ମଦଭାଟି ଟଙ୍କା ଗଣିହେଉନି

ବଲାଙ୍ଗୀର, ୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସୁଦପଡା ଦେଶୀ ମଦଭାଟି ଓ କ୍ଲବ୍‌ପଡା ଅଫିସରୁ ଜବତ ହୋଇଥିବା ଟଙ୍କା ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖାକୁ ଟ୍ରକ୍‌ରେ ଅଣାଯାଇ ଗଣାଯାଉଛି। ଶୁକ୍ରବାର ତୃତୀୟ ଦିନରେ ଆୟକର ବିଭାଗ ଅଧିକାରୀ ବ୍ୟାଙ୍କ କର୍ମଚାରୀଙ୍କ ସହ ୧୦ଟି ଟଙ୍କା ଗଣା ମେଶିନ୍‌ରେ ୩୮ କୋଟିରୁ ଉର୍ଦ୍ଧ୍ୱ ଗଣିଥିବା କୁହାଯାଉଛି। ଗୁରୁବାର ରାତି ୯ଟା ସୁଦ୍ଧା ୨୦ କୋଟିର ନୋଟ୍‌ ଗଣାଯାଇଥିବାବେଳେ ଶୁକ୍ରବାର ଆହୁରି ୧୮ କୋଟି ଟଙ୍କା ଗଣତି କରାଯାଇଥିବା ଜଣାପଡିଛି। ତେବେ ଟଙ୍କାର ପରିମାଣ ଏତେ ଯେ ଗଣତି ବେଳେ ମେଶିନ୍‌ ଅକାମୀ ହୋଇଯାଉଛି। ମଦଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କ ସହ ଟିଟିଲାଗଡ଼ରୁ ଆସିଥିବା ଅନ୍ୟ ଜଣେ ଯୁବକଙ୍କୁ ବିଭାଗୀୟ ଅଧିକାରୀମାନେ ବ୍ୟାଙ୍କ ଭିତରକୁ ନେଇଛନ୍ତି। ସମୁଦାୟ ୧୫୬ଟି ବ୍ୟାଗ ଓ ବସ୍ତାରେ ଜବତ ଟଙ୍କା ରହିଥିବାରୁ ଗଣତି ପାଇଁ ୪/୫ ଦିନ ସମୟ ଲାଗିଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।
ଆୟକର ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ମଦ ବ୍ୟବସାୟୀଙ୍କ ଭାଟି, କାର୍ଯ୍ୟାଳୟ ଏବଂ ବାସଭବନରୁ ଶତାଧିକ କୋଟି ଟଙ୍କା ଜବତ ହେବା ଘଟଣା ରାଜ୍ୟ ତଥା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଅନଗ୍ରସର ଜିଲାରୁ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବାରୁ ଏହା ବାସ୍ତବରେ ମଦ ବିକ୍ରି ଟଙ୍କା ନା ଏହା ପଛରେ ଆଉ କ’ଣ ରହସ୍ୟ ରହିଛି, ତାକୁ ନେଇ ପ୍ରଶ୍ନ ହେଉଛି। ଆୟକର ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ରଖାଯାଇ ନ ଥିବାରୁ ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ବୋଲି ଲୋକେ କହୁଛନ୍ତି। ଏହି ଜିଲା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ମାନବ ବିକାଶ ସୂଚକାଙ୍କରେ ପଛରେ ପଡ଼ିଥିବାବେଳେ ଦାଦନ ଶ୍ରମିକ ସମସ୍ୟା ବଡ଼ ସଙ୍କଟ ହୋଇ ଉଭାହୋଇଛି। କିଛିବର୍ଷ ହେଲା ଏହି ଅଞ୍ଚଳରେ ଦେଶୀ-ବିଦେଶୀ ମଦ ଓ ନିଶା କାରବାର ବଢ଼ିଛି। ଅପରାଧ ପ୍ରବଣତା ମଧ୍ୟ ବୃଦ୍ଧିପାଇଛି। ଦାରିଦ୍ର୍ୟ କାରଣରୁ ପିଲା ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଥିବାବେଳେ ସଦ୍ୟ ଘଟଣା ଦେଶରେ ଚର୍ଚ୍ଚିତ ହୋଇଛି। ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର ଓ ଟିଟିଲାଗଡ଼ଠାରେ ଆୟକର ବିଭାଗ ତିନିଦିନ ହେଲା ଡେରା ପକାଇଛି। ମଦ ବ୍ୟବସାୟୀଙ୍କ ମଦଭାଟି, ବାସବଭନ ଓ ଅଫିସ୍‌ରେ ଚଢ଼ାଉ ଜାରି ରଖିବା ସହ ସବୁ ସ୍ଥାନକୁ ନିଜ ଅଧୀନରେ ରଖିଛି। ଏପରି କି ସେହି ସ୍ଥାନଗୁଡ଼ିକରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ବାହାରିଛି। ଝାଡ଼ଖଣ୍ଡ ଓ ଟିଟିଲାଗଡ଼ରେ ଘର କରି ବଲାଙ୍ଗୀର ସମେତ ପଡ଼ୋଶୀ ଜିଲାଗୁଡ଼ିକରେ ମଦ ବ୍ୟବସାୟ କରୁଥିବା ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘରୁ ଏବଂ ମଦଭାଟିରୁ ବାହାରିଥିବା ଟଙ୍କାର ପରିମାଣ ଜଣାପଡ଼ିନାହିଁ।
ବଲାଙ୍ଗୀର ଜିଲାରେ ଗୋଟିଏ ବି ଶିଳ୍ପ କାରଖାନା ନାହିଁ। ଏକମାତ୍ର ଦେଓଗଁା ଚିନିକଳ ଦୀର୍ଘବର୍ଷ ହେଲା ବନ୍ଦ ପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଚିନିକଳ ଖୋଲୁନାହିଁ। ଅନ୍ୟ ଶିଳ୍ପ ବି ପ୍ରତିଷ୍ଠା ହେଉନାହିଁ। ଏଠାରେ ଭଲ ହସ୍ପିଟାଲ ନ ଥିବାରୁ ପ୍ରତିଦିନ ଏଠାକାର ଲୋକେ ସାଧାରଣ ରୋଗ ପାଇଁ ଭୁବନେଶ୍ୱର, କଟକ, ବିଶାଖାପାଟଣା, ଦିଲ୍ଲୀ, ବେଙ୍ଗାଲୁରୁ ଓ ବମ୍ବେ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲରେ ବହୁ ପଦବୀ ଖାଲିପଡ଼ିଛି। ଏହି ସ୍ଥଳେ ଝାଡ଼ଖଣ୍ଡର କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କ ସମ୍ପର୍କୀୟଙ୍କ ନିକଟରୁ ଟଙ୍କା ଜବତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନେଇ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?