Posted inଜାତୀୟ

‘ବିଜୟଭର୍ଗୀୟ ହେଉଛନ୍ତି ‘ଅଗ୍ନିପଥ’ର ଖଳନାୟକ’

ନୂଆଦିଲ୍ଲୀ,୨୦।୬: ଭାଜପା ରାଷ୍ଟ୍ରୀୟ ସମ୍ପାଦକ କୈଳାଶ ବିଜୟଭର୍ଗୀୟ ସରକାରଙ୍କ ନୂଆ ଅଗ୍ନିପଥ ଯୋଜନାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଗ୍ନିବୀରମାନେ ୪ ବର୍ଷ ପରେ ଅବସର ନେଲେ ସେମାନଙ୍କୁ ଭାଜପା ଦଳୀୟ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଚାକିରି ଦିଆଯିବ ବୋଲି ସେ କହିଛନ୍ତି। ଏନେଇ ଦେଶରେ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ବିଜୟଭର୍ଗୀୟଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି।
ଟିଏମସି ଏମ୍‌ପି ମହୁଆ ମୋଇତ୍ରା ବିଜୟଭର୍ଗୀୟଙ୍କୁ ଟାର୍ଗେଟ କରିଛନ୍ତି। ମହୁଆ ଟୁଇଟ୍‌ କରି ବିଜୟଭର୍ଗୀୟଙ୍କୁ ଅଗ୍ନିପଥର ଖଳନାୟକ ବୋଲି କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜୟରାମ ରମେଶ ଏବଂ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ମଧ୍ୟ ବିଜୟଭର୍ଗୀୟଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି।
ମୋଇଟ୍ରା ଟୁଇଟ୍‌ ଯୋଗେ କହିଛନ୍ତି,
ଭାଜପାର ସାଧାରଣ ସଚିବ- ଯଦି ମୋତେ ଭାଜପା କାର୍ଯ୍ୟାଳୟ ପାଇଁ ସିକ୍ୟୁରିଟି ଗାର୍ଡ ବାଛିବାକୁ ପଡିବ, ତେବେ ମୁଁ ଅଗ୍ନିବୀରଙ୍କୁ ବାଛିବି।
-ହଁ, ଯଦି ଭାରତକୁ ଅଗ୍ନିପଥ ପାଇଁ ଜଣେ ଖଳନାୟକ ବାଛିବାକୁ ପଡିବ, ମୁଁ ନିଶ୍ଚିତ ଯେ ସେମାନେ ମଧ୍ୟ ଆପଣଙ୍କୁ ବାଛିବେ।
ବିଜୟଭର୍ଗୀୟ କିନ୍ତୁ ତୁରନ୍ତ ତାଙ୍କ ବିବୃତ୍ତି ସ୍ପଷ୍ଟ କରିଛନ୍ତି। ଟୁଲ୍‌କିଟ ଗ୍ୟାଙ୍ଗ ତାଙ୍କ ବିବୃତ୍ତିକୁ ବିକୃତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ନିର୍ବାଚନ: କୌଣସି ଦଳ ସହ ମେଣ୍ଟ କରିବ ନାହିଁ ଏଏପି

ନୂଆଦିଲ୍ଲୀ,୧୦ ।୧: ସାରା ଦେଶର ନଜର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ । ରବିବାର ଆମ ଆଦମୀ ପାର୍ଟି(ଏଏପି)ର ଉତ୍ତର ପ୍ରଦେଶ ପ୍ରଭାରୀ ତଥା...

ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରତିଶ୍ରୁତି

କୋଲକାତା,୧୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ପଛୁଆ ବର୍ଗର ଲୋକମାନଙ୍କ ଲାଗି ବାର୍ଷିକ...

ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶ ପାଇଁ କିଏ ଦେଇଥିଲେ ଅନୁମତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ତବଲିଘ୍‌ ଜମାତ୍‌ ଯୋଗୁ ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଆରମ୍ଭ...

ପୃ୍‌ଥିବୀର ୫୦ ପ୍ରତିଶତ ଆକ୍ରାନ୍ତ ପ୍ରତିଦିନ ଭାରତରେ ହେଉଛନ୍ତି ଚିହ୍ନଟ: ଗୋଟିଏ ଦିନରେ ୩ ଲକ୍ଷ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

ସିକିମ୍‌ରେ ବାଦଲ ଫଟା ବର୍ଷା: ୩ ଶହରୁ ଅଧିକ ପର୍ଯ୍ୟଟକ ଜଳବନ୍ଦୀ

ଗାଙ୍ଗଟକ୍‌,୧୮।୬: ସିକିମ୍‌ରେ ବାଦଲ ଫଟା ବର୍ଷା ହୋଇଛି। ସ୍ଥାନୀୟ ଚୁଙ୍ଗ୍‌ ଥାଙ୍ଗ୍‌ରେରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଏଠାକୁ ବୁଲି ଆସିଥିବା ୩ ଶହରୁ...

ଏମ୍‌ପିଙ୍କର ହେବ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ, ୨୯।୮(ପି.ଟି.): ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଅନୂ୍ୟନ ୭୨ ଘଣ୍ଟା ପୂର୍ବରୁ ଏମ୍‌ପିମାନେ ନିଜର କୋଭିଡ୍‌ ପରୀକ୍ଷା କରାଇନେବାକୁ ସେମାନଙ୍କୁ ଅନୁରୋଧ କରାଯିବ...

ବିଦେଶ ଫେରନ୍ତା ଏବେ ରହିବେ ହୋମ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୨୨ ।୧: କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭାରତ ସରକାର ବିଦେଶ ଯାତ୍ରୀଙ୍କ ପାଇଁ କୋୱିନ ଆପରେ ବଡ ପରିବର୍ତ୍ତନ କରିଛନ୍ତି । ଶନିବାରଠାରୁ...

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଛି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ…

ହାଇଦ୍ରାବାଦ୍‌, ୫।୨ : ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ହେବାରେ ଲାଗିଛି। ଏହା ଦ୍ୱାରା ବଡ଼ ଧରଣର ଆହ୍ବାନ ସୃଷ୍ଟି...

Advertisement
Archives

Model This Week