କୂଳ ଖାଉଛି ମହାନଦୀ: ବିପଦରେ ୨ କାରଖାନା

ପାରାଦୀପ,୧୨ା୫ (ସ୍ବ.ପ୍ର.): ପାରାଦୀପର ଚଉମୁହାଣିଠାରୁ ମହାନଦୀର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଜଗତ୍‌ସିଂହପୁର ଜିଲା ସୀମା ଅଞ୍ଚଳରେ ଏବେ କୂଳ ଖାଇବାରେ ଲାଗିଛି। ଯାହାଦ୍ୱାରା ନୂଆଗଡ ପଞ୍ଚାୟତ, ଏଏମ୍‌ଏନ୍‌ଏସ୍‌, ଇଫ୍‌କୋ କମ୍ପାନୀ, ବିଜୟଚାନ୍ଦପୁର, ପାରାଦୀପ ମାଛଧରା ବନ୍ଦର ଆଦି ସ୍ଥାନ ପ୍ରତି ବିପଦ ଉପୁଜିଛି। ଏପରି କି ମାଛଧରା ବନ୍ଦର ପୋତାଶ୍ରୟ ସଂଲଗ୍ନ ୬୦ ମିଟର ବର୍ଥ ନଦୀରେ ଲୀନ ହୋଇଗଲାଣି। ଏବେ ଜଳସମ୍ପଦ ବିଭାଗ ଚଉମୁହାଣିଠାରୁ ବାହାକୁଦ ଘାଟ ପର୍ଯ୍ୟନ୍ତ ସୀମା ମଧ୍ୟରେ ମହାନଦୀର କୂଳ କ୍ଷୟ ରୋକିବା ଲାଗି ୪ଟି ପଥର ସ୍ପର ନିର୍ମାଣ ଚାଲାଛି। ଅବଶିଷ୍ଟ ମହାନଦୀ ସୀମା ତାଙ୍କ ଅଧୀନରେ ଯାଉନାହିଁ କହି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ।

ଦେଶ ସ୍ବାଧୀନତା ସମୟରୁ ଚଉମୁହାଣିଠାରେ ଜଳସମ୍ପଦ ବିଭାଗର ଏକ କାର୍ଯ୍ୟାଳୟ ଅଛି। ୪ ନଦୀର (ହଳଦୀପାଣି, ଲୁଣା, ଚିତ୍ରତ୍ପୋଳା, ମହାନଦୀ) ମିଳନ ସ୍ଥଳକୁ ଚଉମୁହାଣି ନାମିତ କରାଯାଇଛି। ସେହି ସ୍ଥାନରୁ ପାରାଦୀପର ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପର୍ଯ୍ୟନ୍ତ ମହାନଦୀ ଦୁଇ ଜିଲାର (କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର) ମଧ୍ୟସ୍ଥଳ। ଜଗତ୍‌ସିଂହପୁର ସୀମା ମଧ୍ୟରେ ରହିଛି ନୂଆଗଡ ପଞ୍ଚାୟତ, ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌), ଇଫ୍‌କୋ, ନବନିର୍ମିତ ନଦୀଭିତ୍ତିକ ବନ୍ଦର, ପାରାଦୀପ ମାଛଧରା ବନ୍ଦର ଓ ନେହେରୁ ବଙ୍ଗଳା। ନୂଆଗଡ ପଞ୍ଚାୟତ ବାଲିଡିଆ ଗ୍ରାମ ସୀମାଠାରୁ ମହାନଦୀ କୂଳ ଖାଉଥିବା ଦେଖିବାକୁ ମିଳେ। ଏବେର ଏଏମ୍‌ଏନ୍‌ଏସ୍‌ ପୂର୍ବରୁ ଏସାର ଷ୍ଟିଲ୍‌ କମ୍ପାନୀ ଥିଲା। ୨୦୦୮/୦୯ ମସିହାରେ ଏସାର ଷ୍ଟିଲ୍‌ କମ୍ପାନୀ ଆରମ୍ଭ ବେଳେ ମହାନଦୀ ଖନନ କରି ତା’ର ଅଞ୍ଚଳକୁ ପୋତିଥିଲା। ସେବେଠାରୁ ମହାନଦୀ ଅତଡା ଖାଉଛି ବୋଲି ହାଣ୍ଡିଆ ବାସିନ୍ଦା ତୋଫାନ ସ୍ବାଇଁ କୁହନ୍ତି। ଏବେ ଏଏମ୍‌ଏନ୍‌ଏସ୍‌ କମ୍ପାନୀ ନିଜର ଅଞ୍ଚଳକୁ ସୁରକ୍ଷା ଦେବାକୁ ସୁଉଚ୍ଚ ବନ୍ଧ ନିର୍ମାଣ କରୁଛି। ଅପରପକ୍ଷେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟିଏରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ପଥର ସ୍ପର କରାଯାଇଛି। କିନ୍ତୁ ବାହାକୁଦ ଘାଟଠାରୁ ନେହେରୁ ବଙ୍ଗଳା ପର୍ଯ୍ୟନ୍ତ ନଦୀର ସୁରକ୍ଷା ବ୍ୟବସ୍ଥା ଜଳସମ୍ପଦ କରୁନାହିଁ। ଏ ସମ୍ପର୍କରେ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ସେନାପତି କୁହନ୍ତି, ଆମ ବିଭାଗର ସୀମା ଚଉମୁହାଣିଠାରୁ ବାହାକୁଦ ଘାଟ ପର୍ଯ୍ୟନ୍ତ ୬ କିମି ମହାନଦୀ। ଅବଶିଷ୍ଟ ନଦୀ ସୀମା ସାଲାଇନ୍‌ ସେକ୍ସନ ଅଧୀନରେ ଯାଉଛି। ଏପରି କି ଏବେ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ବନ୍ଦର ଆମ ଅଧୀନରେ ନାହିଁ। ସେଥିପାଇଁ ଆମେ ସେସବୁ ଉପରେ ଧ୍ୟାନ ଦେଉନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri