ମହୁଲ ମୂଲ୍ୟ ମିଳୁନି

ଗୋପବନ୍ଧୁନଗର,୨୯।୪ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଚାଷ ଏହି ଅଞ୍ଚଳ ଲୋକଙ୍କ ପ୍ରଧାନ ଜୀବିକା ହୋଇଥିଲେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ସେମାନେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ମହୁଲ, ଝୁଣା, ଲାଖ, ମହୁ, ଶାଳମଞ୍ଜି ପ୍ରଭୃତି ବନଜାତ ଦ୍ରବ୍ୟ ବର୍ଷ ସାରା ସ୍ଥାନୀୟ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି। ମାତ୍ର ପରିତାପର ବିଷୟ ସେମାନେ ଏହାର ଉଚିତ ମୂଲ୍ୟ ପାଇ ନ ପାରି ଦଲାଲମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଏବେ ଜଙ୍ଗଲରେ ମହୁଲ ଫୁଲ ଝଡ଼ିବା ସମୟ। ବଣ ଭିତରକୁ ପଶି ଗଲେ ମହ ମହ ହୋଇ ବାସୁଛି ମହୁଲ ଫୁଲ। ଚୈତ୍ର ମାସରେ ବିଶେଷ କରି ମହୁଲ ଭଳି ବନ୍ୟଜାତ ଦ୍ରବ୍ୟକୁ ସଂଗ୍ରହ କରିଥାନ୍ତି ଆଦିବାସୀମାନେ। ଜଙ୍ଗଲଗୁଡ଼ିକ ଗଁାକୁ ଲାଗିଥିବାରୁ ପ୍ରତି ପରିବାରର ଛୁଆପିଲାଙ୍କଠାରୁ ମହିଳାଙ୍କ ପର୍ଯ୍ୟନ୍ତ ଚାଲିଯାଆନ୍ତି ମହୁଲ ସାଉଁଟିବାକୁ। ପରିବାର ପିଛା ୫ରୁ ୧୦ କେଜି ପର୍ଯ୍ୟନ୍ତ ଦୈନିକ ସଂଗ୍ରହ କରିଥାନ୍ତି। ପରେ ଏହାକୁ ବିକ୍ରି କରି ପ୍ରତିବଦଳରେ ଖାଦ୍ୟ ସାମଗ୍ରୀ କିଣିଥାନ୍ତି। ଏହି ବ୍ଲକର ବଣ ପାହାଡ଼ ଘେରା ଆରପଟା, କୁଶଳଦା, ଜୟପୁର, ବରଡିହି, କୁଆମରା, ଶୀଳଘାଟି, ରାଣୀବନ୍ଧ, ଭଣ୍ଡଗାଁ ପ୍ରଭୃତି ପଞ୍ଚାୟତର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ପରେ ନିର୍ଭର କରନ୍ତି। ଉକ୍ତ ଅଞ୍ଚଳ ତଥା ଜିଲାର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଦେଶୀ ମଦ କାରଖାନା ଗଢ଼ି ଉଠିଥିବାରୁ ପ୍ରାୟତଃ ମହୁଲର ଚାହିଦା ଅଧିକ। ତେବେ ମହୁଲ ସଂଗ୍ରହ କରି ରଖିଥିବା ଆଦିବାସୀଙ୍କଠାରୁ ଦଲାଲମାନେ ଓଜନ ପରିବର୍ତ୍ତେ ଟୋକେଇ ପିଛା ୫/୧୦ ଟଙ୍କା ଦେଇ କିଣି ଆଣନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ମହୁଲ ଫୁଲ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା ନ ଥିବାରୁ ଆଦିବାସୀମାନେ ଉଚିତ ମୂଲ୍ୟ ପାଇ ପାରୁ ନାହଁାନ୍ତି। ଯଦି ମଣ୍ଡି ଖୋଲିବା ବ୍ୟବସ୍ଥା ହୁଅନ୍ତା ତେବେ ପରିଶ୍ରମର ମୂଲ୍ୟ ମିଳିପାରନ୍ତା ବୋଲି କୁଶ ସିଂ, ହରିଶ ଚନ୍ଦ୍ର ସିଂ, ରାମରାଏ ମାଝି, ପ୍ରତାପ ନାଏକ ଓ ଦୀପକ ବାଘରାଏ ପ୍ରମୁଖ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri