Posted inଖେଳ

ମହାରାଷ୍ଟ୍ରକୁ ସ୍ବର୍ଣ୍ଣ, ଓଡ଼ିଶା ଚତୁର୍ଥ

ଭୁବନେଶ୍ୱର, ୩୦ା୧୨ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଚାଲିଥିବା ଜାତୀୟ ଜୁନିୟର ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ଶୁକ୍ରବାର ଥିଲା ଦ୍ୱିତୀୟ ଦିବସ। ମହିଳା ଦଳଗତ ବିଭାଗରେ ମହାରାଷ୍ଟ୍ର ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଦିଲ୍ଲୀ ରୌପ୍ୟ ଏବଂ ପଶ୍ଚିମବଙ୍ଗ ବ୍ରୋଞ୍ଜ ପଦକ ପାଇଛି। ଓଡ଼ିଶା ଏଥିରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ମହାରାଷ୍ଟ୍ରର ଅଲରାଉଣ୍ଡ ସ୍କୋର ୧୬୧.୨୦ ରହିଥିବା ବେଳେ ଦିଲ୍ଲୀ ୧୫୩.୬୦ ଏବଂ ପଶ୍ଚିମ ବଙ୍ଗ ୧୫୩.୪୦ ଏବଂ ଓଡ଼ିଶା ୧୫୦.୪୦ ପଏଣ୍ଟ ସ୍କୋର କରିଛି। ଓଡ଼ିଶା ପଛକୁ ତେଲେଙ୍ଗାନା ୧୪୪.୯୦ ପଏଣ୍ଟ ସ୍କୋର କରି ୫ମ ସ୍ଥାନରେ ରହିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ କୈଳାସ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦାନ କରି ବିଜେତାମାନଙ୍କୁ ପଦକ ବିତରଣ କରିଥିଲେ। ବ୍ୟକ୍ତିଗତ ଅଲରାଉଣ୍ଡ ର଼୍ୟାଙ୍କିଙ୍ଗରେ ତେଲେଙ୍ଗାନାର ନିଶିକା ଅଗ୍ରଓ୍ବାଲ ୪୪.୨୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ସେ ଭଲ୍ଟରେ ୪୪.୨୫ ପଏଣ୍ଟ, ଅନଇଭେନ ବାର୍‌ରେ ୯.୩୦ ପଏଣ୍ଟ, ବାଲାନ୍ସ ବିମ୍‌ରେ ୧୦.୬୦ ପଏଣ୍ଟ ଏବଂ ଫ୍ଲୋର୍‌ ଏକ୍ସରସାଇଜ୍‌ରେ ୧୧.୦୦ ପଏଣ୍ଟ ସ୍କୋର କରିଥିଲେ। ପଶ୍ଚିମବଙ୍ଗର ସୌମିଲି କରାର ମୋଟ ୪୨.୪୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେ ଭଲ୍ଟରେ ୧୨.୫୦, ଅନଇଭେନ ବାର୍‌ରେ୭.୬୫, ବାଲାନ୍ସ ବିମ୍‌ରେ ୧୧.୭୫ ଏବଂ ଫ୍ଲୋର ଏକ୍ସରସାଇଜ୍‌ରେ ୧୦.୫୫ ପଏଣ୍ଟ ସ୍କୋର କରିଥିଲେ। ମହାରାଷ୍ଟ୍ରର ସାରା ରାଉଲ ତୃତୀୟ ହୋଇଥିଲେ। ତାଙ୍କର ଅଲରାଉଣ୍ଡ ସ୍କୋର ୪୧.୬୦ ରହିଥିବା ବେଳେ ଭଲ୍ଟରେ ୧୨.୩୫, ଅନଇଭେନ ବାର୍‌ରେ ୯.୪୦, ବାଲାନ୍ସ ବିମ୍‌ରେ ୧୦.୩୫ ଏବଂ ଫ୍ଲୋର ଏକ୍ସରସାଇଜରେ ୯.୫୦ ପଏଣ୍ଟ ରହିଥିଲା। ଉଭୟ ପୁରୁଷ ଓ ମହିଳା ବିଭାଗର ବ୍ୟକ୍ତିଗତ ଜିମ୍ନାଷ୍ଟିକ୍ସ ଶନିବାର ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପଶିଲା ସାପ, ଆଉ ତା’ପରେ…

ବଡ଼ଗାଁ,୨୭ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା ପଞ୍ଚାୟତର ଜାଙ୍ଗଲି ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଥିବା ୨ଟି ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡାଯାଇଛି।…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ଗର୍ଜିଲା ସିପିଆଇ

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗଞ୍ଜାମ ଜିଲା କମିଟି ପକ୍ଷରୁ ଦିଲ୍ଲୀସ୍ଥିତ ଜନ୍ତରମନ୍ତରଠାରେ ହୋଇଥିବା ଯୁବଛାତ୍ର ଆନ୍ଦୋଳନର ସଫଳତା ପରିପ୍ରେକ୍ଷୀରେ ଦେଶର ଅଗଣିତ ଛାତ୍ରୀଛାତ୍ର ଓ…

ପୁଣି ଚର୍ଚ୍ଚାରେ ଦାନ ମାଝୀ, ଏହି କାରଣକୁ ନେଇ ଫିଲ୍ମ ‘ଲାଶ୍’ର ପ୍ରଯୋଜକଙ୍କ ନାଁରେ ଦେଲେ ଏତଲା

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): କାନ୍ଧରେ ପତ୍ନୀଙ୍କ ମୃତ ଦେହ ବୋହି ସାରା ବିଶ୍ୱରେ ଏକଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କଳାହାଣ୍ଡିର ଦାନ ମାଝୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି…

ରଥଯାତ୍ରାର ଅନ୍ତିମ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ

ପୁରୀ,୨୭ା୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ। ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିବେ ଦାରୁବିଗ୍ରହ। ଏଥିସହ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ରେଳ ଟ୍ରାକ୍‌ରେ ଦୁଇ ଫୁଟ ପାଣି, ଦୁଇ ଘଣ୍ଟା ଧରି ଅଟକିଲା କୋରାପୁଟ–ବିଶାଖାପାଟଣମ୍ ଟ୍ରେନ୍

ଟିକିରି, ୨୭।୭ (ପ୍ରଫୁଲ୍ଲ କୁମାର ବେହେରା): ଲଗାଣ ବର୍ଷାର ପ୍ରଭାବ ଏବେ ରେଳ ଚଳାଚଳ ଉପରେ ପଡ଼ିଛି। ରାୟଗଡ଼ା ଜିଲାର ଟିକିରି ଷ୍ଟେଶନ୍ ନିକଟରେ ରେଳ ଟ୍ରାକ୍‌…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ଘଣ୍ଟାପ୍ରତି ୮୫ କିମି ବେଗରେ ପବନ! IMD ଜାରି କଲା ଚେତାବନୀ, ୧୩ ଘଣ୍ଟା ଭିତରେ ଭୟଙ୍କର ହେବ….

ନୂଆଦିଲ୍ଲୀ, ୨୭।୭: ଦେଶରେ ମୌସୁମୀ ବର୍ଷାର ପ୍ରଭାବ ଜୋରଦାର ଭାବେ ଜାରି ରହିଥିବା ବେଳେ ପୁଣିଥରେ ପାଗ ଅଧିକ ଖରାପ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri