‘ପୂଜା ମୋ’ ଝିଅ ହୋଇ ନ ଥିଲେ ବିବାହ କରିନେଇଥାନ୍ତି’: ଜାଣନ୍ତୁ ଏପରି କାହିଁକି କହିିଥିଲେ ମହେଶ ଭଟ୍ଟ

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରିସରକୁ ଆସିଛନ୍ତି ମହେଶ ଭଟ୍ଟ। ନିକଟରେ ମୁମ୍ବାଇ ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲା। ତେବେ ଏହା ପ୍ରଥମ ଥର ନୁହେଁ ଯେଉଁଠି ମହେଶ ବିବାଦ ଘେରକୁ ଆସିଛନ୍ତି। ପୂର୍ବରୁ ଏକାଧିକ ଥର ସେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏପରି ଏକ ଘଟଣା ଥିଲା, ଯେତେବେଳେ ମହେଶ ନିଜ ଝିଅ ପୂଜା ଭଟ୍ଟଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ। ଏପରିକି ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ। ଘଟଣା ସେତେବେଳେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା।

ଏକ ଫିଲ୍ମ ମାଗାଜିନ୍‌ ପାଇଁ ପୂଜାଙ୍କ ସହ ମହେଶ ବୋଲ୍ଡ ଫଟୋଶୁଟ୍‌ କରିଥିଲେ। ଏଥିରେ ସେ ପୂଜାଙ୍କୁ ଲିପ୍‌ ଟୁ ଲିପ୍‌ କିସ୍‌ କରୁଥିବା ଦେଖାଯାଇଥିଲା। ଫଟୋ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ସମାଲୋଚିତ ହୋଇଥିଲା। ଗଣମାଧ୍ୟମରେ ଏନେଇ ବିକୃତ ଖବର ପ୍ରକାଶ ପାଇବା ସହ ମହେଶଙ୍କୁ ଜୀବନରେ ମାରି ଦେବାକୁ ଧମକ ମିଳିଥିଲା।

ବିବାଦ ଏତେ ବଢ଼ିଯାଇଥିଲା ଯେ ଏହାକୁ ରୋକିବା ଲାଗି ମହେଶ ଖବରଦାତା ସମ୍ମିଳନୀ ଡାକିଥିଲେ। ହେଲେ ସେଠାରେ ସେ ଏପରି କଥା କହିଲେ ଯେ ଆଲୋଚନା କମିବା ବଦଳରେ ବଢ଼ିଯାଇଥିଲା। କାରଣ ମହେଶ କହିଥିଲେ ପୂଜା ମୋ ଝିଅ ହୋଇ ନ ଥିଲେ ମୁଁ ତାଙ୍କୁ ବିବାହ କରିନେଇଥାନ୍ତି। ପରେ ସେ ଏନେଇ ସଫେଇ ଦେଇଥିଲେ। ସେ ମାନସିକ ଦୁଃଶ୍ଚିନ୍ତାରେ ଥିବା ଯୋଗୁ ଏଭଳି ମନ୍ତବ୍ୟ ଦେଇଥିବା କହିଥିଲେ। ଏବେ ସୁଶାନ୍ତଙ୍କ ପ୍ରେମିକା ରିୟାଙ୍କ ସହ ସମ୍ପର୍କକୁ ନେଇ ସେ ବିବାଦ ଘେରକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ିଗଲା ଛୁଆ ହାତୀ, ତାପରେ…

କେନ୍ଦୁଝର,୨୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ…

ବିବାହ ବାର୍ଷିକୀରେ ଦମ୍ପତି ନେଲେ ବଡ଼ ନିଷ୍ପତ୍ତି: ଅଞ୍ଚଳରେ ଚର୍ଚ୍ଚା

ଭବାନୀପାଟଣା, ୨୭ା୨(ଉତ୍ତମ କୁମାର ଦାଶ):ଜନ୍ମଦିନ, ବିବାହ ବାର୍ଷିକୀ ଭଳି ଜୀବନର ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ପଦକ୍ଷେପ ନିଅନ୍ତି ଲୋକେ। ଏଭଳି ଏକ ଘଟଣାକ୍ରମେ…

ସାଇବର ଠକେଇ, ପୁଣି ଜଣେ ଅଭିଯୁକ୍ତ ଗିରଫ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସାଇବର ଠକେଇ ପାଇଁ ଚାଲିଥିବା ଅପରେଶନ କବଚକୁ ଜୋରଦାର କରିଛି। ବୁଧବାର ଜିଲା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରଥିଲା। ଗୁରୁବାର…

୫ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ୍‌ ଶାହା: ରାଜନୀତିରେ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର, ୨୭ା୨(ସୁନିତ୍‌ ମିଶ୍ର):ଆସନ୍ତା ୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଜିଠାରୁ କମନ୍‌ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୨୭।୨(ସୁଚିସ୍ମିତା ସାହୁ): ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଉଚ୍ଚଶିକ୍ଷା…

ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ଭରିଲେ ହାଇଦ୍ରାବାଦର ସାୟାନା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…

ମ୍ୟୁଚୁଆଲ୍‌ ଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ: ଏବେ ୪୦ କ୍ୟାଟେଗୋରିରେ ହେବ ନିବେଶ, ‘ଇକ୍ୱୁଟି ଫଣ୍ଡ’ ଟଙ୍କାରେ…

ନୂଆଦିଲ୍ଲୀ,୨୬।୨: ଭାରତୀୟ ପୁଞ୍ଜି ବଜାର ନିୟନ୍ତ୍ରକ ସେବି (SEBI) ମ୍ୟୁଚୁଆଲ ଫଣ୍ଡ ହାଉସ୍‌ଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ସ୍ବାଧୀନତା ପ୍ରଦାନ କରିଛନ୍ତି। ନିବେଶକଙ୍କ ବିପଦ (Risk) କମାଇବା…

ଏଚ୍‌ପିଭି ଟିକାକରଣର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୬ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖ ଦେଶବ୍ୟାପୀ ହ୍ୟୁମ୍ୟାନ୍‌ ପାଭିଲୋମାଭାଇରସ୍‌ (ଏଚ୍‌ପିଭି) ଟିକାକରଣ ଅଭିଯାନ ରାଜସ୍ଥାନର ଆଜମେରରୁ ଶୁଭାରମ୍ଭ କରିବେ। ୧୪ ବର୍ଷ ବୟସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri