କୂଳ ଖାଉଛି ମହାନଦୀ: ବିପଦରେ ୨ କାରଖାନା

ପାରାଦୀପ,୧୨ା୫ (ସ୍ବ.ପ୍ର.): ପାରାଦୀପର ଚଉମୁହାଣିଠାରୁ ମହାନଦୀର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଜଗତ୍‌ସିଂହପୁର ଜିଲା ସୀମା ଅଞ୍ଚଳରେ ଏବେ କୂଳ ଖାଇବାରେ ଲାଗିଛି। ଯାହାଦ୍ୱାରା ନୂଆଗଡ ପଞ୍ଚାୟତ, ଏଏମ୍‌ଏନ୍‌ଏସ୍‌, ଇଫ୍‌କୋ କମ୍ପାନୀ, ବିଜୟଚାନ୍ଦପୁର, ପାରାଦୀପ ମାଛଧରା ବନ୍ଦର ଆଦି ସ୍ଥାନ ପ୍ରତି ବିପଦ ଉପୁଜିଛି। ଏପରି କି ମାଛଧରା ବନ୍ଦର ପୋତାଶ୍ରୟ ସଂଲଗ୍ନ ୬୦ ମିଟର ବର୍ଥ ନଦୀରେ ଲୀନ ହୋଇଗଲାଣି। ଏବେ ଜଳସମ୍ପଦ ବିଭାଗ ଚଉମୁହାଣିଠାରୁ ବାହାକୁଦ ଘାଟ ପର୍ଯ୍ୟନ୍ତ ସୀମା ମଧ୍ୟରେ ମହାନଦୀର କୂଳ କ୍ଷୟ ରୋକିବା ଲାଗି ୪ଟି ପଥର ସ୍ପର ନିର୍ମାଣ ଚାଲାଛି। ଅବଶିଷ୍ଟ ମହାନଦୀ ସୀମା ତାଙ୍କ ଅଧୀନରେ ଯାଉନାହିଁ କହି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ।

ଦେଶ ସ୍ବାଧୀନତା ସମୟରୁ ଚଉମୁହାଣିଠାରେ ଜଳସମ୍ପଦ ବିଭାଗର ଏକ କାର୍ଯ୍ୟାଳୟ ଅଛି। ୪ ନଦୀର (ହଳଦୀପାଣି, ଲୁଣା, ଚିତ୍ରତ୍ପୋଳା, ମହାନଦୀ) ମିଳନ ସ୍ଥଳକୁ ଚଉମୁହାଣି ନାମିତ କରାଯାଇଛି। ସେହି ସ୍ଥାନରୁ ପାରାଦୀପର ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପର୍ଯ୍ୟନ୍ତ ମହାନଦୀ ଦୁଇ ଜିଲାର (କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର) ମଧ୍ୟସ୍ଥଳ। ଜଗତ୍‌ସିଂହପୁର ସୀମା ମଧ୍ୟରେ ରହିଛି ନୂଆଗଡ ପଞ୍ଚାୟତ, ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌), ଇଫ୍‌କୋ, ନବନିର୍ମିତ ନଦୀଭିତ୍ତିକ ବନ୍ଦର, ପାରାଦୀପ ମାଛଧରା ବନ୍ଦର ଓ ନେହେରୁ ବଙ୍ଗଳା। ନୂଆଗଡ ପଞ୍ଚାୟତ ବାଲିଡିଆ ଗ୍ରାମ ସୀମାଠାରୁ ମହାନଦୀ କୂଳ ଖାଉଥିବା ଦେଖିବାକୁ ମିଳେ। ଏବେର ଏଏମ୍‌ଏନ୍‌ଏସ୍‌ ପୂର୍ବରୁ ଏସାର ଷ୍ଟିଲ୍‌ କମ୍ପାନୀ ଥିଲା। ୨୦୦୮/୦୯ ମସିହାରେ ଏସାର ଷ୍ଟିଲ୍‌ କମ୍ପାନୀ ଆରମ୍ଭ ବେଳେ ମହାନଦୀ ଖନନ କରି ତା’ର ଅଞ୍ଚଳକୁ ପୋତିଥିଲା। ସେବେଠାରୁ ମହାନଦୀ ଅତଡା ଖାଉଛି ବୋଲି ହାଣ୍ଡିଆ ବାସିନ୍ଦା ତୋଫାନ ସ୍ବାଇଁ କୁହନ୍ତି। ଏବେ ଏଏମ୍‌ଏନ୍‌ଏସ୍‌ କମ୍ପାନୀ ନିଜର ଅଞ୍ଚଳକୁ ସୁରକ୍ଷା ଦେବାକୁ ସୁଉଚ୍ଚ ବନ୍ଧ ନିର୍ମାଣ କରୁଛି। ଅପରପକ୍ଷେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟିଏରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ପଥର ସ୍ପର କରାଯାଇଛି। କିନ୍ତୁ ବାହାକୁଦ ଘାଟଠାରୁ ନେହେରୁ ବଙ୍ଗଳା ପର୍ଯ୍ୟନ୍ତ ନଦୀର ସୁରକ୍ଷା ବ୍ୟବସ୍ଥା ଜଳସମ୍ପଦ କରୁନାହିଁ। ଏ ସମ୍ପର୍କରେ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ସେନାପତି କୁହନ୍ତି, ଆମ ବିଭାଗର ସୀମା ଚଉମୁହାଣିଠାରୁ ବାହାକୁଦ ଘାଟ ପର୍ଯ୍ୟନ୍ତ ୬ କିମି ମହାନଦୀ। ଅବଶିଷ୍ଟ ନଦୀ ସୀମା ସାଲାଇନ୍‌ ସେକ୍ସନ ଅଧୀନରେ ଯାଉଛି। ଏପରି କି ଏବେ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ବନ୍ଦର ଆମ ଅଧୀନରେ ନାହିଁ। ସେଥିପାଇଁ ଆମେ ସେସବୁ ଉପରେ ଧ୍ୟାନ ଦେଉନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?