ଶ୍ରମିକ ବଦଳରେ ମେଶିନ କରୁଛି କାମ

ଯାଜପୁର,୨୨ା୧୦(ହର୍ଷବର୍ଦ୍ଧନ ବେହେରା)ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ସଂସଦରେ ଗୃହୀତ ଆଇନ ବଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହେଉଛି। ଦେଶର କେତେକ ରାଜ୍ୟରେ ଏହି ଯୋଜନାକୁ ଉତ୍ସାହଜନକ ସଫଳତା ମିଳିଛି। କିନ୍ତୁ ଯାଜପୁର ଜିଲାରେ ଏହି ଯୋଜନାକୁ ଲକ୍ଷ୍ୟଭ୍ରଷ୍ଟ କରାଯାଇ ଶ୍ରମିକ ବଦଳରେ ମେଶିନରେ କାମ କରାଯାଉଥିବା ଅଭିଯୋଗ ହେଉଛି। ଜିଲାର ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ମେଶିନରେ କାମ ହୋଇଥିବା ଅଭିଯୋଗ ହେଉଛି। ଏହିକ୍ରମରେ ଜବ୍‌କାର୍ଡରେ କାର୍ଯ୍ୟଦିବସ ଦର୍ଶାଯାଇ ଅର୍ଥ ଲୁଟ୍‌ କରିବାକୁ ଯୋଜନା ହେଉଥିବାବେଳେ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟ ସାଧାରଣ ଯୋଜନା ଭଳି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅମଲାତନ୍ତ୍ର ଏବଂ ଠିକାଦାରଙ୍କ ଜାଲରେ ଛନ୍ଦି ହୋଇ ଦିଗହରା ହୋଇଥିବା ପରିଲକ୍ଷିତ ହେଉଛି। ଗାଇଡ୍‌ଲାଇନ୍‌ ଅନୁସାରେ ଏହି ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିରୁ ଲୋକଙ୍କୁ ମଜୁରି ଦେବାରେ ୬୦ପ୍ରତିଶତରୁ କମ୍‌ ଖର୍ଚ୍ଚ ହେବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ୨୦୨୩-୨୪ ବର୍ଷରେ ଶନିବାର ସୁଦ୍ଧା ୧୪୨୬ ପରିବାର ୧୦୦ଦିନର କାମ ପାଇଥିବା ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। ମାତ୍ର ବାସ୍ତବପକ୍ଷେ ଏଥିରୁ ୫୦ ପ୍ରତିଶତ ମେଶିନ ଦ୍ୱାରା ଖର୍ଚ୍ଚ କରାଯାଇ ମିଥ୍ୟା ମଷ୍ଟରରୋଲ ତିଆରି କରାଯାଇ ଶ୍ରମିକଙ୍କ ନାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଟଙ୍କା ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି।
ମିଳିଥିବା ତଥ୍ୟ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲାରେ ୨,୧୦,୫୩୩ ପରିବାରଙ୍କ ନାମରେ ଜବ୍‌କାର୍ଡ ଆବଣ୍ଟିତ ହୋଇଥିବାବେଳେ ୮୫,୫୪୭ ପରିବାର କାମ ପାଇଁ ଦାବି କରିଥିଲେ ା ସେଥିରୁ ୮୫,୩୫୭ ପରିବାରଙ୍କୁ କାମ ଯୋଗାଇ ଦିଆଯାଇଛି। ଅକ୍ଟୋବର ସୁଦ୍ଧା ୧୪୨୬ ପରିବାର ୧୦୦ ଦିନର କାମ ସମ୍ପୂର୍ଣ୍ଣ କରି ପାରିଛନ୍ତି। ଜିଲାର ୩୫ଟି ପଞ୍ଚାୟତକୁ ନେଇ ଗଠିତ ଦଶରଥପୁର ବିପୁଳ ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥାନ୍ତି। କିନ୍ତୁ ଏଠାରେ ଶ୍ରମିକଙ୍କୁ କାମ ଦିଆ ନ ଯାଇ ଠିକାଦାରଙ୍କ ସ୍ବାର୍ଥରେ ମେଶିନ ଲଗାଯାଉଛି ବୋଲି ମତପ୍ରକାଶ ପାଇଛି। ମହାନ୍ତିପାଟଣା ପୋଖରୀ ପୁନରୁଦ୍ଧାର ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପ୍ରାୟ ୩ ଲକ୍ଷ ଆବଣ୍ଟିତ ହୋଇଥିଲା। ଏଥିରେ ଶ୍ରମିକମାନଙ୍କୁ ନିୟୋଜନ କରି କାର୍ଯ୍ୟଦିବସ ସୃଷ୍ଟି କରିବାକୁ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। କିନ୍ତୁ ଏହି ଯୋଜନାର କୌଣସି ଆଇନକୁ ନ ମାନି ମେଶିନରେ କାମ କରାଯାଇଥିବାରୁ ଶ୍ରମିକମାନେ ହାତବାନ୍ଧି ବସିଛନ୍ତି ବୋଲି ଅଭିଯୋଗ ହେଉଛି। କେବଳ ଦଶରଥପୁର ବ୍ଲକ ନୁହେଁ, ଜିଲାର ସମସ୍ତ ବ୍ଲକରେ ଏଭଳି କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି। ତେବେ ୧୦୦ଦିନର କାମ ସମ୍ପୂର୍ଣ୍ଣ ତାଲିକାରେ ଦାନଗଦି ବ୍ଲକରେ ସର୍ବନିମ୍ନ ୧୪ ପରିବାର ରହିଛନ୍ତି। ସେହିପରି ବଡ଼ଚଣା ବ୍ଲକରେ ୩୮, ରସୁଲପୁରରେ ୨୬ ଓ ସୁକିନ୍ଦାରେ ୭୩ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ କରିଛନ୍ତି। ବରୀ ବ୍ଲକରେ ସର୍ବାଧିକ ୫୦୯ ପରିବାର ରହିଥିବାବେଳେ କୋରେଇରେ ୨୬୧ ଏବଂ ବିଞ୍ଝାରପୁର, ଦଶରଥପୁର, ଧର୍ମଶାଳା, ଯାଜପୁର ବ୍ଲକରେ ୧୦୦ରୁ ଊର୍ଦ୍ଧ୍ୱ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ ତାଲିକାରେ ରହିଛନ୍ତି। ଶ୍ରମିକ ଅନୁଯାୟୀ ତଦନ୍ତ କରାଗଲେ ଏହିସବୁ ରିପୋର୍ଟରେ ସତ୍ୟତା ଜଣାପଡ଼ିବ ବୋଲି ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri