଆଦିବାସୀଙ୍କଠାରୁ ଦଲାଲମାନେ ଓଜନ ପରିବର୍ତ୍ତେ ଟୋକେଇ ପିଛା ୫/୧୦ ଟଙ୍କା ଦେଇ କିଣି ଆଣନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ମହୁଲ ଫୁଲ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା ନ ଥିବାରୁ ଆଦିବାସୀମାନେ ଉଚିତ ମୂଲ୍ୟ ପାଇ ପାରୁ ନାହଁାନ୍ତି। ଯଦି ମଣ୍ଡି ଖୋଲିବା ବ୍ୟବସ୍ଥା ହୁଅନ୍ତା ତେବେ ପରିଶ୍ରମର ମୂଲ୍ୟ ମିଳିପାରନ୍ତା ବୋଲି କୁଶ ସିଂ, ହରିଶ ଚନ୍ଦ୍ର ସିଂ, ରାମରାଏ ମାଝି, ପ୍ରତାପ ନାଏକ ଓ ଦୀପକ ବାଘରାଏ ପ୍ରମୁଖ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri