ଅମଲାପଡ଼ା ଟୁଙ୍ଗିରେ ମହିମା ମେଳା: ଖଞ୍ଜଣି ଭଜନରେ କମ୍ପିଲା ପରିବେଶ

ଢେଙ୍କାନାଳ ଅଫିସ, ୨୬।୫: ଢେଙ୍କାନାଳ ସହର ବସଷ୍ଟାଣ୍ଡ୍‌ ଅମଲାପଡ଼ାସ୍ଥିତ ୧୧୦ ବର୍ଷ ପ୍ରାଚୀନ ମହିମା ଟୁଙ୍ଗିରେ ସୋମବାର ମହାସମାରୋହରେ ମହିମା ମେଳା ପାଳିତ ହୋଇଯାଇଛି। ଅନୁଗାମୀ ପ୍ରସନ୍ନା ମହାପାତ୍ରଙ୍କ ବିୟୋଗର ମାସପୂର୍ତ୍ତି ଅବସରରେ ଏହାର ଆୟୋଜନ କରାଯାଇଥିଲା। ଖଞ୍ଜଣି ଭଜନରେ ଟୁଙ୍ଗି ପରିସର ପ୍ରକମ୍ପିତ ହୋଇ ଉଠିଥିବାବେଳେ ବହୁ ସାଧୁସନ୍ନ୍ୟାସୀ, ଅନୁଗାମୀ ଯୋଗଦେଇଥିଲେ।
ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ଏହି ଟୁଙ୍ଗି ପ୍ରତିଷ୍ଠା ହୋଇଥିଲା। ୬୪ ମହିମା ସିଦ୍ଧସନ୍ନ୍ୟାସୀଙ୍କ ମଧ୍ୟରୁ ସିଦ୍ଧ ରଘୁବର ବାବାଙ୍କ ଭେକ ଓ ବେତବାଡ଼ି ସୁରକ୍ଷିତ ଭାବେ ରହିଛି। କୌପିନୀଧାରୀ ମହିମା ସମାଜ ଧର୍ମାଧ୍ୟକ୍ଷ ଶ୍ରୀମଦ୍‌ ରଘୁନାଥ ବାବାଙ୍କ ନେତୃତ୍ୱରେ ଅଭୟ ବାବା, ଜ୍ଞାନୀ ବାବା, କରୁଣାକର ବାବା, ସଦାନନ୍ଦ ବାବା, ତ୍ୟାଗୀ କନ୍ଦର୍ପ ଦାସ, ପରମାନନ୍ଦ ଦାସ ପ୍ରମୁଖ ଟୁଙ୍ଗି ସମ୍ମୁଖରେ ବ୍ରହ୍ମଧୁନି ସଂସ୍ଥାପନ କରି ବିଶ୍ୱକଲ୍ୟାଣ କାମନା କରିଥିଲେ। ମେଳା ଉପଲକ୍ଷେ ସ୍ବତନ୍ତ୍ର ଭାବେ ଅଖଣ୍ଡବତି ପ୍ରଜ୍ୱଳନ କରାଯାଇଥିଲା। ଜହ୍ନିତଇଳା, ବାରଦା, ଡାହିମାଳ, ଓଡ଼ାପଡ଼ା ବ୍ଲକ୍‌ ଗୋପାଳପୁରର ଖଞ୍ଜଣି ଭଜନମଣ୍ଡଳୀ ଯୋଗଦେଇଥିଲେ। ନଠୁଆରୁ ଆସିଥିବା ମହିଳା ମହିମା ଖଞ୍ଜଣି ଭଜନ ଦଳର ଜୟନ୍ତୀ ବାରିକ୍‌, ସୁଷମା ଦେହୁରୀ ମନଛୁଅଁା ଭଜନ ଗାନ କରିଥିଲେ। ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଭକ୍ତ ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ମଙ୍ଗଳବାର ପ୍ରାତଃ ସମୟରେ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଅହ୍ମଣିଆ ଅର୍ପଣ ପୂର୍ବକ ବ୍ରହ୍ମଧୁନି ନିର୍ବାପିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାହାରା ଖୋଜୁଛନ୍ତି ଅନାଥ ଭଉଣୀଭାଇ

ଢେଙ୍କାନାଳ ଅଫିସ,୨୧।୬, ୨ ବର୍ଷ ତଳୁ ମା’ ବାପାଙ୍କ ମୃତ୍ୟୁ ହୋଇଯାଇଛି। ଜେଜେମା ଓ ଜେଜେ ମଧ୍ୟ ନାହାନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦାଦା...

କିଡ୍‌ନୀ ଚୋରି ଅଭିଯୋଗ

ଢେଙ୍କାନାଳ ଅଫିସ, ୧୩।୩ – ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଙ୍କର ଗ୍ରାମର କବିତା ପାଣି (୪୩)ଙ୍କ କିଡ୍‌ନୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ...

ରସିଦ ନକଲ କରି ବାଲିଚାଲାଣ

କାମାକ୍ଷାନଗର, ୨।୬(ଡି.ଏନ୍‌.ଏ.): ତହସିଲ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ରସିଦ ବହି (ଓ୍ବାଇ-ଫର୍ମ) ନକଲ କରି ବାଲିଘାଟରୁ ବାଲି ଚାଲାଣ କରିବା ମହଙ୍ଗା ପଡ଼ିଛି। ଏଭଳି ବାଲି...

ଥାନା ଘେରିଲେ କୁକୁଡ଼ାଚାଷୀ

ଢେଙ୍କାନାଳ ଅଫିସ,୧୨।୯: ଢେଙ୍କାନାଳ ଜିଲାର ବିଭିନ୍ନ ବ୍ଲକର ଶତାଧିକ କୁକୁଡ଼ାଚାଷୀ ସୋମବାର ଟାଉନ ଥାନା ଘେରାଉ କରିଥିଲେ । ଚାଷୀମାନଙ୍କୁ କୁକୁଡ଼ା ଚିଆଁ ଓ ଖାଦ୍ୟ...

ଅମାନିଆଙ୍କ ପାଇଁ ଆତଙ୍କ

କାମାକ୍ଷାନଗର, ୫।୫(ଡି.ଏନ.ଏ.) – କରୋନାର ଦ୍ୱିତୀୟ ଲହରକୁ ପ୍ରତିହତ କରିବାକୁ ଜୋର୍‌ସୋରରେ ଉଦ୍ୟମ ଚଳାଇଛନ୍ତି ସରକାର। ସାରା ରାଜ୍ୟରେ ମେ ୫ରୁ ୧୪ ଦିନିଆ ଲକ୍‌ଡାଉନ୍‌...

ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା...

ବିପୁଳ ପରିମାଣର ନକଲି ମଦ ଜବତ, ୨ ଗିରଫ

ପରଜଙ୍ଗ, ୨୯ା୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ...

ତପୋବନ ରାସ୍ତା ଶୋଚନୀୟ

ଢେଙ୍କାନାଳ ଅଫିସ, ୨୮।୯: ମହିମା ଧର୍ମର ଅନ୍ତୁଡ଼ିଶାଳ ତଥା ମହିମା ଗୋସାଇଁଙ୍କ ଆତ୍ମଯୋଗ ସାଧନାର ପୀଠସ୍ଥଳ କପିଳାସ ଅଭୟାରଣ୍ୟ ଭିତରେ ଥିବା ତପୋବନ ପୀଠ ରାସ୍ତା...

Advertisement
Archives

Model This Week