ବିଜୟଙ୍କୁ ମିଳିଲା ଆଶ୍ବସ୍ତି: ସେନ୍ସର ବୋର୍ଡ ମନା କଲା ହାଇକୋର୍ଟ ଦେଲେ ସାର୍ଟିଫିକେଟ୍

ଚେନ୍ନାଇ,୯।୧: ଅଭିନେତା ବିଜୟଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି। ବିଜୟଙ୍କ ବହୁ ପ୍ରତୀକ୍ଷିତ ଏବଂ ତାଙ୍କ ରାଜନୈତିକ ପ୍ରବେଶ ପୂର୍ବରୁ ଶେଷ ଚଳଚ୍ଚିତ୍ର ‘ଜନ ନାୟକନ୍’ର ସେନ୍ସର ସାର୍ଟିଫିକେଟ୍କୁ ନେଇ ଉପୁଜିଥିବା ବିବାଦର ଅନ୍ତ ଘଟିଛି। ମାଡ୍ରାସ୍ ହାଇକୋର୍ଟ ଶୁକ୍ରବାର ଦିନ ସେନ୍ସର ବୋର୍ଡକୁ ଏହି ଚଳଚ୍ଚିତ୍ରକୁ ‘UA’ ସାର୍ଟିଫିକେଟ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

‘ଜନ ନାୟକନ୍’ ଜାନୁଆରୀ ୯ ରେ, ମୁକ୍ତିଲାଭ କରିବାର ଥିଲା। କିନ୍ତୁ ସେନ୍ସର ପ୍ରମାଣପତ୍ର ବିଳମ୍ବ ଯୋଗୁଁ ନିର୍ମାତାମାନେ ବୁଧବାର ବିଳମ୍ବିତ ରାତିରେ ଏହାର ମୁକ୍ତିକୁ ବାଧ୍ୟତାମୂଳକ ପରିସ୍ଥିତି ଯୋଗୁଁ ସ୍ଥଗିତ ରଖିଥିବା ଘୋଷଣା କରିଥିଲେ।

କୋର୍ଟ ଫିଲ୍ମରେ କିଛି ପରିବର୍ତ୍ତନ କରାଯିବା ପରେ ତୁରନ୍ତ ‘UA’ ସାର୍ଟିଫିକେଟ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫିଲ୍ମକୁ ଆଉ ସେନ୍ସର ବୋର୍ଡର ରିଭ୍ୟୁ ପ୍ୟାନେଲକୁ ପଠାଯିବ ନାହିଁ।

କୋର୍ଟ କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (CBFC) ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏପରି ଅଭିଯୋଗକୁ ବିଚାରକୁ ନେବା ଏକ “ବିପଜ୍ଜନକ ପ୍ରବୃତ୍ତି”। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମ ବିରୋଧରେ ଆସିଥିବା ଅଭିଯୋଗ ‘ଆଫ୍ଟରଥଟ୍’ (ପରବର୍ତ୍ତୀ ଚିନ୍ତା) ପରି ଲାଗୁଛି।

ପ୍ରଥମେ ଫିଲ୍ମର ଅତ୍ୟଧିକ ହିଂସା ପାଇଁ ସେନ୍ସର ବୋର୍ଡ କିଛି କଟ୍ କରିବାକୁ କହିଥିଲେ, ଯାହା ନିର୍ମାତାମାନେ ପାଳନ କରିଥିଲେ। ତେବେ ଜଣେ ସଦସ୍ୟ ଶେଷ ମୁହୂର୍ତ୍ତରେ ଏକ ପ୍ରତିରକ୍ଷା ପ୍ରତୀକର ବ୍ୟବହାର ଏବଂ ସାମ୍ପ୍ରଦାୟିକ ସ୍ୱର ଥିବା କିଛି ଦୃଶ୍ୟକୁ ନେଇ ଆପତ୍ତି ଉଠାଇବାରୁ ସାର୍ଟିଫିକେଟ୍ ଦେବାରେ ବିଳମ୍ବ ହୋଇଥିଲା।

ନିର୍ମାତା KVN ପ୍ରଡକ୍ସନ୍ସ ତରଫରୁ ଏହି ବିବାଦ ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଳମ୍ବ ଯୋଗୁଁ ବୁକ୍ ହୋଇଥିବା ଟିକେଟ୍ ପାଇଁ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଏଚ୍. ବିନୋଥ୍।

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri