ଅମଲାପଡ଼ା ଟୁଙ୍ଗିରେ ମହିମା ମେଳା: ଖଞ୍ଜଣି ଭଜନରେ କମ୍ପିଲା ପରିବେଶ

ଢେଙ୍କାନାଳ ଅଫିସ, ୨୬।୫: ଢେଙ୍କାନାଳ ସହର ବସଷ୍ଟାଣ୍ଡ୍‌ ଅମଲାପଡ଼ାସ୍ଥିତ ୧୧୦ ବର୍ଷ ପ୍ରାଚୀନ ମହିମା ଟୁଙ୍ଗିରେ ସୋମବାର ମହାସମାରୋହରେ ମହିମା ମେଳା ପାଳିତ ହୋଇଯାଇଛି। ଅନୁଗାମୀ ପ୍ରସନ୍ନା ମହାପାତ୍ରଙ୍କ ବିୟୋଗର ମାସପୂର୍ତ୍ତି ଅବସରରେ ଏହାର ଆୟୋଜନ କରାଯାଇଥିଲା। ଖଞ୍ଜଣି ଭଜନରେ ଟୁଙ୍ଗି ପରିସର ପ୍ରକମ୍ପିତ ହୋଇ ଉଠିଥିବାବେଳେ ବହୁ ସାଧୁସନ୍ନ୍ୟାସୀ, ଅନୁଗାମୀ ଯୋଗଦେଇଥିଲେ।
ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ଏହି ଟୁଙ୍ଗି ପ୍ରତିଷ୍ଠା ହୋଇଥିଲା। ୬୪ ମହିମା ସିଦ୍ଧସନ୍ନ୍ୟାସୀଙ୍କ ମଧ୍ୟରୁ ସିଦ୍ଧ ରଘୁବର ବାବାଙ୍କ ଭେକ ଓ ବେତବାଡ଼ି ସୁରକ୍ଷିତ ଭାବେ ରହିଛି। କୌପିନୀଧାରୀ ମହିମା ସମାଜ ଧର୍ମାଧ୍ୟକ୍ଷ ଶ୍ରୀମଦ୍‌ ରଘୁନାଥ ବାବାଙ୍କ ନେତୃତ୍ୱରେ ଅଭୟ ବାବା, ଜ୍ଞାନୀ ବାବା, କରୁଣାକର ବାବା, ସଦାନନ୍ଦ ବାବା, ତ୍ୟାଗୀ କନ୍ଦର୍ପ ଦାସ, ପରମାନନ୍ଦ ଦାସ ପ୍ରମୁଖ ଟୁଙ୍ଗି ସମ୍ମୁଖରେ ବ୍ରହ୍ମଧୁନି ସଂସ୍ଥାପନ କରି ବିଶ୍ୱକଲ୍ୟାଣ କାମନା କରିଥିଲେ। ମେଳା ଉପଲକ୍ଷେ ସ୍ବତନ୍ତ୍ର ଭାବେ ଅଖଣ୍ଡବତି ପ୍ରଜ୍ୱଳନ କରାଯାଇଥିଲା। ଜହ୍ନିତଇଳା, ବାରଦା, ଡାହିମାଳ, ଓଡ଼ାପଡ଼ା ବ୍ଲକ୍‌ ଗୋପାଳପୁରର ଖଞ୍ଜଣି ଭଜନମଣ୍ଡଳୀ ଯୋଗଦେଇଥିଲେ। ନଠୁଆରୁ ଆସିଥିବା ମହିଳା ମହିମା ଖଞ୍ଜଣି ଭଜନ ଦଳର ଜୟନ୍ତୀ ବାରିକ୍‌, ସୁଷମା ଦେହୁରୀ ମନଛୁଅଁା ଭଜନ ଗାନ କରିଥିଲେ। ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଭକ୍ତ ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ମଙ୍ଗଳବାର ପ୍ରାତଃ ସମୟରେ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଅହ୍ମଣିଆ ଅର୍ପଣ ପୂର୍ବକ ବ୍ରହ୍ମଧୁନି ନିର୍ବାପିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?