ଜାନୁୟାରୀରୁ କମିଲାଣି ମହାନଦୀ ଜଳ

କେନ୍ଦ୍ରାପଡ଼ା ଅଫିସ,୯ା୧: ଜାନୁୟାରୀ ଆରମ୍ଭରୁ ମହାନଦୀ ଜଳ କମିବା ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲାରେ ଏହି ସିଷ୍ଟମ୍‌ରେ ଥିବା ନଦୀଗୁଡିକ ଶୁଖିଯାଉଛି। ଲୁଣା, ଚିତ୍ରୋପତ୍ଳା, ବିରୂପା, ମହାନଦୀ ଆଦିରେ ପ୍ରବାହିତ ଜଳ କମିବା ଫଳରେ ବହୁ ମୁଖ୍ୟ ଓ ଶାଖା କେନାଲ ଶୁଖିଲା ପଡିଛି। ରବି ଓ ଶୀତଦିନିଆ ଫସଲ ଉପରେ ପ୍ରଭାବ ପଡିଛି। କୃଷି ସହିତ ପାନୀୟ ଜଳ ଉପରେ ଆଗାମୀ ଦିନରେ ପ୍ରଭାବ ପଡିବ ବୋଲି ଆଶଙ୍କା ହେଲାଣି। ଏପରି ସ୍ଥିତିରେ ଆଖଡ଼ାଶାଳୀରେ ନଦୀଭିତ୍ତିକ ବନ୍ଦରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ପୂର୍ବତନ ଜିଲା ପରିଷଦ ଜୋନ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ମହାନଦୀର ଜଳ ଧାରା କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ବ୍ଲକ ମହାକାଳପଡ଼ାର ମହାନଙ୍ଗଳଠାରୁ ମାତ୍ର ୧୦ କିଲୋମିଟର ପ୍ରବାହିତ ହୋଇ ଗଡରୋମିତ ପର୍ଯ୍ୟନ୍ତ ଲମ୍ବିଛି। ଏଥିସହିତ କଟକ ଜିଲା ଗୁଆଳନାସୀଠାରୁ ଜିଲାରେ ପ୍ରବାହିତ ଚିତ୍ରୋପତ୍ଳା ନଦୀ ମହାନଦୀଠାରୁ ଜଳ ଗ୍ରହଣ କରୁଛି। ଚିତ୍ରୋପତ୍ଳା ନଦୀରୁ ଲୁଣାନଦୀ ବରପଦାଠାରେ ସୃଷ୍ଟି ହୋଇଛି। ସେହିପରି ଜଗତପୁରର ତେଣ୍ଡାକୁଡାଠାରେ ପାଇକା ନଦୀ ଓ ଚୌଦ୍ୱାର ନିକଟରେ ବିରୂପା ନଦୀ ମହାନଦୀର ଜଳ ଗ୍ରହଣ କରି ପୂର୍ଣ୍ଣଗର୍ଭା ହୋଇଛି। ଜଗତପୁରର ବ୍ୟାରେଜ ନିକଟରେ କେନ୍ଦ୍ରାପଡ଼ା କେନାଲ ସୃଷ୍ଟି କରାଯାଇ ମହାନଦୀର ଜଳକୁ ଜିଲାରେ ପ୍ରବାହିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲକୁ ଛଡାଯାଇଥାଏ। ଫଳରେ ମହାନଦୀର ଜଳକୁ ଭିତ୍ତିକରି ଜିଲାର ୪୧,୬୮୧ ହେକ୍ଟର କ୍ଷେତରେ ଚାଷ ହେଉଛି। ଏଥିସହ ଲୁଣା ଅଞ୍ଚଳ ଭାବେ ପରିଚିତ ରାଜନଗର, ମହାକାଳପଡ଼ା ବ୍ଲକ ସମେତ କେନ୍ଦ୍ରାପଡ଼ା ସହରବାସୀ ଏହାର ମଧୁର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ୨ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ଆଖଡ଼ାଶାଳୀ ନିକଟରେ ଦେଶର ପ୍ରଥମ ନଦୀଭିତ୍ତିକ ବନ୍ଧ ନିର୍ମାଣ ଯୋଜନା ରହିଛି। ଉପରମୁଣ୍ଡରେ ମହାନଦୀର ଜଳ ପ୍ରବାହ କମିଲେ ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଏ ସମ୍ପର୍କରେ ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାର ମୁହଁାମୁହିଁ ହୋଇଛନ୍ତି। ଟ୍ରିବ୍ୟୁନାଲରେ ଏ ନେଇ ଚାଲିଥିବା ବିବାଦ ତୁଟୁନାହିଁ। ଏହାର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ଦେଖିବାକୁ ମିଳିଛି। ସଂଘୀୟ ବ୍ୟବସ୍ଥାରେ ଦେଶ ଚାଲୁଥିବା ବେଳେ ରାଜ୍ୟଗୁଡିକ ମଧ୍ୟରେ ବିବାଦ ଆଦୌ ସମୀଚୀନ ନୁହେଁ। ବିବାଦର ଅନ୍ତ ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉଠାଇବା ଆବଶ୍ୟକ। ପାଟକୁରା ଆଞ୍ଚଳିକ ବିକାଶ କମିଟିର ସଭାପତି ସେକ୍‌ ଫଜରୁଲ ହକ କହିଛନ୍ତି, କଟକ ଜିଲାର ଗୁଆଳିନାସୀଠାରେ ମହାନଦୀରୁ ଚିତ୍ରୋପତ୍ଳା ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲାର ମହମ୍ମଦପୁରରୁ କୁଅଁାରପୁର ପର୍ଯ୍ୟନ୍ତ ୩୬ କିଲୋମିଟର ବ୍ୟାପିଛି। ଏହାର ଅବବାହିକାରେ ହେଉଥିବା ପନିପରିବାଠାରୁ ଆରମ୍ଭ କରି ଧାନ ଫସଲ ପର୍ଯ୍ୟନ୍ତ ଏହି ନଦୀଜଳକୁ ଚାଷୀମାନେ ବ୍ୟବହାର କରିଥାନ୍ତି। ସ୍ଥାନୀୟ ଅଧିବାସୀଙ୍କ ଦୈନନ୍ଦିନ ଜୀବନରେ ଚିତ୍ରୋପତ୍ଳା ନଦୀ ବହୁ କାର୍ଯ୍ୟରେ ଆସୁଛି। ମହାନଦୀର ଜଳଧାରା କମିଲେ ଚିତ୍ରୋପତ୍ଳା ମରିଯିବ। ଫଳରେ ଜନଜୀବନ ବିପର୍ଯ୍ୟସ୍ତ ହେବ। କୃଷକନେତା ଗୟାଧର ଧଳ କହିଛନ୍ତି, ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ ହେବା ଆବଶ୍ୟକ। ଟ୍ରିବ୍ୟୁନାଲ ରାୟ ଛତିଶଗଡ଼ ସପକ୍ଷରେ ଗଲେ କେନ୍ଦ୍ରାପଡ଼ା ଜିଲାର ଜନଜୀବନ ପ୍ରଭାବିତ ହେବ। କୃଷି, ପାନୀୟ ଜଳ ସହିତ ପରିବେଶ ନଷ୍ଟ ହେବ। ଜିଲାର ବିଭିନ୍ନ ନଦୀ ଓ କେନାଲକୁ ଏହି ନଦୀ ପାଣି ଯୋଗାଉଛି। ଏହାର ଜଳଧାରା ବନ୍ଦ ହେଲେ ବହୁ ଅଞ୍ଚଳ ଖୁବ୍‌ଶୀଘ୍ର ଲୁଣା ପାଲଟିବ। ଏହି ବିବାଦକୁ ରାଜନୀତୀକରଣ କରା ନ ଯାଇ ଓଡ଼ିଶାର ସ୍ବାର୍ଥ ପାଇଁ ରାଜନୈତିକ ଦଳ ସମେତ ସ୍ଥାନୀୟ ଶିକ୍ଷାବିତ୍‌, ବୁଦ୍ଧିଜୀବୀମାନେ ସ୍ବର ଉଠାନ୍ତୁ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri