ଜାନୁୟାରୀରୁ କମିଲାଣି ମହାନଦୀ ଜଳ

କେନ୍ଦ୍ରାପଡ଼ା ଅଫିସ,୯ା୧: ଜାନୁୟାରୀ ଆରମ୍ଭରୁ ମହାନଦୀ ଜଳ କମିବା ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲାରେ ଏହି ସିଷ୍ଟମ୍‌ରେ ଥିବା ନଦୀଗୁଡିକ ଶୁଖିଯାଉଛି। ଲୁଣା, ଚିତ୍ରୋପତ୍ଳା, ବିରୂପା, ମହାନଦୀ ଆଦିରେ ପ୍ରବାହିତ ଜଳ କମିବା ଫଳରେ ବହୁ ମୁଖ୍ୟ ଓ ଶାଖା କେନାଲ ଶୁଖିଲା ପଡିଛି। ରବି ଓ ଶୀତଦିନିଆ ଫସଲ ଉପରେ ପ୍ରଭାବ ପଡିଛି। କୃଷି ସହିତ ପାନୀୟ ଜଳ ଉପରେ ଆଗାମୀ ଦିନରେ ପ୍ରଭାବ ପଡିବ ବୋଲି ଆଶଙ୍କା ହେଲାଣି। ଏପରି ସ୍ଥିତିରେ ଆଖଡ଼ାଶାଳୀରେ ନଦୀଭିତ୍ତିକ ବନ୍ଦରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ପୂର୍ବତନ ଜିଲା ପରିଷଦ ଜୋନ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ମହାନଦୀର ଜଳ ଧାରା କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ବ୍ଲକ ମହାକାଳପଡ଼ାର ମହାନଙ୍ଗଳଠାରୁ ମାତ୍ର ୧୦ କିଲୋମିଟର ପ୍ରବାହିତ ହୋଇ ଗଡରୋମିତ ପର୍ଯ୍ୟନ୍ତ ଲମ୍ବିଛି। ଏଥିସହିତ କଟକ ଜିଲା ଗୁଆଳନାସୀଠାରୁ ଜିଲାରେ ପ୍ରବାହିତ ଚିତ୍ରୋପତ୍ଳା ନଦୀ ମହାନଦୀଠାରୁ ଜଳ ଗ୍ରହଣ କରୁଛି। ଚିତ୍ରୋପତ୍ଳା ନଦୀରୁ ଲୁଣାନଦୀ ବରପଦାଠାରେ ସୃଷ୍ଟି ହୋଇଛି। ସେହିପରି ଜଗତପୁରର ତେଣ୍ଡାକୁଡାଠାରେ ପାଇକା ନଦୀ ଓ ଚୌଦ୍ୱାର ନିକଟରେ ବିରୂପା ନଦୀ ମହାନଦୀର ଜଳ ଗ୍ରହଣ କରି ପୂର୍ଣ୍ଣଗର୍ଭା ହୋଇଛି। ଜଗତପୁରର ବ୍ୟାରେଜ ନିକଟରେ କେନ୍ଦ୍ରାପଡ଼ା କେନାଲ ସୃଷ୍ଟି କରାଯାଇ ମହାନଦୀର ଜଳକୁ ଜିଲାରେ ପ୍ରବାହିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲକୁ ଛଡାଯାଇଥାଏ। ଫଳରେ ମହାନଦୀର ଜଳକୁ ଭିତ୍ତିକରି ଜିଲାର ୪୧,୬୮୧ ହେକ୍ଟର କ୍ଷେତରେ ଚାଷ ହେଉଛି। ଏଥିସହ ଲୁଣା ଅଞ୍ଚଳ ଭାବେ ପରିଚିତ ରାଜନଗର, ମହାକାଳପଡ଼ା ବ୍ଲକ ସମେତ କେନ୍ଦ୍ରାପଡ଼ା ସହରବାସୀ ଏହାର ମଧୁର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ୨ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ଆଖଡ଼ାଶାଳୀ ନିକଟରେ ଦେଶର ପ୍ରଥମ ନଦୀଭିତ୍ତିକ ବନ୍ଧ ନିର୍ମାଣ ଯୋଜନା ରହିଛି। ଉପରମୁଣ୍ଡରେ ମହାନଦୀର ଜଳ ପ୍ରବାହ କମିଲେ ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଏ ସମ୍ପର୍କରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାର ମୁହଁାମୁହିଁ ହୋଇଛନ୍ତି। ଟ୍ରିବ୍ୟୁନାଲରେ ଏ ନେଇ ଚାଲିଥିବା ବିବାଦ ତୁଟୁନାହିଁ। ଏହାର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ଦେଖିବାକୁ ମିଳିଛି। ସଂଘୀୟ ବ୍ୟବସ୍ଥାରେ ଦେଶ ଚାଲୁଥିବା ବେଳେ ରାଜ୍ୟଗୁଡିକ ମଧ୍ୟରେ ବିବାଦ ଆଦୌ ସମୀଚୀନ ନୁହେଁ। ବିବାଦର ଅନ୍ତ ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉଠାଇବା ଆବଶ୍ୟକ। ପାଟକୁରା ଆଞ୍ଚଳିକ ବିକାଶ କମିଟିର ସଭାପତି ସେକ୍‌ ଫଜରୁଲ ହକ କହିଛନ୍ତି, କଟକ ଜିଲାର ଗୁଆଳିନାସୀଠାରେ ମହାନଦୀରୁ ଚିତ୍ରୋପତ୍ଳା ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲାର ମହମ୍ମଦପୁରରୁ କୁଅଁାରପୁର ପର୍ଯ୍ୟନ୍ତ ୩୬ କିଲୋମିଟର ବ୍ୟାପିଛି। ଏହାର ଅବବାହିକାରେ ହେଉଥିବା ପନିପରିବାଠାରୁ ଆରମ୍ଭ କରି ଧାନ ଫସଲ ପର୍ଯ୍ୟନ୍ତ ଏହି ନଦୀଜଳକୁ ଚାଷୀମାନେ ବ୍ୟବହାର କରିଥାନ୍ତି। ସ୍ଥାନୀୟ ଅଧିବାସୀଙ୍କ ଦୈନନ୍ଦିନ ଜୀବନରେ ଚିତ୍ରୋପତ୍ଳା ନଦୀ ବହୁ କାର୍ଯ୍ୟରେ ଆସୁଛି। ମହାନଦୀର ଜଳଧାରା କମିଲେ ଚିତ୍ରୋପତ୍ଳା ମରିଯିବ। ଫଳରେ ଜନଜୀବନ ବିପର୍ଯ୍ୟସ୍ତ ହେବ। କୃଷକନେତା ଗୟାଧର ଧଳ କହିଛନ୍ତି, ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ ହେବା ଆବଶ୍ୟକ। ଟ୍ରିବ୍ୟୁନାଲ ରାୟ ଛତିଶଗଡ଼ ସପକ୍ଷରେ ଗଲେ କେନ୍ଦ୍ରାପଡ଼ା ଜିଲାର ଜନଜୀବନ ପ୍ରଭାବିତ ହେବ। କୃଷି, ପାନୀୟ ଜଳ ସହିତ ପରିବେଶ ନଷ୍ଟ ହେବ। ଜିଲାର ବିଭିନ୍ନ ନଦୀ ଓ କେନାଲକୁ ଏହି ନଦୀ ପାଣି ଯୋଗାଉଛି। ଏହାର ଜଳଧାରା ବନ୍ଦ ହେଲେ ବହୁ ଅଞ୍ଚଳ ଖୁବ୍‌ଶୀଘ୍ର ଲୁଣା ପାଲଟିବ। ଏହି ବିବାଦକୁ ରାଜନୀତୀକରଣ କରା ନ ଯାଇ ଓଡ଼ିଶାର ସ୍ବାର୍ଥ ପାଇଁ ରାଜନୈତିକ ଦଳ ସମେତ ସ୍ଥାନୀୟ ଶିକ୍ଷାବିତ୍‌, ବୁଦ୍ଧିଜୀବୀମାନେ ସ୍ବର ଉଠାନ୍ତୁ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri