ଅବ୍ୟବସ୍ଥାରେ ମଧୁକୁଞ୍ଜ ପାର୍କ

କଟକ ଅଫିସ,୨୪ା୧୦: କଟକ ମହାନଗର ନିଗମ (ସିଏମ୍‌ସି)ର ୧୬ ନମ୍ବର ୱାର୍ଡ ଅଧୀନ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କରେ ଅନେକ ଅବ୍ୟବସ୍ଥା ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ପରିସରରେ ଥିବା ଲାଇଟ୍‌ ଅଧାରୁ ଅଧିକ ଅଚଳ ହୋଇପଡିଛି। ଏପରି କି ସେଠାରେ ବିଦ୍ୟୁତ୍‌ ବକ୍ସ ମୁକୁଳା ଅବସ୍ଥାରେ ରହିଛି। ଏଥିଯୋଗୁ କେତେବେଳେ ଜୀବନହାନି ଘଟିବ ତାହା କହିହେବ ନାହିଁ। ଏହି ପାର୍କ ଦାୟିତ୍ୱରେ ଥିବା ସିଏମ୍‌ସି କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

୨୦୦୪ ସେପ୍ଟେମ୍ବର ୩୦ ତାରିଖରେ ସିଏମ୍‌ସି ପକ୍ଷରୁ ଏହି ପାର୍କ ନିର୍ମାଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନେ ଏଠାରେ ପ୍ରାତଃ ଭ୍ରମଣ କରିବା ସହ କିଛି ସମୟ ନିରୋଳାରେ ସମୟ ଅତିବାହିତ କରୁଥିଲେ। ୨୦୧୮ ଏପ୍ରିଲ ୧୧ ତାରିଖରେ ଏହି ପାର୍କକୁ ଅମୃତ ଯୋଜନାରେ ସାମିଲ କରାଯାଇ ନବୀକରଣ କରାଯାଇଥିଲା। ପାର୍କ ପରିସରରେ ଜଗିଂ ଟ୍ରାକ୍‌, ଦୋଳି ଓ ବ୍ୟାୟାମ ପାଇଁ ମେଶିନ ବ୍ୟବସ୍ଥା କରାଯାଇଥିଲା। ଫଳରେ ପ୍ରତିଦିନ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ସହ ବ୍ୟାୟାମ କରିବା ପାଇଁ ସ୍ଥାନୀୟ ଲୋକେ ଏଠାକୁ ଆସିଥାନ୍ତି। ସେହିପରି ପିଲାମାନେ ମଧ୍ୟ ଦୋଳିର ମଜ୍ଜା ନେଇଥାନ୍ତି। ହେଲେ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏବେ ପାର୍କ ପରିସରରେ ଅବ୍ୟବସ୍ଥା ରହିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପାର୍କର ବ୍ୟାୟାମ ବ୍ୟବସ୍ଥା ନିକଟରେ ଆଲୋକ ସୁବିଧା ନାହିଁ। ସେହିପରି ପାର୍କ ପରିସରରେ ପିଇବା ପାଣି ବ୍ୟବସ୍ଥା ନ ଥିବାବେଳେ ଶୌଚାଳୟ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି। ପାର୍କ ପରିସର ରାସ୍ତାପାର୍ଶ୍ୱରେ ଘାସ ଉଠିଥିବାବେଳେ ପାଚେରି ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି। ଏପରି କି ସୌନ୍ଦର୍ଯ୍ୟକରଣ ପାଇଁ ରହିଥିବା ଜଳଫୁଆରା ମଧ୍ୟ ଅଚଳ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri