ଆଜିଠାରୁ କମନ୍‌ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୨୭।୨(ସୁଚିସ୍ମିତା ସାହୁ): ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଛାତ୍ରୀଛାତ୍ରଙ୍କୁ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (ସିପିଇଟି) ପରୀକ୍ଷା ଦେବାକୁ ପଡ଼ିବ । ଏହି ପ୍ରବେଶିକା ପରୀକ୍ଷା ପାଇଁ ଶୁକ୍ରବାରଠାରୁ ଆବେଦନ ଆରମ୍ଭ ହୋଇଛି।

ଛାତ୍ରୀଛାତ୍ର ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ କମନ ଆପ୍ଲିକେଶନ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏପ୍ରିଲ ୨୭ରୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସିପିଇଟି ମାର୍କ ଆଧାରରେ ହିଁ ଛାତ୍ରୀଛାତ୍ରଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ।

ଏଥିସହ ଜୁଲାଇ ୧୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଠିକ୍‌ ସମୟରେ ସ୍ନାତକୋତ୍ତର ପାଠପଢ଼ା ଶେଷ ହେବା ସହ ପରୀକ୍ଷା ଫଳ ଘୋଷଣା କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ପ୍ରଥମେ ‘ବନ୍ଦେ ମାତରମ’ ବିଲ ଆଗତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା; ଅସମ୍ମାନ କଲେ କଠୋର ଦଣ୍ଡ

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନରେ ଯାହା ଜୁଲାଇ ୨୦ରୁ ଆରମ୍ଭ ହେଉଛି, ଅନେକ ବିଲ ଉପସ୍ଥାପନ ପାଇଁ ତାଲିକାଭୁକ୍ତ ହୋଇଛି ଯେଉଁଥିରେ ଜାତୀୟ ଗୀତ ‘ବନ୍ଦେ ମାତରମ’କୁ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୧୭।୭: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଓସେପା ଅଫିସ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ…

ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ସଜାଗ ହେଲେ କେନ୍ଦ୍ର ସରକାର, ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୭।୭: ସୋନମ ୱାଙ୍ଗଚୁକଙ୍କ ଅନଶନର ତୃତୀୟ ସପ୍ତାହ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀର ତିନୋଟି ହସ୍ପିଟାଲକୁ…

‘ସେକେଣ୍ଡ କ୍ଲାସ୍ ପାସେଞ୍ଜର’ କହିବା ବନ୍ଦ କର: ଭାରତୀୟ ରେଳବାଇକୁ ସୁପ୍ରିମ୍ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇରେ ସୁଧାର ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍.…

‘ତୁମ ନାମରୁ ‘ଡାକ୍ତର’ ଶବ୍ଦ ହଟାଅ’: ଚିକିତ୍ସା ନ ମିଳିବାରୁ ୪ ବର୍ଷୀୟା ବଳାତ୍କାର ପୀଡିତାଙ୍କ ମୃତ୍ୟୁ; ଗାଜିଆବାଦର ୨ ହସ୍ପିଟାଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲ ଏବଂ ସେମାନଙ୍କର ଡାକ୍ତରଙ୍କୁ ଶୁକ୍ରବାର ଜଣେ ଚାରି ବର୍ଷୀୟା ବଳାତ୍କାର ପୀଡିତାଙ୍କୁ ସମୟୋଚିତ ଚିକିତ୍ସା ଯୋଗାଇ ନ ଦେବା…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ସରିଲା ରଥଟଣା, ଶରଧାବାଲିରେ ପହଞ୍ଚିଲେ ୩ ରଥ

ପୁରୀ,୧୭ା୭: ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦର୍ପଦଳନ ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri