ମହାଭାରତ-ଚମ୍ପାରଣ-ନୂଆଦିଲ୍ଲୀ ସୀମା

ତୁଷାରକାନ୍ତ

ଖ୍ରୀଷ୍ଟପୂର୍ବ ୩୦୬୭ ନଭେମ୍ବର ବାଇଶ ତାରିଖରେ ଧର୍ମସ୍ଥଳ ବୋଲି ବିଦିତ କୁରୁକ୍ଷେତ୍ରରେ ପାଣ୍ଡବ ଓ କୌରବ ପକ୍ଷ ‘ସାତଟି ପଡ଼ା ବନାମ ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ’ ଜିଦିରେ ଯୁଦ୍ଧ ଆରମ୍ଭ କରିଥିଲେ। ଅବଶ୍ୟ, କେହି କେହି ଯୁକ୍ତି କରିପାରନ୍ତି ଯେ, ‘ଯାହାଙ୍କ ବିନା ଇଙ୍ଗିତରେ ଦୂବଘାସ ବି କଅଁଳେ ନାହିଁ, ସେ ଚାହିଁଥିଲେ ତ ଯୁଦ୍ଧକୁ ଏଡ଼େଇ ଦେଇପାରିଥା’ନ୍ତେ। ଅତଏବ, ‘ସିନେମାର ବିଷୟବସ୍ତୁ ପରି ଏହା ଏକ କାଳ୍ପନିକ ଗପ’। ତେବେ, ଆମେ ସିଆଡ଼େ ନ ଯାଇ, ଏବେ ତାହାର ପୁନରାବୃତ୍ତି ସେଇ କୁରୁକ୍ଷେତ୍ର ଅଞ୍ଚଳରେ ଦେଖିବାକୁ ପାଉଛେ, ‘ତିନୋଟି ଆଇନ ଫେରାଇ ନିଅ ଓ ନାହିଁ ନାହିଁ ନାହିଁ’ ରଡ଼ିରେ କୁରୁକ୍ଷେତ୍ର ପ୍ରକମ୍ପିତ ଜରିଆରେ। କେବଳ ଜମି ଓ ପେଟ ପାଇଁ ଏତେ ନାଟ।
ଖ୍ରୀଷ୍ଟପର ତା ୧୮.୦୭.୦୦୬୪ରୁ ଛଅଦିନ ବ୍ୟାପୀ ରୋମନଗରୀ ଜଳିଯାଇ, ସହରର ସତୁରିଭାଗ ସମ୍ପତ୍ତିକୁ ପୋଡ଼ି ଦେଇଥିଲା। ପଚାଶଭାଗ ଲୋକ ଗୃହଶୂନ୍ୟ ହୋଇଥିଲେ। ‘ନିଜର ନୂତନ ରାଜପ୍ରାସାଦ ଓ ବଗିଚା’ ଇତ୍ୟାଦି ପାଇଁ ଜମି ଯୋଗାଡ଼ କରିବାକୁ ସମ୍ରାଟ ନୀରୋ ଏପରି କରାଇ ଓ ଏଥିରେ ଆନନ୍ଦିତ ହୋଇ ସେତେବେଳେ ଆନନ୍ଦରେ ବଂଶୀ ଭଳି ଏକ ବାଦ୍ୟ ବଜାଉଥିଲେ ବୋଲି କୁହାଯାଏ। ମାତ୍ର ୩୦ ବର୍ଷ ବୟସରେ ସେ ଆମତ୍ହତ୍ୟା କରିଥିଲେ। ମାତ୍ର ଜମି ପାଇଁ ତାଙ୍କର ସେପରି ବଳିଦାନ ପ୍ରାୟ ୨୦୦୦ ବର୍ଷ ପରେ ସଫଳ ହେଉଛି। ବର୍ତ୍ତମାନ ସମଗ୍ର ପୃଥିବୀରେ ଅନେକ ଭୂମି, କତିପୟଙ୍କ ହାତରେ ଓ ଆଉ ଯାହା ଅନ୍ୟମାନଙ୍କ ପାଖରେ ଅଛି, ଅଚିରେ, ତାହା ବି ସେମାନଙ୍କ ପାଖକୁ ଯିବ। ଆମର ବି ନୂଆ ସଂସଦ ଓ ପ୍ରାସାଦମାନ ଗଢ଼ାଚାଲିଛି, ସବୁ ସେଇ ‘ଭୂମିର ନାଟ’।
ଏବେ ଆମେ ଅଷ୍ଟାଦଶ ଶତାବ୍ଦୀକୁ ଆସିବା। ଫ୍ରାନ୍ସର ଲୋକେ ଖାଇବାକୁ ନ ପାଇ ରାଜପ୍ରାସାଦ ଆଗରେ ‘ରୁଟି ଦିଅ, ରୁଟି ଦିଅ’ ବୋଲି ଚିତ୍କାର କରନ୍ତେ, ରାଣୀ ମ୍ୟାରୀ ଆଣ୍ଟୋନିଓଟେ କହିଥିଲେ ‘ରୁଟି ନ ଥିଲେ ପିଠା ଖାଅ’ ଓ ତାଙ୍କ ସ୍ବାମୀ ରାଜା ଷୋଡ଼ଶ ଲୁଇ ଚୁପ ରହିଥିଲେ। ରାଜା ଷୋଡ଼ଶ ଲୁଇଙ୍କୁ ତା ୨୧.୦୧.୧୭୯୩ରେ ଓ ରାଣୀଙ୍କୁ ତା୧୬.୧୦.୧୭୯୭ରେ ଗିଲୋଟିନ ଯନ୍ତ୍ର ସାହାଯ୍ୟରେ ଫାଶୀ ଦିଆଯାଇଥିଲା। ଏବେ କିନ୍ତୁ ରୁଟି ପାଇଁ ଟଙ୍କିକିଆ ଚାଉଳ, ପାଞ୍ଚଟଙ୍କିଆ ଆହାର ଯାହାକୁ ଯେତେ। ଚାଷୀ ଋଣଭାର ସହି ନ ପାରି ନିଜେ ନିଜକୁ ଫାଶୀ ଲଗେଇଦେଲେ, ଯେଉଁମାନଙ୍କ ଯୋଗୁ ଏପରି ଅବସ୍ଥା, ସେଇ ଶାସକଗଣ କହୁଛନ୍ତି ‘ଅଧିକ ଖାଇ ଅଜୀର୍ଣ୍ଣ ହେବାରୁ, କଷ୍ଟ ସହି ନ ପାରି, ପରିବାରବର୍ଗଙ୍କ ପାଇଁ ଯଥେଷ୍ଟ ଅନୁଦାନ ଲୋଭରେ ବା ପାରିବାରିକ ଗଣ୍ଡଗୋଳରୁ ସେମାନେ ଆମତ୍ହତ୍ୟା କରିଛନ୍ତି। ସବୁ ସେଇ ‘ଜମି ଓ ପେଟର ନାଟ’।
ଆଉ ଏହା ବିରୋଧରେ ମଧ୍ୟ ଯୁଗେ ଯୁଗେ ପ୍ରତିବାଦ ହୋଇ ଆସୁଛି। କେହି ସଶସ୍ତ୍ର ସଂଗ୍ରାମ କଲାବେଳକୁ ଆଉ କେହି ଅନ୍ୟ ଉପାୟରେ ତଥା ନିଜ ଲେଖା ଜରିଆରେ ଏ ବାବଦରେ ବୁଝେଇବାକୁ ଚେଷ୍ଟା କରି ଆସୁଛନ୍ତି। ମହାନ୍‌ ସମାଜ ସଂସ୍କାରକ ଭକ୍ତ ଚରଣ ଦାସ, ତାଙ୍କ ‘ମନବୋଧ ଚଉତିଶା’ ଲେଖାରେ ଆହ୍ବାନ ଦେଇ ଲେଖିଛନ୍ତି ‘କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ-କି ଘେନି ଯିବୁ ତୋର ଛୁଟିଲେ ଘଟରେ’। ପୃଥିବୀର ଅନ୍ୟତମ ମହାନ୍‌ ଲେଖକ ଲିଓ ଟଲଷ୍ଟୟ ଲେଖିଛନ୍ତି ‘ଜଣେ ବ୍ୟକ୍ତିଙ୍କୁ କେତେ ଭୂମି ଦରକାର’ ନାମକ ଗଳ୍ପ କିନ୍ତୁ କିଛି ଫଳ ହୋଇନାହିଁ।
ବିଂଶ ଓ ଏକବିଂଶ ଶତାବ୍ଦୀରେ ସେଇ ଭୂମି ଉପରେ ଅଧିକାରକୁ ନେଇ ସବଳମାନଙ୍କ ଦ୍ୱାରା ନୂଆ ଫନ୍ଦିଫିକରର ସୂତ୍ର ପ୍ରୟୋଗ କରାଯିବା ବେଳକୁ ଦୁର୍ବଳମାନେ ବି ନୂଆ ନୂଆ ବାଟରେ ତା’ର ପ୍ରତିରୋଧ କରୁଛନ୍ତି, ଯାହାର ସଦ୍ୟତମ ପରୀକ୍ଷାନିରୀକ୍ଷା ଚାଲିଛି ଦିଲ୍ଲୀ ଦରବାର ଓ ଦିଲ୍ଲୀ ସୀମାନ୍ତବର୍ତ୍ତୀ ଇଲାକାରେ। ଆମ ଦେଶ ପରାଧୀନ ଥିବା ସମୟରେ, ଦେଶର ପ୍ରଥମ ଅସହଯୋଗ ଆନ୍ଦୋଳନ ଅବିଭକ୍ତ ବିହାର ପ୍ରଦେଶ ଅନ୍ତର୍ଗତ ଚମ୍ପାରଣ ଅଞ୍ଚଳର ନୀଳଚାଷୀମାନଙ୍କ ଦ୍ୱାରା ସଂଗଠିତ ହୋଇଥିଲା ୧୯୧୭ରେ। ଭାଗଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ମହାମତ୍ା ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା। ସେଠାର ଜମି ବଡ଼ ବଡ଼ ଜମିଦାରଙ୍କ ଅଧୀନରେ ଥିଲା। ଜମିଦାରମାନେ ଗ୍ରାମଗୁଡ଼ିକୁ ଠିକାଦାରମାନଙ୍କୁ ଲିଜ ସୂତ୍ରରେ ଦେଉଥିଲେ। ସେମାନଙ୍କ ଭିତରୁ ପ୍ରମୁଖ ଥିଲେ ୟୁରୋପର ନୀଳ ଚାଷ କରୁଥିବା ଠିକାଦାରମାନେ। ଏମାନେ ଚାଷୀଙ୍କଠାରୁ ଖଜଣା ନେବା ସହିତ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ।ଚାଷୀମାନେ, ଗୋଟିଏ ବିଘା (ଏକ ଏକର=୧.୬ ବିଘା) ଜମିରୁ ପାଞ୍ଚକାଠାରେ (ଏକ କାଠା ହେଉଛି ୪ ଡିସିମିଲ ଜମି) ୟୁରୋପର ଲୁଗାକଳରେ ବ୍ୟବହୃତ ହେଉଥିବା ନୀଳରଙ୍ଗ ପାଇଁ ନୀଳଫସଲ ଚାଷ କରିବାକୁ ବାଧ୍ୟ ହେଉଥିଲେ। ଶେଖ ଗୁଲାବ, ହରିବଂଶ ସହାୟ, ପୀର ମହମ୍ମଦ ମୁନସୀ, ସନ୍ତ ରାୱତ ଓ ଲୋମରାହ ସିଂହ ଆଦିଙ୍କ ନେତୃତ୍ୱରେ ଆନ୍ଦୋଳନ ଯୋଗୁ ପାଞ୍ଚକାଠା ବଦଳରେ ତିନିକାଠା ଜମିରେ ନୀଳଚାଷ ପାଇଁ ବାଟ ଫିଟିଥିଲା।
ଏଭଳି ବ୍ୟବସ୍ଥା ଦ୍ୱାରା ଖାଦ୍ୟଶସ୍ୟ ଉପତ୍ାଦନ ପାଇଁ ଯଥେଷ୍ଟ ଜମି ରହୁ ନ ଥିବାରୁ, ରାଜକୁମାର ଶୁକ୍ଳା ନାମକ ଜଣେ ବିପ୍ଳବୀ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଗଣେଶ ବିଦ୍ୟାର୍ଥୀ ନାମକ ବ୍ୟକ୍ତି, ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ଆନ୍ଦୋଳନ ବାବଦରେ ରାଜକୁମାର ଶୁକ୍ଳାଙ୍କୁ ଅବଗତ କରାଇଥିଲେ। ପାଟନାର ଆଇନଜୀବୀ ଡ. ରାଜେନ୍ଦ୍ର ପ୍ରସାଦ ଓ ବ୍ରଜ କିଶୋର ପ୍ରସାଦ, ଶୁକ୍ଳାଙ୍କୁ ଗାନ୍ଧୀଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ।
ରାଜକୁମାର ଶୁକ୍ଳା ଓ ସନ୍ତ ରାଓ୍ବତ, ତା୨୬.୧୨.୧୯୧୬ରୁ ୩୦.୧୨.୧୯୧୬ ଭିତରେ ଲକ୍ଷ୍ନୌରେ ଚାଲୁଥିବା କଂଗ୍ରେସ ଅଧିବେଶନକୁ ଯାଇ, ଗାନ୍ଧୀଙ୍କୁ ଭେଟି ଚମ୍ପାରଣ ଆସିବାକୁ ଅନୁରୋଧ କରିଥିଲେ। ଗାନ୍ଧୀ ତା୧୦.୦୪.୧୯୧୭ରେ ଚମ୍ପାରଣ ଆସି, ସନ୍ତ ରାଓ୍ବତଙ୍କ ଆମୋଲ୍ୟା ଗ୍ରାମସ୍ଥିତ ଘରେ ରହିଥିଲେ। ସେ ତାଙ୍କ ସହିତ ତତ୍କାଳୀନ ସ୍ବନାମଧନ୍ୟ ଓକିଲ ସର୍ବଶ୍ରୀ ବ୍ରଜକିଶୋର ପ୍ରସାଦ, ରାଜେନ୍ଦ୍ର ପ୍ରସାଦ, ଅନୁଗ୍ରହ ନାରାୟଣ ସିଂହ, ରାମନଭମୀ ପ୍ରସାଦଙ୍କୁ ସାଙ୍ଗରେ ଆଣିଥିଲେ। ଆଚାର୍ଯ୍ୟ ଜେ.ବି. କ୍ରିପାଳିନୀ ବି ସାଥୀରେ ଥିଲେ।
ଚମ୍ପାରଣ ଜିଲାପାଳ ଗାନ୍ଧୀଙ୍କୁ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ; ଯାହାକୁ ଗାନ୍ଧୀ ମାନି ନ ଥିଲେ। ସେ ବିଚାରାଳୟକୁ ଆସି ‘ମୁଁ ଏଠାରୁ ଯିବିନାହିଁ, ମୁଁ ଏଠାକୁ ମାନବିକତା ଓ ଜାତୀୟ ସେବା କରିବାକୁ ଆସିଛି, ମୁଁ ଏହି ସ୍ଥାନକୁ ମୋର ବାସସ୍ଥାନ ବୋଲି ମାନି, ଏଠାର ଶୋଷିତଙ୍କ ପାଇଁ କାମ କରିବି’ ବୟାନ ଦେଇଥିଲେ।
ସେ ସମବେତ ଜନତାଙ୍କୁ କହିଥିଲେ ‘ମୋତେ ଗିରଫ କରିବାର କ୍ଷମତା ସରକାରଙ୍କର ଅଛି। ମୁଁ ଜେଲ ଗଲେ ବି ଆପଣମାନେ ଶାନ୍ତ ରହିବେ। ଆମେ ଅହିଂସା ପଥରେ ଯାଇ ସଫଳ ହେବା’। ତା’ପରେ ଜମିଦାରଙ୍କ ବିରୋଧରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ଜମିଦାରମାନେ, ଚାଷୀମାନଙ୍କୁ କିଛି ସୁବିଧା ଦେଇଥିଲେ। ସନ୍ତ ରାଓ୍ବତ ଏହି ସମୟରେ ହିଁ ଗାନ୍ଧୀଙ୍କୁ ‘ବାପୁ-ବାପା’ ବୋଲି ସମ୍ବୋଧନ କରିଥିଲେ। ଜୁନ୍‌ ୧୯୧୭ରେ, ଭାରତ ସରକାରଙ୍କ ନିର୍ଦ୍ଦେଶରେ ବିହାର ସରକାର ଗୋଟିଏ କମିଟି ଗଠନ କରିଥିଲେ। ଏହି କମିଟିର ସୁପାରିସ ଅନୁସାରେ-୧୯୧୭ ପାରିତ ହୋଇ ନୀଳଚାଷୀଙ୍କୁ ଶୋଷଣରୁ ରକ୍ଷା କରାଯାଇଥିଲା। (ଅବଶ୍ୟ, ବ୍ରିଟିଶ ସରକାରଙ୍କ ତରଫରୁ କମିଟି ଗଠନ ଭଳି ଆମ କେନ୍ଦ୍ର ସରକାର ମଧ୍ୟ ଏକ କମିଟି ଗଠନ କରିଛନ୍ତି, ଯାହାର ସଦସ୍ୟଗଣ ଏହି ତିନୋଟି ଆଇନ ସପକ୍ଷରେ ଆଗରୁ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି ମତବ୍ୟକ୍ତ କରିସାରିଛନ୍ତି)।
ପରାଧୀନ ଭାରତର ୧୯୧୭ ଜୁନ ମାସରୁ ସ୍ବାଧୀନ ଭାରତରେ ୨୦୨୧ ଫେବୃୟାରୀ ୧୩ ତାରିଖ ଏକ ଦୀର୍ଘ ସମୟ, ଯେଉଁଦିନ ଗାନ୍ଧିଜୀଙ୍କ ଅବର୍ତ୍ତମାନରେ ତାଙ୍କ ଅଣନାତୁଣୀ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ, ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ୧୩ ଫେବୃୟାରୀ ୨୦୨୧ରେ ଭେଟି, ଏପ୍ରିଲ ୧୦ ୧୯୧୭ରେ ‘ଗାନ୍ଧିଜୀଙ୍କ ଚମ୍ପାରଣ ଉପସ୍ଥିତି’ର ଇତିହାସକୁ ଦୋହରାଇଛନ୍ତି।
ମୋ : ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri