ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରାଖଣ୍ଡ, ଓଡ଼ିଶା, ମଣିପୁର ବିଜୟୀ

ରାଉରକେଲା,୧୭ା୬(ଦିନେଶ ମିଶ୍ର) ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ତ୍ରୟୋଦଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍‌ର ପଞ୍ଚମ ଦିନରେ ୬ଟି ମ୍ୟାଚ ଖେଳାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ମ୍ୟାଚ ମଧ୍ୟପ୍ରଦେଶ ଓ କେରଳ ମଧ୍ୟରେ ହୋଇଥିଲା। ଏଥିରେ ମଧ୍ୟପ୍ରଦେଶ ଦଳ ୧୪-୦ ଗୋଲରେ କେରଳକୁ ପରାସ୍ତ କରିଥିଲା। ମଧ୍ୟପ୍ରଦେଶ ଦଳ ଖେଳ ଆରମ୍ଭରୁ ଆକ୍ରମଣ ଖେଳ ପ୍ରଦର୍ଶନ କରି ଫରଓ୍ବାର୍ଡ ଖେଳାଳି ମହମ୍ମଦ କନିନ୍‌ ସର୍ବାଧିକ ୪ଟି ଗୋଲ କରିଥିଲେ। ପରେ ମହମ୍ମଦ ଜାହିଦ ଖାନ ୩ଟି ହ୍ୟାଟ୍ରିକ ଗୋଲ ମାରିଥିଲେ। ଦଳ ପକ୍ଷରୁ ଅଲ୍ଲୀ ଅହମ୍ମଦ ଓ ଶ୍ରୀୟାସ ଧୁପେ ଦୁଇଟି ଲେଖାଏଁ ଗୋଲ କରିଥିବାବେଳେ ଏମଡି କରୀମ ମନସୁରୀ, କସିଫ ଖାନ, ଅଧିନାୟକ ଅଙ୍କିତ ପାଲ ଗୋଟିଏ ଲେଖାଏଁ ଗୋଲ କରି ଦଳକୁ ବିଜୟୀ କରିଥିଲେ। ଦ୍ୱିତୀୟ ମ୍ୟାଚ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଛତିଶଗଡ ଦଳ ଆନ୍ଧ୍ରପ୍ରଦେଶକୁ ୧୩-୩ ଗୋଲରେ ପରାସ୍ତ କରିଥିଲା। ଛତିଶଗଡ ଦଳ ପକ୍ଷରୁ କରନ ଲାକ୍ରା ସର୍ବାଧିକ ୪ଟି ଗୋଲ ମାରିଥିଲେ। ସଞ୍ଜୀପ କୁମାର ଓ ବିଷ୍ଣୁ ୟାଦବ ଉଭୟ ହ୍ୟାଟ୍ରିକ ୩ଟି ଗୋଲ ମାରି ଦଳକୁ ୧୦-୦ ଗୋଲରେ ଆଗୁଆ ରଖିଥିଲେ। ପରେ ସୋନୁ ନିସାଦ, ଅର୍ଜୁନ ୟାଦବ ଓ ଅଧିନାୟକ ତରୁଣ ୟାଦବ ଗୋଟିଏ ଲେଖାଏଁ ଗୋଲ ମାରି ଦଳକୁ ବିଜୟୀ କରିଥିଲେ। ଆନ୍ଧ୍ରପ୍ରଦେଶ ପକ୍ଷରୁ କରଭୁ ପ୍ରଧାସାଇ, ଗିଦୁତୁରି ସାଇ ଓ ଅଖିଲ ଭିନକେତ ଗୋଟିଏ ଲେଖାଏଁ ଗୋଲ କରିଥିଲେ। ତୃତୀୟ ମ୍ୟାଚ ଉତ୍ତାଖଣ୍ଡ ଓ ହିମାଚଳ ପ୍ରଦେଶ ମଧ୍ୟରେ ଖେଳାଯାଇଥିଲା। ଉତ୍ତରାଖଣ୍ଡ ଦଳ ୧୦-୨ ଗୋଲରେ ହିମାଚଳପ୍ରଦେଶକୁ ପରାସ୍ତ କରିଥିଲା। ଉତ୍ତରାଖଣ୍ଡ ଦଳ ପକ୍ଷରୁ ଦୀପକ ସିଂ ସର୍ବାଧିକ ୪ଟି ଗୋଲ କରିଥିଲେ। ପରେ ଅନୁରାଗ କୁମାର ଓ ମହିନ୍ଦ୍ର ସିଂ ଦୁଇଟି ଲେଖାଏଁ ଗୋଲ କରିଥିଲେ। ଅମିତ ସୋରେଲ ଓ ଅଧିନାୟକ ଫିଆଜ ହୁସେନ ଗୋଟିଏ ଲେଖାଏଁ ଗୋଲ କରି ଦଳକୁ ବିଜୟୀ କରିଥିଲେ। ହିମାଚଳପ୍ରଦେଶ ପକ୍ଷରୁ ଆକାଶଦୀପ ସିଂ ଓ ଅନମୋଲ ରାଣା ଗୋଟିଏ ଲେଖାଏଁ ଗୋଲ କରିଥିଲେ। ଚତୁର୍ଥ ମ୍ୟାଚ ଓଡିଶା ଓ ଜମୁକଶ୍ମୀର ମଧ୍ୟରେ ଖେଳା ଯାଇଥିବାବେଳେ ଓଡିଶା ୧୦-୦ ଗୋଲରେ ଜମୁକଶ୍ମୀରକୁ ପରାସ୍ତ କରିଥିଲା। ଓଡିଶା ଦଳ ପକ୍ଷରୁ ଆକାଶ ସୋରେଙ୍ଗ ୩ଟି ଗୋଲ ମାରିଥିଲେ। ସେହିଭଳି ରିତିକ୍‌ କୁଜୁର ଓ ଅରବିନ୍‌ ଟୋପୋ ୨ଟି ଲେଖାଏଁ ଗୋଲ କରିଥିଲେ। ପରେ ପାଉଲ୍ସ ଲାକ୍ରା, ସିଲିଭା ଲିସମ୍‌, ଦୀପକ ମିଞ୍ଜ ଗୋଟିଏ ଲେଖାଏଁ ଗୋଲ କରି ଦଳକୁ ବିଜୟୀ କରିଥିଲେ। ପଞ୍ଚମ ମ୍ୟାଚ୍‌ ମଣିପୁର ଓ ଗୁଜୁରାଟ ମଧ୍ୟରେ ଖେଳାଯାଇଥିଲା। ଏଥିରେ ମଣିପୁର ୧୭-୦ ଗୋଲରେ ଗୁଜୁରାଟକୁ ପରାସ୍ତ କରିଥିଲା। ମଣିପୁର ଦଳର ଖେଳାଳି ଡିଙ୍ଗ୍‌କୁ ଶର୍ମା ସର୍ବାଧିକ ୫ଟି ଗୋଲ ମାରିଥିଲେ। ପରେ ଅଧିନାୟକ ଇନଗ୍ଲେମ୍ପା ଲୁଆଙ୍ଗୋ ହ୍ୟାଟ୍ରିକ ୩ଟି ଗୋଲ ମାରିଥିଲେ। ପ୍ରିୟବ୍ରତ ଓ ସୋମିକାନ୍ତ ସିଙ୍ଗ ଦୁଇଟି ଗୋଲ ମାରିଥିଲେ। ଶେଷ ମ୍ୟାଚ କର୍ନାଟକ ଓ ଦାଦ୍ରାନଗର ହାବେଳି ମଧ୍ୟରେ ଖେଳ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri