ମହାକାଳପଡ଼ା: ଅପପୁଷ୍ଟିରେ ଶିକାର ୧୪୫ ଶିଶୁ ଚିହ୍ନଟ

ମହାକାଳପଡ଼ା,୪ା୧(ଡି.ଏନ୍‌.ଏ.): ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ତେବେ ପ୍ରତ୍ୟେକ କେନ୍ଦ୍ର ଅଧୀନରେ ଆସୁଥିବା ଶିଶୁ, ଗର୍ଭବତୀ ମହିଳା, ପ୍ରସୂତିମାନଙ୍କର ପୂର୍ଣ୍ଣାଙ୍ଗ ଶରୀରର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି। ଯେପରି କୌଣସି ଶିଶୁ ଭିଟାମିନ୍‌ ଅଭାବରୁ ଶାରୀରିକ ବିକାରର ଶିକାର ନ ହେବେ, ସେଥିପାଇଁ ସରକାର ପୁଷ୍ଟିକର ଖାଦ୍ୟ (ଶୁଖିଲା ଓ ରନ୍ଧାଖାଦ୍ୟ) ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଯୋଗାଇ ଦେଉଛନ୍ତି। ହେଲେ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯୋଗା ଯାଉଥିବା ଛତୁଆ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ଫଳରେ ଶିଶୁମାନେ କୁପୋଷଣ (ଅପପୁଷ୍ଟି)ର ଶିକାର ହୋଇଥିବା ସରକାରୀ ତଥ୍ୟ ସାମ୍ନାକୁ ଆସିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ବ୍ଲକରେ ମୋଟ ୩୧ ପଞ୍ଚାୟତ ମଧ୍ୟରୁ ଭିଟାମିନ ଅଭାବରୁ ୨୩ଟି ପଞ୍ଚାୟତରେ ୧୪୫ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି।
ବ୍ଲକର ମୋଟ ୩୧୧ ଅଙ୍ଗନୱାଡ଼ି କେନ୍ଦ୍ରରେ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ୭୬୨୮ ଶିଶୁ, ୩ ବର୍ଷରୁ ୬ବର୍ଷ ପର୍ଯ୍ୟନ୍ତ ୭୬୧୭, ପ୍ରସୂତି ମହିଳା ସଂଖ୍ୟା ୧୨୯୪ ଓ ଗର୍ଭବତୀ ମହିଳା ସଂଖ୍ୟା ୧୫୯୪ ଚିହ୍ନଟ କରାଯାଇଛି ବୋଲି ଶିଶୁ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବ୍ଲକର ୨୩ଟି ପଞ୍ଚାୟତରେ ଅପପୁଷ୍ଟିର ଶିକାର ହୋଇଥିବା ୧୪୫ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଛତୁଆ। ଛତୁଆରେ ଅମୂଲ, ତେଲ, ବୁଟ, ବାଦାମ, ଚିନି, ଗହମ ଆଦିକୁ ନେଇ ମିଶ୍ରଣ ପ୍ରସ୍ତୁତ କରାଯାଇଛି। ପ୍ରତି ଶିଶୁଙ୍କୁ ମାସିକ ୩ କିଲୋ ଛତୁଆ ଯୋଗାଯିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର ଛତୁଆ ବ୍ଲକ ଶିଶୁ ବିଭାଗ କାର୍ଯ୍ୟାଳୟରେ ପହଞ୍ଚତ୍ଛି। ଉକ୍ତ ଶିଶୁ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାର ବାବା ଅଭିରାମ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ କରାଯାଇ ସମସ୍ତ ବ୍ଲକକୁ ଯୋଗାଇ ଦିଆଯାଇଛି ବୋଲି ସୂଚନା ମିଳିଛି। ତେବେ ବ୍ଲକର ୨୩ ପଞ୍ଚାୟତରେ ଅପପୁଷ୍ଟିରେ ଚିହ୍ନଟ ହୋଇଥିବା ଶିଶୁମାନଙ୍କ ମଧ୍ୟରେ ବତିଘର ପଞ୍ଚାୟତରେ ୪ ଶିଶୁ, ଖରିନାସୀରେ ୭, ରାମନଗରରେ ୧୩, ବଉଳକଣି ୭, ପେଟଛେଲା ୩, ବରକନ୍ଧା ୮, ମଙ୍ଗଳପୁର ୫, ଜମ୍ବୁ ୧୨, ବାରଡାଙ୍ଗ ୧୨, ମହାକାଳପଡା ୫, ରାଜଗଡ଼ ୩, ବିଜୟନଗର ୮, ବଳିପାଳ ୧, ବଡିଢ଼ି ୮, କେବୀ ଦାଣ୍ଡୁଆ ୫, ସୁନିତି ୪, ଗୋଗୁଆ ୪, ଜୟଚନ୍ଦ୍ରପୁର ୭, ବଦକୁଳ ୯, ପାଟୁଳୀପଙ୍କ ୬, ଟିକରପଙ୍କା ୧୫, ତିଖିରି ୪, ଅମେଇପାଳର ୨ଶିଶୁ କୁପୋଷଣର ଶିକାର ହୋଇଥିବା ଚିହ୍ନଟ ହୋଇଛି ବୋଲି ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡିପିଓ) କବିତା ମଲ୍ଲିକ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଶିଶୁମାନଙ୍କ ବିକାଶ ପାଇଁ ସରକାର ତହବିଲରୁ ଅର୍ଥ ଖର୍ଚ୍ଚ କରି ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିଲେ ମଧ୍ୟ କାହିଁକି ଅପପୁଷ୍ଟିର ଶିକାର ହେଉଛନ୍ତି। କେଉଁଠି ତ୍ରୁଟି ରହିଲା ବୋଲି ବିଭାଗ ପାଖରେ ଖବର ନାହିଁ, ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ ନିମ୍ନମାନର ବୋଲି ସାଧାରଣରେ ଅଭିଯୋଗ ହେଉଥିବା ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ସିଡିପିଓ ମଲ୍ଲିକଙ୍କୁ ପଚାରିବାରେ ପ୍ରତ୍ୟେକ କେନ୍ଦ୍ରରେ ଟିମ୍‌ ଗଠନ ସହ କ୍ଷେତ୍ର ପରିଦର୍ଶନ କରାଯିବ। ଚିହ୍ନଟ ହୋଇଥିବା ଭିଟାମିନ୍‌ ଅଭାବ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ (ଛତୁଆ) ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri