ମହାଭାରତ-ଚମ୍ପାରଣ-ନୂଆଦିଲ୍ଲୀ ସୀମା

ତୁଷାରକାନ୍ତ

ଖ୍ରୀଷ୍ଟପୂର୍ବ ୩୦୬୭ ନଭେମ୍ବର ବାଇଶ ତାରିଖରେ ଧର୍ମସ୍ଥଳ ବୋଲି ବିଦିତ କୁରୁକ୍ଷେତ୍ରରେ ପାଣ୍ଡବ ଓ କୌରବ ପକ୍ଷ ‘ସାତଟି ପଡ଼ା ବନାମ ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ’ ଜିଦିରେ ଯୁଦ୍ଧ ଆରମ୍ଭ କରିଥିଲେ। ଅବଶ୍ୟ, କେହି କେହି ଯୁକ୍ତି କରିପାରନ୍ତି ଯେ, ‘ଯାହାଙ୍କ ବିନା ଇଙ୍ଗିତରେ ଦୂବଘାସ ବି କଅଁଳେ ନାହିଁ, ସେ ଚାହିଁଥିଲେ ତ ଯୁଦ୍ଧକୁ ଏଡ଼େଇ ଦେଇପାରିଥା’ନ୍ତେ। ଅତଏବ, ‘ସିନେମାର ବିଷୟବସ୍ତୁ ପରି ଏହା ଏକ କାଳ୍ପନିକ ଗପ’। ତେବେ, ଆମେ ସିଆଡ଼େ ନ ଯାଇ, ଏବେ ତାହାର ପୁନରାବୃତ୍ତି ସେଇ କୁରୁକ୍ଷେତ୍ର ଅଞ୍ଚଳରେ ଦେଖିବାକୁ ପାଉଛେ, ‘ତିନୋଟି ଆଇନ ଫେରାଇ ନିଅ ଓ ନାହିଁ ନାହିଁ ନାହିଁ’ ରଡ଼ିରେ କୁରୁକ୍ଷେତ୍ର ପ୍ରକମ୍ପିତ ଜରିଆରେ। କେବଳ ଜମି ଓ ପେଟ ପାଇଁ ଏତେ ନାଟ।
ଖ୍ରୀଷ୍ଟପର ତା ୧୮.୦୭.୦୦୬୪ରୁ ଛଅଦିନ ବ୍ୟାପୀ ରୋମନଗରୀ ଜଳିଯାଇ, ସହରର ସତୁରିଭାଗ ସମ୍ପତ୍ତିକୁ ପୋଡ଼ି ଦେଇଥିଲା। ପଚାଶଭାଗ ଲୋକ ଗୃହଶୂନ୍ୟ ହୋଇଥିଲେ। ‘ନିଜର ନୂତନ ରାଜପ୍ରାସାଦ ଓ ବଗିଚା’ ଇତ୍ୟାଦି ପାଇଁ ଜମି ଯୋଗାଡ଼ କରିବାକୁ ସମ୍ରାଟ ନୀରୋ ଏପରି କରାଇ ଓ ଏଥିରେ ଆନନ୍ଦିତ ହୋଇ ସେତେବେଳେ ଆନନ୍ଦରେ ବଂଶୀ ଭଳି ଏକ ବାଦ୍ୟ ବଜାଉଥିଲେ ବୋଲି କୁହାଯାଏ। ମାତ୍ର ୩୦ ବର୍ଷ ବୟସରେ ସେ ଆମତ୍ହତ୍ୟା କରିଥିଲେ। ମାତ୍ର ଜମି ପାଇଁ ତାଙ୍କର ସେପରି ବଳିଦାନ ପ୍ରାୟ ୨୦୦୦ ବର୍ଷ ପରେ ସଫଳ ହେଉଛି। ବର୍ତ୍ତମାନ ସମଗ୍ର ପୃଥିବୀରେ ଅନେକ ଭୂମି, କତିପୟଙ୍କ ହାତରେ ଓ ଆଉ ଯାହା ଅନ୍ୟମାନଙ୍କ ପାଖରେ ଅଛି, ଅଚିରେ, ତାହା ବି ସେମାନଙ୍କ ପାଖକୁ ଯିବ। ଆମର ବି ନୂଆ ସଂସଦ ଓ ପ୍ରାସାଦମାନ ଗଢ଼ାଚାଲିଛି, ସବୁ ସେଇ ‘ଭୂମିର ନାଟ’।
ଏବେ ଆମେ ଅଷ୍ଟାଦଶ ଶତାବ୍ଦୀକୁ ଆସିବା। ଫ୍ରାନ୍ସର ଲୋକେ ଖାଇବାକୁ ନ ପାଇ ରାଜପ୍ରାସାଦ ଆଗରେ ‘ରୁଟି ଦିଅ, ରୁଟି ଦିଅ’ ବୋଲି ଚିତ୍କାର କରନ୍ତେ, ରାଣୀ ମ୍ୟାରୀ ଆଣ୍ଟୋନିଓଟେ କହିଥିଲେ ‘ରୁଟି ନ ଥିଲେ ପିଠା ଖାଅ’ ଓ ତାଙ୍କ ସ୍ବାମୀ ରାଜା ଷୋଡ଼ଶ ଲୁଇ ଚୁପ ରହିଥିଲେ। ରାଜା ଷୋଡ଼ଶ ଲୁଇଙ୍କୁ ତା ୨୧.୦୧.୧୭୯୩ରେ ଓ ରାଣୀଙ୍କୁ ତା୧୬.୧୦.୧୭୯୭ରେ ଗିଲୋଟିନ ଯନ୍ତ୍ର ସାହାଯ୍ୟରେ ଫାଶୀ ଦିଆଯାଇଥିଲା। ଏବେ କିନ୍ତୁ ରୁଟି ପାଇଁ ଟଙ୍କିକିଆ ଚାଉଳ, ପାଞ୍ଚଟଙ୍କିଆ ଆହାର ଯାହାକୁ ଯେତେ। ଚାଷୀ ଋଣଭାର ସହି ନ ପାରି ନିଜେ ନିଜକୁ ଫାଶୀ ଲଗେଇଦେଲେ, ଯେଉଁମାନଙ୍କ ଯୋଗୁ ଏପରି ଅବସ୍ଥା, ସେଇ ଶାସକଗଣ କହୁଛନ୍ତି ‘ଅଧିକ ଖାଇ ଅଜୀର୍ଣ୍ଣ ହେବାରୁ, କଷ୍ଟ ସହି ନ ପାରି, ପରିବାରବର୍ଗଙ୍କ ପାଇଁ ଯଥେଷ୍ଟ ଅନୁଦାନ ଲୋଭରେ ବା ପାରିବାରିକ ଗଣ୍ଡଗୋଳରୁ ସେମାନେ ଆମତ୍ହତ୍ୟା କରିଛନ୍ତି। ସବୁ ସେଇ ‘ଜମି ଓ ପେଟର ନାଟ’।
ଆଉ ଏହା ବିରୋଧରେ ମଧ୍ୟ ଯୁଗେ ଯୁଗେ ପ୍ରତିବାଦ ହୋଇ ଆସୁଛି। କେହି ସଶସ୍ତ୍ର ସଂଗ୍ରାମ କଲାବେଳକୁ ଆଉ କେହି ଅନ୍ୟ ଉପାୟରେ ତଥା ନିଜ ଲେଖା ଜରିଆରେ ଏ ବାବଦରେ ବୁଝେଇବାକୁ ଚେଷ୍ଟା କରି ଆସୁଛନ୍ତି। ମହାନ୍‌ ସମାଜ ସଂସ୍କାରକ ଭକ୍ତ ଚରଣ ଦାସ, ତାଙ୍କ ‘ମନବୋଧ ଚଉତିଶା’ ଲେଖାରେ ଆହ୍ବାନ ଦେଇ ଲେଖିଛନ୍ତି ‘କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ-କି ଘେନି ଯିବୁ ତୋର ଛୁଟିଲେ ଘଟରେ’। ପୃଥିବୀର ଅନ୍ୟତମ ମହାନ୍‌ ଲେଖକ ଲିଓ ଟଲଷ୍ଟୟ ଲେଖିଛନ୍ତି ‘ଜଣେ ବ୍ୟକ୍ତିଙ୍କୁ କେତେ ଭୂମି ଦରକାର’ ନାମକ ଗଳ୍ପ କିନ୍ତୁ କିଛି ଫଳ ହୋଇନାହିଁ।
ବିଂଶ ଓ ଏକବିଂଶ ଶତାବ୍ଦୀରେ ସେଇ ଭୂମି ଉପରେ ଅଧିକାରକୁ ନେଇ ସବଳମାନଙ୍କ ଦ୍ୱାରା ନୂଆ ଫନ୍ଦିଫିକରର ସୂତ୍ର ପ୍ରୟୋଗ କରାଯିବା ବେଳକୁ ଦୁର୍ବଳମାନେ ବି ନୂଆ ନୂଆ ବାଟରେ ତା’ର ପ୍ରତିରୋଧ କରୁଛନ୍ତି, ଯାହାର ସଦ୍ୟତମ ପରୀକ୍ଷାନିରୀକ୍ଷା ଚାଲିଛି ଦିଲ୍ଲୀ ଦରବାର ଓ ଦିଲ୍ଲୀ ସୀମାନ୍ତବର୍ତ୍ତୀ ଇଲାକାରେ। ଆମ ଦେଶ ପରାଧୀନ ଥିବା ସମୟରେ, ଦେଶର ପ୍ରଥମ ଅସହଯୋଗ ଆନ୍ଦୋଳନ ଅବିଭକ୍ତ ବିହାର ପ୍ରଦେଶ ଅନ୍ତର୍ଗତ ଚମ୍ପାରଣ ଅଞ୍ଚଳର ନୀଳଚାଷୀମାନଙ୍କ ଦ୍ୱାରା ସଂଗଠିତ ହୋଇଥିଲା ୧୯୧୭ରେ। ଭାଗଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ମହାମତ୍ା ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା। ସେଠାର ଜମି ବଡ଼ ବଡ଼ ଜମିଦାରଙ୍କ ଅଧୀନରେ ଥିଲା। ଜମିଦାରମାନେ ଗ୍ରାମଗୁଡ଼ିକୁ ଠିକାଦାରମାନଙ୍କୁ ଲିଜ ସୂତ୍ରରେ ଦେଉଥିଲେ। ସେମାନଙ୍କ ଭିତରୁ ପ୍ରମୁଖ ଥିଲେ ୟୁରୋପର ନୀଳ ଚାଷ କରୁଥିବା ଠିକାଦାରମାନେ। ଏମାନେ ଚାଷୀଙ୍କଠାରୁ ଖଜଣା ନେବା ସହିତ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ।ଚାଷୀମାନେ, ଗୋଟିଏ ବିଘା (ଏକ ଏକର=୧.୬ ବିଘା) ଜମିରୁ ପାଞ୍ଚକାଠାରେ (ଏକ କାଠା ହେଉଛି ୪ ଡିସିମିଲ ଜମି) ୟୁରୋପର ଲୁଗାକଳରେ ବ୍ୟବହୃତ ହେଉଥିବା ନୀଳରଙ୍ଗ ପାଇଁ ନୀଳଫସଲ ଚାଷ କରିବାକୁ ବାଧ୍ୟ ହେଉଥିଲେ। ଶେଖ ଗୁଲାବ, ହରିବଂଶ ସହାୟ, ପୀର ମହମ୍ମଦ ମୁନସୀ, ସନ୍ତ ରାୱତ ଓ ଲୋମରାହ ସିଂହ ଆଦିଙ୍କ ନେତୃତ୍ୱରେ ଆନ୍ଦୋଳନ ଯୋଗୁ ପାଞ୍ଚକାଠା ବଦଳରେ ତିନିକାଠା ଜମିରେ ନୀଳଚାଷ ପାଇଁ ବାଟ ଫିଟିଥିଲା।
ଏଭଳି ବ୍ୟବସ୍ଥା ଦ୍ୱାରା ଖାଦ୍ୟଶସ୍ୟ ଉପତ୍ାଦନ ପାଇଁ ଯଥେଷ୍ଟ ଜମି ରହୁ ନ ଥିବାରୁ, ରାଜକୁମାର ଶୁକ୍ଳା ନାମକ ଜଣେ ବିପ୍ଳବୀ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଗଣେଶ ବିଦ୍ୟାର୍ଥୀ ନାମକ ବ୍ୟକ୍ତି, ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ଆନ୍ଦୋଳନ ବାବଦରେ ରାଜକୁମାର ଶୁକ୍ଳାଙ୍କୁ ଅବଗତ କରାଇଥିଲେ। ପାଟନାର ଆଇନଜୀବୀ ଡ. ରାଜେନ୍ଦ୍ର ପ୍ରସାଦ ଓ ବ୍ରଜ କିଶୋର ପ୍ରସାଦ, ଶୁକ୍ଳାଙ୍କୁ ଗାନ୍ଧୀଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ।
ରାଜକୁମାର ଶୁକ୍ଳା ଓ ସନ୍ତ ରାଓ୍ବତ, ତା୨୬.୧୨.୧୯୧୬ରୁ ୩୦.୧୨.୧୯୧୬ ଭିତରେ ଲକ୍ଷ୍ନୌରେ ଚାଲୁଥିବା କଂଗ୍ରେସ ଅଧିବେଶନକୁ ଯାଇ, ଗାନ୍ଧୀଙ୍କୁ ଭେଟି ଚମ୍ପାରଣ ଆସିବାକୁ ଅନୁରୋଧ କରିଥିଲେ। ଗାନ୍ଧୀ ତା୧୦.୦୪.୧୯୧୭ରେ ଚମ୍ପାରଣ ଆସି, ସନ୍ତ ରାଓ୍ବତଙ୍କ ଆମୋଲ୍ୟା ଗ୍ରାମସ୍ଥିତ ଘରେ ରହିଥିଲେ। ସେ ତାଙ୍କ ସହିତ ତତ୍କାଳୀନ ସ୍ବନାମଧନ୍ୟ ଓକିଲ ସର୍ବଶ୍ରୀ ବ୍ରଜକିଶୋର ପ୍ରସାଦ, ରାଜେନ୍ଦ୍ର ପ୍ରସାଦ, ଅନୁଗ୍ରହ ନାରାୟଣ ସିଂହ, ରାମନଭମୀ ପ୍ରସାଦଙ୍କୁ ସାଙ୍ଗରେ ଆଣିଥିଲେ। ଆଚାର୍ଯ୍ୟ ଜେ.ବି. କ୍ରିପାଳିନୀ ବି ସାଥୀରେ ଥିଲେ।
ଚମ୍ପାରଣ ଜିଲାପାଳ ଗାନ୍ଧୀଙ୍କୁ ସେ ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ; ଯାହାକୁ ଗାନ୍ଧୀ ମାନି ନ ଥିଲେ। ସେ ବିଚାରାଳୟକୁ ଆସି ‘ମୁଁ ଏଠାରୁ ଯିବିନାହିଁ, ମୁଁ ଏଠାକୁ ମାନବିକତା ଓ ଜାତୀୟ ସେବା କରିବାକୁ ଆସିଛି, ମୁଁ ଏହି ସ୍ଥାନକୁ ମୋର ବାସସ୍ଥାନ ବୋଲି ମାନି, ଏଠାର ଶୋଷିତଙ୍କ ପାଇଁ କାମ କରିବି’ ବୟାନ ଦେଇଥିଲେ।
ସେ ସମବେତ ଜନତାଙ୍କୁ କହିଥିଲେ ‘ମୋତେ ଗିରଫ କରିବାର କ୍ଷମତା ସରକାରଙ୍କର ଅଛି। ମୁଁ ଜେଲ ଗଲେ ବି ଆପଣମାନେ ଶାନ୍ତ ରହିବେ। ଆମେ ଅହିଂସା ପଥରେ ଯାଇ ସଫଳ ହେବା’। ତା’ପରେ ଜମିଦାରଙ୍କ ବିରୋଧରେ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ଜମିଦାରମାନେ, ଚାଷୀମାନଙ୍କୁ କିଛି ସୁବିଧା ଦେଇଥିଲେ। ସନ୍ତ ରାଓ୍ବତ ଏହି ସମୟରେ ହିଁ ଗାନ୍ଧୀଙ୍କୁ ‘ବାପୁ-ବାପା’ ବୋଲି ସମ୍ବୋଧନ କରିଥିଲେ। ଜୁନ୍‌ ୧୯୧୭ରେ, ଭାରତ ସରକାରଙ୍କ ନିର୍ଦ୍ଦେଶରେ ବିହାର ସରକାର ଗୋଟିଏ କମିଟି ଗଠନ କରିଥିଲେ। ଏହି କମିଟିର ସୁପାରିସ ଅନୁସାରେ-୧୯୧୭ ପାରିତ ହୋଇ ନୀଳଚାଷୀଙ୍କୁ ଶୋଷଣରୁ ରକ୍ଷା କରାଯାଇଥିଲା। (ଅବଶ୍ୟ, ବ୍ରିଟିଶ ସରକାରଙ୍କ ତରଫରୁ କମିଟି ଗଠନ ଭଳି ଆମ କେନ୍ଦ୍ର ସରକାର ମଧ୍ୟ ଏକ କମିଟି ଗଠନ କରିଛନ୍ତି, ଯାହାର ସଦସ୍ୟଗଣ ଏହି ତିନୋଟି ଆଇନ ସପକ୍ଷରେ ଆଗରୁ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି ମତବ୍ୟକ୍ତ କରିସାରିଛନ୍ତି)।
ପରାଧୀନ ଭାରତର ୧୯୧୭ ଜୁନ ମାସରୁ ସ୍ବାଧୀନ ଭାରତରେ ୨୦୨୧ ଫେବୃୟାରୀ ୧୩ ତାରିଖ ଏକ ଦୀର୍ଘ ସମୟ, ଯେଉଁଦିନ ଗାନ୍ଧିଜୀଙ୍କ ଅବର୍ତ୍ତମାନରେ ତାଙ୍କ ଅଣନାତୁଣୀ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ, ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ୧୩ ଫେବୃୟାରୀ ୨୦୨୧ରେ ଭେଟି, ଏପ୍ରିଲ ୧୦ ୧୯୧୭ରେ ‘ଗାନ୍ଧିଜୀଙ୍କ ଚମ୍ପାରଣ ଉପସ୍ଥିତି’ର ଇତିହାସକୁ ଦୋହରାଇଛନ୍ତି।
ମୋ : ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri