ନୂଆଦିଲ୍ଲୀ,୨୩।୯: ଗତ ୯ ମାସ ଧରି ୧୫ ବର୍ଷୀୟା ନାବାଳିକାଙ୍କୁ ୨୯ ଜଣ ଗଣବଳାତ୍କାର କରିଥିଲେ। ପୀଡ଼ିତା ବୁଧବାର ରାତିରେ ଅଭିଯୋଗ କରିବା ପରେ ମୁମ୍ବାଇରୁ ସାମ୍ନାକୁ ଆସିଛି ଏଭଳି ଜଘନ୍ୟ ଅପରାଧ।
ଚଳିତ ବର୍ଷ ଜାନୁୟାରୀରେ ନାବାଳିକାଙ୍କୁ ତାଙ୍କ ବୟଫ୍ରେଣ୍ଡ ବଳାତ୍କାର କରିବା ସହ ଅପରାଧର ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଦେଖାଇ ପୀଡ଼ିତାଙ୍କୁ ବ୍ଲାକମେଲ କରୁଥିଲେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସାଙ୍ଗମାନେ। ସେମାନେ ୫ରୁ ୬ ଥର ବିଭିନ୍ନ ସ୍ଥାନରେ ପୀଡ଼ିତାଙ୍କୁ ଗଣବଳାତ୍କାର କରିଥିଲେ ବୋଲି ଅତିରିକ୍ତ ପୋଲିସ କମିଶନର ଦତ୍ତାତ୍ରେୟ କାରାଲେ କହିଛନ୍ତି। ତେବେ ନାବାଳିକାଙ୍କ ଅଭିଯୋଗ କ୍ରମେ ପୋଲିସ ୨୪ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି। ପଚରାଉଚୁରା ବେଳେ ଅଭିଯୁକ୍ତମାନେ ଏକ ରାଜନୈତିକ ଦଳ ଜଡ଼ିତ ଥିବା କହିଛନ୍ତି।