ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା ହାଇକୋର୍ଟରେ ରୁଜୁ କରିଥିବା ମାମଲାରେ ରଞ୍ଜିତ ବରାଳ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ରଞ୍ଜିତଙ୍କ ଯୁକ୍ତି ଉପରେ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ଗୁରୁବାର ହାଇକୋର୍ଟରେ ଜବାବ ପ୍ରଦାନ ଶେଷ ହୋଇଛି। ହାଇକୋର୍ଟ ବିଚାରପତି ଗୌରୀଶଙ୍କର ଶତପଥୀ ମାମଲାର ଶୁଣାଣି କରି କୌଣସି ପକ୍ଷଙ୍କର ଲିଖିତ ଯୁକ୍ତି ଥିଲେ ଉପସ୍ଥାପନ କରିବାକୁ ଆଦେଶ ଦେଇଛନ୍ତି। ପରବର୍ତ୍ତି ଶୁଣାଣି ଯାଏ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ୍‌ ୧୦  ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ରେ ମାହାଙ୍ଗାରେ ଭାରତୀୟ ଜନତା ପାର୍ଟି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଟଣାରେ ତତ୍‌କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୂକ୍ତି ଥିବା ନେଇ ଅଭିଯୋଗ କରାଯାଇଥିଲା। ହେଲେ ମାହାଙ୍ଗା ଥାନା ପୋଲିସମ୍‌ ଏହି ହତ୍ୟା ମାମଲାରେ ଅଭିଯୋଗଫର୍ଦ୍ଦରୁ ପ୍ରତାପ ଜେନାଙ୍କ ନାମକୁ ବାଦ୍‌ ଦେଇଥିଲା। ଏହି ମାମଲାରେ ତାଙ୍କୁ ନିମ୍ନ ଅଦାଲତରେ ହଜାର ହେବାକୁ କୁହାଯାଇଥିଲା।
ବିଧାୟକ ଜେନାଙ୍କ ବିରୋଧରେ ସାଲେପୁର ଜେଏମଏଫସି କୋର୍ଟ କଗ୍ନିଜାନ୍ସ ଗ୍ରହଣ କରିଥିଲେ। ବିଧାୟକ ପ୍ରତାପ ଜେନାଙ୍କୁ ୨୦୨୩ ଅକ୍ଟୋବର ୩୧ ତାରିଖ ଦିନ ହାଜର ହେବାକୁ ସମନ ଜାରି କରିଥିଲେ। ବିଧାୟକ ଜେନାଙ୍କ ପକ୍ଷରୁ ନିମ୍ନକୋର୍ଟର କଗ୍ନିଜାନ୍ସ ଏବଂ ତାଙ୍କ ବିରୋଧରେ ଅଦାଲତରେ ହୋଇଥିବା କ୍ରିମିନାଲ ପ୍ରୋସିଡିଂ ରଦ୍ଦ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ପିଟିସନ ଦାୟର କରାଯାଇଥିଲା। ଗତ ନଭେମ୍ବର ୨ରେ ନିମ୍ନ ଅଦାଲତଙ୍କ ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରି ବିଧାୟକଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଥିଲେ। ବିଧାୟକ ଜେନାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ ମାମଲା ପରିଚାଳନା କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri