ମହାକାଳପଡ଼ା: ଅପପୁଷ୍ଟିରେ ଶିକାର ୧୪୫ ଶିଶୁ ଚିହ୍ନଟ

ମହାକାଳପଡ଼ା,୪ା୧(ଡି.ଏନ୍‌.ଏ.): ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ତେବେ ପ୍ରତ୍ୟେକ କେନ୍ଦ୍ର ଅଧୀନରେ ଆସୁଥିବା ଶିଶୁ, ଗର୍ଭବତୀ ମହିଳା, ପ୍ରସୂତିମାନଙ୍କର ପୂର୍ଣ୍ଣାଙ୍ଗ ଶରୀରର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି। ଯେପରି କୌଣସି ଶିଶୁ ଭିଟାମିନ୍‌ ଅଭାବରୁ ଶାରୀରିକ ବିକାରର ଶିକାର ନ ହେବେ, ସେଥିପାଇଁ ସରକାର ପୁଷ୍ଟିକର ଖାଦ୍ୟ (ଶୁଖିଲା ଓ ରନ୍ଧାଖାଦ୍ୟ) ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଯୋଗାଇ ଦେଉଛନ୍ତି। ହେଲେ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯୋଗା ଯାଉଥିବା ଛତୁଆ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ଫଳରେ ଶିଶୁମାନେ କୁପୋଷଣ (ଅପପୁଷ୍ଟି)ର ଶିକାର ହୋଇଥିବା ସରକାରୀ ତଥ୍ୟ ସାମ୍ନାକୁ ଆସିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ବ୍ଲକରେ ମୋଟ ୩୧ ପଞ୍ଚାୟତ ମଧ୍ୟରୁ ଭିଟାମିନ ଅଭାବରୁ ୨୩ଟି ପଞ୍ଚାୟତରେ ୧୪୫ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି।
ବ୍ଲକର ମୋଟ ୩୧୧ ଅଙ୍ଗନୱାଡ଼ି କେନ୍ଦ୍ରରେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ୭୬୨୮ ଶିଶୁ, ୩ ବର୍ଷରୁ ୬ବର୍ଷ ପର୍ଯ୍ୟନ୍ତ ୭୬୧୭, ପ୍ରସୂତି ମହିଳା ସଂଖ୍ୟା ୧୨୯୪ ଓ ଗର୍ଭବତୀ ମହିଳା ସଂଖ୍ୟା ୧୫୯୪ ଚିହ୍ନଟ କରାଯାଇଛି ବୋଲି ଶିଶୁ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବ୍ଲକର ୨୩ଟି ପଞ୍ଚାୟତରେ ଅପପୁଷ୍ଟିର ଶିକାର ହୋଇଥିବା ୧୪୫ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଛତୁଆ। ଛତୁଆରେ ଅମୂଲ, ତେଲ, ବୁଟ, ବାଦାମ, ଚିନି, ଗହମ ଆଦିକୁ ନେଇ ମିଶ୍ରଣ ପ୍ରସ୍ତୁତ କରାଯାଇଛି। ପ୍ରତି ଶିଶୁଙ୍କୁ ମାସିକ ୩ କିଲୋ ଛତୁଆ ଯୋଗାଯିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର ଛତୁଆ ବ୍ଲକ ଶିଶୁ ବିଭାଗ କାର୍ଯ୍ୟାଳୟରେ ପହଞ୍ଚତ୍ଛି। ଉକ୍ତ ଶିଶୁ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାର ବାବା ଅଭିରାମ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ କରାଯାଇ ସମସ୍ତ ବ୍ଲକକୁ ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଛି। ତେବେ ବ୍ଲକର ୨୩ ପଞ୍ଚାୟତରେ ଅପପୁଷ୍ଟିରେ ଚିହ୍ନଟ ହୋଇଥିବା ଶିଶୁମାନଙ୍କ ମଧ୍ୟରେ ବତିଘର ପଞ୍ଚାୟତରେ ୪ ଶିଶୁ, ଖରିନାସୀରେ ୭, ରାମନଗରରେ ୧୩, ବଉଳକଣି ୭, ପେଟଛେଲା ୩, ବରକନ୍ଧା ୮, ମଙ୍ଗଳପୁର ୫, ଜମ୍ବୁ ୧୨, ବାରଡାଙ୍ଗ ୧୨, ମହାକାଳପଡା ୫, ରାଜଗଡ଼ ୩, ବିଜୟନଗର ୮, ବଳିପାଳ ୧, ବଡିଢ଼ି ୮, କେବୀ ଦାଣ୍ଡୁଆ ୫, ସୁନିତି ୪, ଗୋଗୁଆ ୪, ଜୟଚନ୍ଦ୍ରପୁର ୭, ବଦକୁଳ ୯, ପାଟୁଳୀପଙ୍କ ୬, ଟିକରପଙ୍କା ୧୫, ତିଖିରି ୪, ଅମେଇପାଳର ୨ଶିଶୁ କୁପୋଷଣର ଶିକାର ହୋଇଥିବା ଚିହ୍ନଟ ହୋଇଛି ବୋଲି ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡିପିଓ) କବିତା ମଲ୍ଲିକ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଶିଶୁମାନଙ୍କ ବିକାଶ ପାଇଁ ସରକାର ତହବିଲରୁ ଅର୍ଥ ଖର୍ଚ୍ଚ କରି ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିଲେ ମଧ୍ୟ କାହିଁକି ଅପପୁଷ୍ଟିର ଶିକାର ହେଉଛନ୍ତି। କେଉଁଠି ତ୍ରୁଟି ରହିଲା ବୋଲି ବିଭାଗ ପାଖରେ ଖବର ନାହିଁ, ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହେଉଥିବା ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ସିଡିପିଓ ମଲ୍ଲିକଙ୍କୁ ପଚାରିବାରେ ପ୍ରତ୍ୟେକ କେନ୍ଦ୍ରରେ ଟିମ୍‌ ଗଠନ ସହ କ୍ଷେତ୍ର ପରିଦର୍ଶନ କରାଯିବ। ଚିହ୍ନଟ ହୋଇଥିବା ଭିଟାମିନ୍‌ ଅଭାବ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ (ଛତୁଆ) ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?