Posted inଜାତୀୟ

ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି:ଭାଜପା ଆଡ଼େ ଢଳୁଛନ୍ତି ଉଦ୍ଧବ, ଦୂରେଇ ଯାଉଛନ୍ତି ଶିନ୍ଦେ

ନୂଆଦିଲ୍ଲୀ, ୨୮ା୨:ମହାରାଷ୍ଟ୍ରରେ ଭାଜପା, ଶିବସେନା ଏବଂ ଏନ୍‌ସିପି ଅଜିତ୍‌ ପାଓ୍ବାରଙ୍କ ମହାୟୁତି ମେଣ୍ଟ ସରକାର ଚାଲିଛି। ଅନ୍ୟପକ୍ଷରେ ବିରୋଧୀ ମହା ବିକାଶ ଅଘାଡିରେ ଉଦ୍ଧବଙ୍କ ଶିବସେନା, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ରହିଛନ୍ତି। ନୂଆ ସରକାର ଗଠନ ଦିନୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ରହିଛି। ଏପରି କି କୌଣସି ମୁହୂର୍ତ୍ତ ବିଭିନ୍ନ ଚର୍ଚ୍ଚା ହେବାରୁ ଫିକାପଡ଼ୁନିି। କେଉଁଠି ନା କେଉଁଠି ସରକାର ଭିତରେ କିମ୍ବା ବାହାରେ ଭିନ୍ନ ଭିନ୍ନ ଆଲୋଚନା ଲାଗି ରହିଛି। ସଦ୍ୟ ଘଟଣାକ୍ରମ ଦେଖିଲେ ବିରୋଧୀ ପକ୍ଷରେ ଥିବା ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ମହାୟୁତିରେ ଶିବସେନାର ଏକନାଥ ଶିନ୍ଦେ ଅସନ୍ତୁଷ୍ଟ ଥିବା ଲକ୍ଷ୍ୟକରି ଉଦ୍ଧବ ନୂଆ ଗୋଟି ଚାଳନା ଆରମ୍ଭ କରିଛନ୍ତି ବୋଲି ରାଜନୈତିକ ମହଲରେ ଟୁପୁରଟାପର ଚାଲିଛି।
ଏକଦା ଭାଜପା ସହ ଉଦ୍ଧବଙ୍କ ଶିବସେନା ମେଣ୍ଟ କରି ସରକାର ଗଠନ କରିଥିଲା। ସମୟକ୍ରମେ ଉଚ୍ଚାକାଂକ୍ଷା କରିବାରୁ ଉଦ୍ଧବ ଭାଜପାରୁ ଦୂରେଇ ଯାଇ କଂଗ୍ରେସ ସହ ମିଶି ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଥିଲେ। ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ନିଜ ଦଳକୁ ସଙ୍ଗଠିତ କରିବାରେ ବିଫଳ ହୋଇଥିଲେ। ଫଳରେ ଶିବସେନା ଭିତରେ ଫାଟ ହେଲା ଓ ଏକନାଥ ଶିନ୍ଦେଙ୍କୁ ସମର୍ଥନ ଜଣାଇ ଭାଜପା ସେଠାରେ ସରକାର ଗଢ଼ିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଦିନେ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନବିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ଏକନାଥ ଶିନ୍ଦେଙ୍କୁ ମୁଖ୍ୟ ଚଉକିରେ ବସିବାର ସୁଯୋଗ ମିଳିଥିଲା। ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ସର୍ବାଧିକ ଆସନ ଜିଣିବାରୁ ଦେବେନ୍ଦ୍ର ପୁନଶ୍ଚ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ସେହି ଆସନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଜୋରସୋର ଟଣାଓଟରା ହୋଇଥିଲା। ଚଉକି ମୋହ ଛାଡ଼ିପାରି ନ ଥିବା ଶିନ୍ଦେ ସରକାର ଗଠନ ପାଇଁ ସବୁ କାର୍ଯ୍ୟ ଚୂଡ଼ାନ୍ତ ହେଉଥିବା ବେଳେ ନିଜ ଗାଁକୁ ଚାଳିଯାଇଥିଲେ ଓ ଅସୁସ୍ଥ ଥିବା ବିଷୟ ଜଣାଇଥିଲେ। ଶିନ୍ଦେଙ୍କ ସେତେବେଳର ଆଚରଣ ଭାଜପାକୁ ଆଦୌ ଗ୍ରହଣୀୟ ହୋଇ ନ ଥିଲା। କେବଳ ମେଣ୍ଟ ଧର୍ମକୁ ରକ୍ଷାକରି ଭାଜପା ସରକାର ଗଠନ ବେଳେ ଶିନ୍ଦେ ଏବଂ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଆସନ ଦିଆଯାଇଥିଲା। ହେଲେ ଶିନ୍ଦେ ଅସନ୍ତୁଷ୍ଟ ଥିବା ଲକ୍ଷ୍ୟ କରାଯାଇଥିଲା। ଏଭଳି ସ୍ଥିତିରୁ ଫାଇଦା ଉଠାଇବାକୁ ଯାଇ ୨୫ ଫେବୃଆରୀରେ ଉଦ୍ଧବ ଠାକ୍‌ରେ ତାଙ୍କ ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଶିନ୍ଦେଙ୍କୁ ସମାଲୋଚନା କରିଛନ୍ତି। ଶିନ୍ଦେ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ବିଭିନ୍ନ ପ୍ରକଳ୍ପ ପାଇଁ କରିଥିବା ଫିକ୍ସିଂ ଓ ଦଲାଲି କାର୍ଯ୍ୟ ବିଷୟରେ ଏଥିରେ ଉଲ୍ଲେଖ କରିଥିଲେ।
ଦେବେନ୍ଦ୍ରଙ୍କ ସହ ଶିନ୍ଦେଙ୍କ ସମ୍ପର୍କ ଭଲ ନ ଥିବା ନିକଟରେ ଘଟିଥିବା କେତେକ ଘଟଣାରୁ ବେଶ୍‌ ଜଣାପଡ଼ିଛି। ୨୦୨୭ରେ ନାସିକ୍‌ କୁମ୍ଭମେଳା ସକାଶେ ହୋଇଥିବା ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଫଡନବିସ ଯୋଗ ଦେଇଥିବା ବେଳେ ଶିନ୍ଦେ ସେଥିରେ ଅନୁପସ୍ଥିତ ରହିବା ସରକାରରେ ସବୁକିଛି ଠିକ୍‌ ଚାଲିନାହିଁ ବୋଲି ବାର୍ତ୍ତା ବାହାରକୁ ଯାଇଥିଲା। ଅନ୍ୟ ଏକ ଘଟଣାରେ ଗୃହ ବିଭାଗ ଦାୟିତ୍ୱରେ ଥିବା ଫଡନବିସ ଶିବସେନାର ୨୦ ବିଧାୟକଙ୍କଠାରୁ ପୋଲିସ ସୁରକ୍ଷା ହଟାଇ ନେବା ବିଷୟ ମଧ୍ୟ ଚର୍ଚ୍ଚାକୁ ଆସିଛି।
ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ୨୦୨୪ରେ ହୋଇଥିବା ନିର୍ବାଚନରେ ଭାଜପା ଏକାକୀ ୧୩୨ ଆସନ ଜିତିଥିବା ବେଳେ ଶିବସେନା ୫୭ ଓ ଅଜିତ ପାଓ୍ବାରଙ୍କ ଏନ୍‌ସିପି ୪୧ ଆସନ ଅକ୍ତିଆର କରିଥିଲେ। ଅପରପକ୍ଷରେ ବିରୋଧୀ ମହା ବିକାଶ ଅଘାଡିର ଉଦ୍ଧବଙ୍କ ଶିବସେବା ୨୦, କଂଗ୍ରେସ ୧୬ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ୧୦ ସିଟ୍‌ ପାଇଥିଲେ।
ଏବର ରାଜନୈତିକ ଆଲୋଚନାକୁ ଦେଖିଲେ ଉଦ୍ଧବ ଯଦି ବାସ୍ତବରେ ଫଡନବିସ୍‌ଙ୍କ ଆଡ଼କୁ ଯାଆନ୍ତି, ତାହା ହେଲେ ସିନ୍ଦେଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହେବ। ଗଣମାଧ୍ୟମରେ ଫଡନବିସ ଓ ସିନ୍ଦେଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଯାଇଥିବା ନେଇ ହେଉଥିବା ଆଲୋଚନାକୁ ଖୋଦ୍‌ ଶିନ୍ଦେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଭାଜପା ସହିତ ତାଙ୍କ ଦଳର କୌଣସି ମତଭେଦ ନାହିଁ। ପୁଣି କେନ୍ଦ୍ର ସରକାରରେ ଭାଜପାର ସିଟ୍‌ ସଂଖ୍ୟା କମ୍‌ ଥିବାରୁ ଦଳ ସହଯୋଗୀ ସଂଖ୍ୟା ବଢ଼ାଇବାକୁ ଆଶା ରଖିବା ସ୍ବାଭାବିକ। ଏମିତି ଦେଖିଲେ ଉଦ୍ଧବ ଭାଜପାର ଦୀର୍ଘ ବର୍ଷର ମିତ୍ର ରହିଥିଲେ। ଯଦି ପରିବର୍ତ୍ତିତ ସ୍ଥିତିରେ କିଛି ନୂଆ ହେବାକୁ ଯାଉଛି, ତାହା ହେଲେ ସମୟ ଓ ସୁଯୋଗକୁ ଭାଜପା ହାତଛଡ଼ା କରିବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଆଗକୁ କ’ଣ ଘଟୁଛି ତା’ ଉପରେ ଏବେ ସମସ୍ତଙ୍କ ନଜର ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?