ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ମହେଶ୍ୱରଙ୍କ ନାଁ ନାହିଁ

ସିମୁଳିଆ,୨୫ା୧(ଡି.ଏନ୍‌.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାଁ ନ ଥାଇ ମଧ୍ୟ ୯୩ ବର୍ଷରେ ଚଳ ଚଞ୍ଚଳ ଅଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ମହେଶ୍ୱର ପଣ୍ଡା। ଜାତିରଜନକ ମହାତ୍ମା ଗାନ୍ଧୀଙ୍କ ଡାକରେ ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ମହାପୁରୁଷ ବିନୋବା ଭାବେଙ୍କ ସହିତ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏପରିକି ପାଠପଢ଼ା ପରେ ତାଙ୍କୁ ଚାକିରି ଅଫର ମିଳିଥିଲେ ହେଁ ସେ ଦେଶ ସେବା ପାଇଁ ପ୍ରତ୍ୟାଖ୍ୟାନ କରିବା ସହିତ ପରେ ବିଭିନ୍ନ ଦାୟିତ୍ୱର ଅଧିକାରୀ ରହି ଦେଶ, ଜାତି ଓ ସମାଜ ପାଇଁ କାର୍ଯ୍ୟ କରିଥିଲେ। ପରିଣତ ବୟସରେ ମଧ୍ୟ ମହେଶ୍ୱରଙ୍କ କଲମ ଚାଳନା ଜାରି ରହିଛି। ବିନା ଚଷମାରେ ସେ ଲେଖାପଢ଼ା କରୁଛନ୍ତି। ସମାଜ ପାଇଁ ତାଙ୍କ କଲମ ଚାଳନା ଅଦ୍ୟାବଧି ଜାରି ରହିଛି।
ମହେଶ୍ୱର କୁହନ୍ତି, ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ବାଲିଖଣ୍ଡ, ବାସୁଦେବପୁର, ସୋର ଓ ପରେ ଭଦ୍ରକ କଲେଜରେ ଯୁକ୍ତଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ତାଙ୍କୁ ଶିକ୍ଷକ ଚାକିରି ମିଳିଥିଲେ ହେଁ ସେ ଦେଶସେବା ପାଇଁ ମନା କରିଦେଇଥିଲେ ହେଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୋଇଥିଲେ। ଶିକ୍ଷକତା ସହିତ ସେ ସରପଞ୍ଚ, ଆର୍‌ଆଇ, ପୋଷ୍ଟ ମାଷ୍ଟର ଦାୟିତ୍ୱ ଏକା ସାଙ୍ଗରେ ତୁଲାଉଥିଲେ। ପୂର୍ବରୁ ୩ ବର୍ଷୀୟା ଇଲେକ୍ସନରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନ ଥାଇ ସେ ଲଗାତର ୩ ଥର ସରପଞ୍ଚ ହୋଇଥିଲେ। ସେହିପରି ଗ୍ରାମାଞ୍ଚଳର କଳହର ସମାଧାନ ପାଇଁ ସେ ଅଦାଲତ ପଞ୍ଚର ସଭାପତି ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ବନ୍ଧୁ ସ୍ବର୍ଗତଃ ନବୀନ ପଲାଇଙ୍କ ସହିତ ମିଶି ସେ ସ୍ଥାନୀୟ ଅଞ୍ଚଳରେ ୧୯୬୬ରେ ଦଶଭୂଜା ହାଇସ୍କୁଲ ଓ ସିମୁଳିଆ କଲେଜ ସ୍ଥାପନା କରିଥିଲେ। ମହେଶ୍ୱରଙ୍କର ୪ଟି ପୁସ୍ତକ ପ୍ରକାଶିତ ହେବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନ ମଧ୍ୟ ମିଳିଛି। ମହେଶ୍ୱରଙ୍କ ସ୍ତ୍ରୀ କମଳିନୀ ଗତ ୪୪ ବର୍ଷ ପୂର୍ବେ ଆଖି ବୁଜିଥିଲେ। ତାଙ୍କ ପୁତ୍ର ଅଜୟ କୁମାର ପଣ୍ଡା ସୋର କଲେଜର ଅଧ୍ୟକ୍ଷ ଅଛନ୍ତି। ୩ ଜଣ ପୁଅ, ବୋହୂ, ୪ ଝିଅଙ୍କ ସମେତ ବିଭିନ୍ନ ନାତିନାତୁଣୀ ଅଛନ୍ତି। ସମାଜ ପାଇଁ ମହେଶ୍ୱରଙ୍କ ପ୍ରଚେଷ୍ଟା ଆଜି ମଧ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri