ମହାନଦୀରେ ହେବ ୨ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର

ସୋନପୁର,୨୦।୮(ମୃତ୍ୟୁଞ୍ଜୟ ଶତପଥୀ)ମହାନଦୀର ଖଇରମାଳ ଓ ଗୋଧନେଶ୍ୱର ନିକଟରେ ବହୁ ପ୍ରତୀକ୍ଷିତ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ ହେବ। ଏହି ୨ ପ୍ରକଳ୍ପ ପାଇଁ ପ୍ରାୟ ୧୯୫୦ କୋଟି ଟଙ୍କା ବ୍ୟୟ କରାଯିବ। ଜଳ ସମ୍ପଦ ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାର ଶୁକ୍ରବାର ଅନୁମୋଦନ କରିଛନ୍ତି। ଖୁବ୍‌ଶୀଘ୍ର ଏହି ୨ ପ୍ରକଳ୍ପ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଟେଣ୍ଡର ଆହ୍ବାନ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମହାନଦୀ ଗର୍ଭରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାବାସୀଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବ। ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ ନିର୍ମାଣ କରିବା ପରେ ଓଡ଼ିଶାର ଜୀବନରେଖା ମହାନଦୀରେ ଅଣମୌସୁମୀ ସମୟରେ ଜଳପ୍ରବାହ ଯଥେଷ୍ଟ ହ୍ରାସ ପାଇଥିଲା। ତେଣୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜଳ ଉପଯୋଗ ଯୋଜନାକୁ ନେଇ ପୂର୍ବରୁ ଓଡ଼ିଶା ସରକାର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ମହାନଦୀରେ ଏକାଧିକ ବ୍ୟାରେଜ ନିର୍ମାଣ ପାଇଁ ୨୦୧୭ରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଥିଲା। ପ୍ରାଥମିକ ସ୍ତରରେ ସର୍ଭେ ପରେ ଟେକ୍‌ନିକାଲ ଆଡଭାଇଜର କମିଟି(ଟିଏସି)ରେ ଅନୁମୋଦନ ମଧ୍ୟ ମିଳିଥିଲା। ତେବେ କୌଣସି କାରଣରୁ ଏହା ବିଳମ୍ବ ହୋଇଥିଲା। ସୋନପୁର ବିଧାୟକ ତଥା ତତ୍କାଳୀନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ଉପସ୍ଥାପନ କରିଥିବା ବଜେଟରେ ସୁବର୍ଣ୍ଣପୁର ଜିଲାର ଗୋଧନେଶ୍ୱର ଓ ବୌଦ୍ଧ ଜିଲାର ଖଇରମାଳ ବ୍ୟାରେଜ ନିର୍ମାଣ ସମ୍ପର୍କରେ ଘୋଷଣା କରିଥିଲେ। ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ସୋନପୁର ସହର ରାମେଶ୍ୱରଠାରୁ ସାଢେ ୩ କି.ମି. ଦୂର ବୌଦ୍ଧ ଜିଲାର ଖଇରମାଳରେ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ ପାଇଁ ବୌଦ୍ଧ ଜଳ ସମ୍ପଦ ବିଭାଗ ପକ୍ଷରୁ ୯୨୫କୋଟି ୫୯ଲକ୍ଷ ଟଙ୍କାର ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ସେହିପରି ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ୨୦ କି.ମି. ଦୂର ବୀରମହାରାଜପୁର ବ୍ଲକର ଗୋଧନେଶ୍ୱରରେ ପ୍ରକଳ୍ପ ନିର୍ମାଣ ପାଇଁ ୧୦୨୪କୋଟି ୮୧ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏ ସମ୍ପର୍କିତ ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ଗତ ମେ ୨୨ ତାରିଖରେ ପଠାଇଥିଲେ। ତେବେ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ମିଳିବାରେ ବିଳମ୍ବ ହୋଇଥିଲା। ଗତ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସିଥିଲେ। ପାଣ୍ଡିଆନ୍‌ ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱରକୁ ଯାଇ ପ୍ରସ୍ତାବିତ ଖଇରମାଳ ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପ୍ରକଳ୍ପ ପାଇଁ ଶୀଘ୍ର ପ୍ରଶାସନିକ ଅନୁମୋଦନ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଗତ ୧୮ ତାରିଖରେ ସରକାରଙ୍କ ଅନୁମୋଦନ ପରେ ଇପିସି(ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକଶନ) କଣ୍ଟ୍ରାକ୍ଟ ବେସିସ୍‌ରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି।
ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚରରେ ବିନା ବିସ୍ଥାପନରେ ମହାନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରାଯିବା ଯୋଜନା ରହିଛି। ଗୋଧନେଶ୍ୱର ପ୍ରକଳ୍ପ ଖଇରମାଳଠାରୁ ବଡ଼ ହେବ। ମହାନଦୀ ଓ ତେଲନଦୀର ପାଣି ବର୍ଷାଦିନେ ସମୁଦ୍ରକୁ ବହିଯାଉଥିଲା। ଜଳର ଠିକ୍‌ ଉପଯୋଗ ହୋଇପାରୁ ନ ଥିଲା। ଖରାଦିନେ ନଦୀ ଶୁଖିଲା ପଡୁଥିଲା। ତେଣୁ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଜଳ ସଂରକ୍ଷଣ, ପାନୀୟ ଜଳ, ମତ୍ସ୍ୟଚାଷ ସହ ଜଳ ପର୍ଯ୍ୟଟନ, ଶିଳ୍ପାନୁଷ୍ଠାନକୁ ଜଳ ଯୋଗାଣ ଓ ହୋଟେଲ ଶିଳ୍ପର ସମ୍ଭାବନା ସୃଷ୍ଟି ହେବ। ସୁବର୍ଣ୍ଣପୁର ସହର ସମେତ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଏବଂ ବୌଦ୍ଧ ଜିଲାର ବୌଦ୍ଧ ସହର, ବୌଦ୍ଧ ଓ କଣ୍ଟାମାଳ ବ୍ଳକର ଲକ୍ଷାଧିକ ଅଧିବାସୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ପାନୀୟ ଜଳ ଚାହିଦା ପୂରଣ ସହ ମହାନଦୀ ଓ ତେଲନଦୀ ବେସିନ୍‌ରେ ନିର୍ମାଣ ହୋଇଥିବା ମେଗା ଉଠାଜଳସେଚନ ପ୍ରକଳ୍ପଗୁଡିକ ରବିଋତୁରେ ଜମିକୁ ଜଳସେଚିତ କରିପାରିବ। ଜଳ ଚାହିଦା ପୂରଣ, କୃଷିରେ ଉପଯୋଗ ଓ ସମୁଦ୍ରକୁ ବହିଯାଉଥିବା ଜଳର ସଂରକ୍ଷଣ ପାଇଁ ଏହି ପ୍ରକଳ୍ପଦ୍ୱୟ ବିଶେଷ ସହାୟକ ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?