Posted inଖେଳ

ମହାରାଷ୍ଟ୍ରକୁ ସ୍ବର୍ଣ୍ଣ, ଓଡ଼ିଶା ଚତୁର୍ଥ

ଭୁବନେଶ୍ୱର, ୩୦ା୧୨ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଚାଲିଥିବା ଜାତୀୟ ଜୁନିୟର ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ଶୁକ୍ରବାର ଥିଲା ଦ୍ୱିତୀୟ ଦିବସ। ମହିଳା ଦଳଗତ ବିଭାଗରେ ମହାରାଷ୍ଟ୍ର ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଦିଲ୍ଲୀ ରୌପ୍ୟ ଏବଂ ପଶ୍ଚିମବଙ୍ଗ ବ୍ରୋଞ୍ଜ ପଦକ ପାଇଛି। ଓଡ଼ିଶା ଏଥିରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ମହାରାଷ୍ଟ୍ରର ଅଲରାଉଣ୍ଡ ସ୍କୋର ୧୬୧.୨୦ ରହିଥିବା ବେଳେ ଦିଲ୍ଲୀ ୧୫୩.୬୦ ଏବଂ ପଶ୍ଚିମ ବଙ୍ଗ ୧୫୩.୪୦ ଏବଂ ଓଡ଼ିଶା ୧୫୦.୪୦ ପଏଣ୍ଟ ସ୍କୋର କରିଛି। ଓଡ଼ିଶା ପଛକୁ ତେଲେଙ୍ଗାନା ୧୪୪.୯୦ ପଏଣ୍ଟ ସ୍କୋର କରି ୫ମ ସ୍ଥାନରେ ରହିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ କୈଳାସ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦାନ କରି ବିଜେତାମାନଙ୍କୁ ପଦକ ବିତରଣ କରିଥିଲେ। ବ୍ୟକ୍ତିଗତ ଅଲରାଉଣ୍ଡ ର଼୍ୟାଙ୍କିଙ୍ଗରେ ତେଲେଙ୍ଗାନାର ନିଶିକା ଅଗ୍ରଓ୍ବାଲ ୪୪.୨୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ। ସେ ଭଲ୍ଟରେ ୪୪.୨୫ ପଏଣ୍ଟ, ଅନଇଭେନ ବାର୍‌ରେ ୯.୩୦ ପଏଣ୍ଟ, ବାଲାନ୍ସ ବିମ୍‌ରେ ୧୦.୬୦ ପଏଣ୍ଟ ଏବଂ ଫ୍ଲୋର୍‌ ଏକ୍ସରସାଇଜ୍‌ରେ ୧୧.୦୦ ପଏଣ୍ଟ ସ୍କୋର କରିଥିଲେ। ପଶ୍ଚିମବଙ୍ଗର ସୌମିଲି କରାର ମୋଟ ୪୨.୪୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେ ଭଲ୍ଟରେ ୧୨.୫୦, ଅନଇଭେନ ବାର୍‌ରେ୭.୬୫, ବାଲାନ୍ସ ବିମ୍‌ରେ ୧୧.୭୫ ଏବଂ ଫ୍ଲୋର ଏକ୍ସରସାଇଜ୍‌ରେ ୧୦.୫୫ ପଏଣ୍ଟ ସ୍କୋର କରିଥିଲେ। ମହାରାଷ୍ଟ୍ରର ସାରା ରାଉଲ ତୃତୀୟ ହୋଇଥିଲେ। ତାଙ୍କର ଅଲରାଉଣ୍ଡ ସ୍କୋର ୪୧.୬୦ ରହିଥିବା ବେଳେ ଭଲ୍ଟରେ ୧୨.୩୫, ଅନଇଭେନ ବାର୍‌ରେ ୯.୪୦, ବାଲାନ୍ସ ବିମ୍‌ରେ ୧୦.୩୫ ଏବଂ ଫ୍ଲୋର ଏକ୍ସରସାଇଜରେ ୯.୫୦ ପଏଣ୍ଟ ରହିଥିଲା। ଉଭୟ ପୁରୁଷ ଓ ମହିଳା ବିଭାଗର ବ୍ୟକ୍ତିଗତ ଜିମ୍ନାଷ୍ଟିକ୍ସ ଶନିବାର ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୫ ଆଇପିଏଲ ପୂର୍ବରୁ ନିଜର ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୮।୧: ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟ ମ୍ୟାଚ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ନିଷ୍ପତ୍ତି ନିଆଯାଇଛି ଯେ ରିଷଭ ପନ୍ତ ଏବେ ଦିଲ୍ଲୀ...

କୋହଲି-ବୁମରାଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍‌ ଦାନ କରିଦେଲେ ନାଥନ ଲିଅନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ କ୍ରିକେଟର ନାଥନ ଲିଅନ ନିଜ ଦେଶର ଏଭଳି ଖେଳାଳିଙ୍କ ପାଇଁ କାମ କରିଥାନ୍ତି ଯାହାଙ୍କୁ ସମର୍ଥନର ଆବଶ୍ୟକତା ରହିଛି। ଏଥିଲାଗି ସେ ବଡ଼...

ଭାରତୀୟ ଟିମ୍‌ରେ ଚାପେଲ ଯୁଗ ଭଳି ସ୍ଥିତି; ଡ୍ରେସିଂ ରୁମ୍‌ ଅବସ୍ଥା ଚିନ୍ତାଜନକ; ବର୍ଷିଲେ ହରଭଜନ…

ନୂଆଦିଲ୍ଲୀ,୧୭।୧: ମୁଖ୍ୟ କୋଚ୍‌ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଭାରତୀୟ ଟିମ୍‌ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି। ଏଥିନେଇ ଡ୍ରେସିଂ ରୁମ୍‌ର...

ସରିଲା ରିଙ୍କୁ ସିଂଙ୍କ ନିର୍ବନ୍ଧ, ସମାଜବାଦୀ ପାର୍ଟିର ଏହି ଚର୍ଚ୍ଚିତ ଏମ୍‌ପି ହେବେ ଜୀବନସାଥୀ…

ନୂଆଦିଲ୍ଲୀ,୧୭।୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଉତ୍ତରପ୍ରଦେଶର ଏମ୍‌ପି ପ୍ରିୟା ସରୋଜଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି।...

ବିଜୟ ହଜାର ଟ୍ରଫି ନ ଖେଳି ଦୁବାଇରେ ସମୟ ବିତାଉଛନ୍ତି ଏହି ଷ୍ଟାର ଖେଳାଳି, ଚାମ୍ପିୟନ୍ସ ଟ୍ରଫି ଦଳରେ ମିଳିବନି ସ୍ଥାନ

ନୂଆଦିଲ୍ଲୀ, ୧୭।୧: ଭାରତୀୟ ଦଳର ଉଇକେଟ କିପର ସଞ୍ଜୁ ସାମସନ ବିଜୟ ହଜାର ଟ୍ରଫି ନ ଖେଳିବା ଚାମ୍ପିୟନ୍ସ ଟ୍ରଫି ଖେଳିବାରୁ ତାଙ୍କୁ ବଞ୍ଚିତ କରିପାରେ।...

୪ ଖେଳାଳିଙ୍କୁ ଖେଳରତ୍ନ, ୩୪ଜଣଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୭।୧: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପ୍ରଦାନ...

ଘରୋଇ କ୍ରିକେଟ ନ ଖେଳିଲେ କଟିବ ଦରମା, ଆଇପିଏଲ ଖେଳିବା ଉପରେ ଲାଗିବ ବ୍ୟାନ୍‌! ବିସିସିଆଇର ନୂଆ ନିୟମ

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ୧-୩ ଗୋଲରେ ପରାଜୟ ପରେ ବିସିସିଆଇ ବହୁତ ସକ୍ରିୟ ହୋଇ ଉଠିଛି। ଏକ ନୂତନ ୧୦-ସୂତ୍ରୀ ନୀତି’...

ଭୁବନେଶ୍ୱରକୁ ଫେରିବ ହକି ଫିଭର: ଫେବୃଆରୀ ୧୫ରୁ କଳିଙ୍ଗରେ ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୬।୧: ସମ୍ପ୍ରତି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଚାଲିଥିବାବେଳେ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ଫେରିବାକୁ ଯାଉଛି ହକି ଫିଭର। କଳିଙ୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri