ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ଭରିଲେ ହାଇଦ୍ରାବାଦର ସାୟାନା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ପ୍ରଥମ ଦିନ ହିଁ ଜଣେ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। ତେଲଙ୍ଗାନା ହାଇଦ୍ରାବାଦର କାନ୍ତେ ସାୟାନା ମନୋନୟନ ପତ୍ର ନେଇ ନାମାଙ୍କନ କରିଛନ୍ତି। ସେ ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତାଙ୍କର କେହି ପ୍ରସ୍ତାବକ ନ ଥିବା ଜଣାପଡ଼ିଛି। ନିୟମାନୁଯାୟୀ ଯିଏ ପ୍ରାର୍ଥୀ ହେବେ, ତାଙ୍କର ୧୦ ଜଣ ପ୍ରସ୍ତାବକ ରହିବା ଜରୁରୀ। ବିଧାୟକମାନେ ହିଁ କେବଳ ପ୍ରସ୍ତାବକ ହୋଇପାରିବେ। ତେଣୁ ସେହି ଦୃଷ୍ଟିରୁ ଦେଖିଲେ କାନ୍ତେ ସାୟାନାଙ୍କ ମନୋନୟନ ପତ୍ର ଯାଞ୍ଚ ସମୟରେ କଟିଯିବ ବୋଲି ନିର୍ବାଚନ ଦାୟିତ୍ୱରେ ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ହାଇଦ୍ରାବାଦ୍‌ର ଜଣେ କାହିଁକି ଓଡ଼ିଶା ରାଜ୍ୟ ସଭା ପଦ ପାଇଁ ଓଡ଼ିଶାରେ ନାମାଙ୍କନ ଦାଖଲକଲେ ତାହା ବିଧାନସଭା ସଚିବାଳୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅନ୍ୟପଟେ ବିଜେଡିର ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ତାଙ୍କ ଦଳ ତରଫରୁ ୬ ସେଟ୍‌ ମନୋନୟନ ପତ୍ର ନେଇଛନ୍ତି।
ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶାରୁ ରାଜ୍ୟ ସଭାକୁ ଯାଇଥିବା ମମତା ମହାନ୍ତ, ସୁଜିତ କୁମାର, ମୁଜିବୁଲ୍ଲା ଖାନ ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ରେ ଶେଷ ହେଉଛି। ଏହି ନିର୍ବାଚନ ପରିଚାଳନା କରିବା ଲାଗି ବିଧାନସଭା ସଚିବ ସତ୍ୟବ୍ରତ ରାଉତ ରିଟର୍ନିଂ ଅଧିକାରୀ ରହିଛନ୍ତି। ସେହିପରି ବିଧାନସଭାର ଯୁଗ୍ମ ସଚିବ ବିଦ୍ୟାଧର ମାଝୀ ସହାୟକ ରିଟର୍ନିଂ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ୪ ଆସନ ଲାଗି ପ୍ରାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ମନୋନୟନପତ୍ର ନେଇପାରିବେ। ଏହି ସମୟ ଭିତରେ ପ୍ରାର୍ଥୀ ନିଜେ କିମ୍ବା ସେମାନଙ୍କ ପ୍ରସ୍ତାବକଙ୍କ ଜରିଆରେ ବିଧାନସଭାର ସମ୍ମିଳନୀ କକ୍ଷଠାରେ ରିଟର୍ନିଂ ଅଧିକାରୀଙ୍କ ନିକଟରେ ମନୋନୟନ ପତ୍ର ଦାଖଲ କରିପାରିବେ। ଏହି ସମୟ ସୁଦ୍ଧା ଯଦି ସରକାରୀ ଛୁଟି କେଉଁଦିନ ପଡ଼ିବ ସେଦିନ ଉକ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ। ଆସନ୍ତା ୬ ତାରିଖରେ ମନୋନୟନ ପତ୍ର ଯାଞ୍ଚ ହେବ। ସେହିପରି ମାର୍ଚ୍ଚ ୯ରେ ମନୋନୟନପତ୍ର ଯିଏ ପ୍ରତ୍ୟାହାର କରିବାକୁ ଚାହିଁବେ ନିଜେ ପ୍ରାର୍ଥୀ କିମ୍ବା ତାଙ୍କ ସମର୍ଥକ ବା ଏଜେଣ୍ଟ ଅପରାହ୍ନ ୩ଟା ସୁଦ୍ଧା ରିଟର୍ନିଂ ଅଧିକାରୀଙ୍କ ନିକଟରେ ନୋଟିସ ଦେଇପାରିବେ।

ନିର୍ବାଚନ ଯଦି ପ୍ରତିଦ୍ୱନ୍ଦ୍ୱିିତାମୂଳକ ହେବ ତେବେ ମାର୍ଚ୍ଚ ୧୬ରେ ପୂର୍ବାହ୍ନ ୯ ଘଟିକାରୁ ଅପରାହ୍ନ ୪ଟା ମଧ୍ୟରେ ବିଧାନସଭା ସୌଧର କମିଟି ପ୍ରକୋଷ୍ଠ ନମ୍ବର ୫୪ରେ ଭୋଟ ଗ୍ରହଣ କରାଯିବ। ସେହିଦିନ ଭୋଟ ଗଣତି କରାଯାଇ ସା ୫ଟାରେ ଫଳାଫଳ ଘୋଷଣା କରାଯିବ। ଏହାପରେ ନିର୍ବାଚିତ ବ୍ୟକ୍ତିଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ମାର୍ଚ୍ଚ ୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ରାଜ୍ୟ ସଭା ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ସବୁ ରାଜନୈତିକ ଦଳ ନିଜର ପ୍ରତିକ୍ରିୟା ଦେବା ସାଙ୍ଗକୁ ପ୍ରାର୍ଥୀ ଚୟନ କସରତ ଜୋର୍‌ଦାର କରିଛନ୍ତି। ନାମାଙ୍କନ ଦାଖଲ ଲାଗି ଆଉ ମାତ୍ର ୭ ଦିନ ସମୟ ଥିବାବେଳେ ୨ରୁ ୩ ଦିନ ମଧ୍ୟରେ ସବୁ ଦଳ ନିଜର ପ୍ରାର୍ଥୀ ଦେଇପାରନ୍ତି ବୋଲି ଶୁଣିବାକୁ ମିଳିଛି। ଭାଜପା ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ଆସନ୍ତା ୨ ଦିନ ମଧ୍ୟରେ ଦଳ ପ୍ରାର୍ଥୀଙ୍କ ନଁା ଘୋଷଣା କରିବ। କୋର୍‌ କମିଟି ବୈଠକରେ ଯେଉଁମାନଙ୍କ ନାମ ଚୂଡ଼ାନ୍ତ ହୋଇଛି ତାହା ସଂସଦୀୟ ବୋର୍ଡକୁ ଯାଇଛି। ଶୁକ୍ରବାର ସୁଦ୍ଧା ସଂସଦୀୟ ବୋର୍ଡ ବୈଠକ ବସିବ। ଏଥିରେ ହିଁ ଦଳ କାହାକୁ ରାଜ୍ୟ ସଭା ପଠାଇବ ସେକଥା ଚୂଡ଼ାନ୍ତ ହେବ। ଅବଶ୍ୟ ଏହି ସମୟରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି।

ଅନ୍ୟପଟେ ବିଜେଡିର ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକ ଗୁରୁବାର ନବୀନ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ସମ୍ପର୍କରେ ସୂଚନା ଦେବାକୁ ଯାଇ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟ ସଭା ନିର୍ବାଚନ ନେଇ ସମସ୍ତ ପିଏସିର ନେତାମାନେ ଏକତ୍ରିତ ହୋଇ କହିଲେ, ନବୀନବାବୁ ଯାହା ନିଷ୍ପତ୍ତି ନେବେ ତାହା ହିଁ ଚୂଡ଼ାନ୍ତ। ଆଉ କିଛି ଆଲୋଚନା ହୋଇନାହିଁ। ଦଳର ସଭାପତି ଯାହାକୁ ପ୍ରାର୍ଥୀ କରିବେ ତାହା ହିଁ ଚୂଡ଼ାନ୍ତ ବୋଲି ସେ କହିଛନ୍ତି। ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଆସନ୍ତା ୨୮ ତାରିଖରେ କଂଗ୍ରେସ ରାଜ୍ୟ ସଭା ବାବଦରେ ନିଷ୍ପତ୍ତି ନେବ। ନବୀନଙ୍କ ସହ ଆଲୋଚନା ପାଇଁ ସମୟ ମାଗିଥିଲେ, ହେଲେ ସେ ଏଯାଏ ଦେଇନାହାନ୍ତି। ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଭକ୍ତ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

‘ଧରିତ୍ରୀ’ ଖବରର ପ୍ରଭାବ: ତାଲିଯୋଡ଼ି ବ୍ରିଜ୍‌ ଧୋଇଯାଇଥିବା ଦୁର୍ଗମ ଗାଁରେ ପହଞ୍ଚି ସ୍ଥିତି ପରଖିଲେ IIC, ଶୁଖିଲା ଖାଦ୍ୟ ବାଣ୍ଟି…

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ୩ଟି ଗାଁକୁ ସଂଯୋଗ କରୁଥିବା ତାଲିଯୋଡ଼ି ନଦୀର ବ୍ରିଜ୍‌ ଧୋଇ ହୋଇଯିବା ଘଟଣା…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?